• Home
  • ରାଜ୍ୟ
  • ୨ ଲକ୍ଷ ୬୫ ହଜାର କୋଟିର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ
Image

୨ ଲକ୍ଷ ୬୫ ହଜାର କୋଟିର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ

ଭୁବନେଶ୍ବର, ତା ୧୦୤୯:
ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହୋଇଛି । ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଅନୁମୋଦନ ଲାଗି ଉପସ୍ଥାପନ କରିଥିଲେ । ବିଲ ଉପରେ ଗୃହରେ ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବାଚସ୍ପତି ସୁରମା ପାଢୀ ବ୍ୟୟ ମଞ୍ଜୁରୀ ବିଲକୁ ଗୃହୀତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଥିଲେ ଯେ, ଏହି ବଜେଟରେ ‘ବିକଶିତ ଭାରତ’ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ, ୨୦୩୬ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତୀ ଅବସରରେ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ହାସଲ ପାଇଁ ମୂଳଦୁଆ ହେବ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୧୫ ପ୍ରତିଶତ ଅଧିକ ଅଟେ । ଏଥିରେ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଆକଳନ କରାଯାଇଛି ଯାହାକି ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ । ପୁଞ୍ଜି ବ୍ୟୟ ବାବଦକୁ ୫୮ ହଜାର ୧ ଶହ ୯୫ କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ର ୬ ଦଶମିକ ୩ ପ୍ରତିଶତ ଅଟେ । ଏହା ଖର୍ଚ୍ଚର ଗୁଣବତ୍ତାରେ ଉନ୍ନତିକୁ ସୂଚାଉଛି । ବିତ୍ତୀୟ ନିଅଣ୍ଟ ହେଉଛି ବଜେଟର ଏକ ଗୁରୁତ୍ଵପୂର୍ଣ୍ଣ ମାପକାଠି। ୨୦୨୪-୨୫ ବିତ୍ତୀୟ ବର୍ଷ ପାଇଁ ଏହି ନିଅଣ୍ଟ ମାତ୍ର ୩୨ ହଜାର ୪୦୩ କୋଟି ଟଙ୍କାରେ ରହିଛି ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦର ୩.୫ ପ୍ରତିଶତ ମଧ୍ୟରେ ରହିଛି, ଯାହା ଏକ ସୁସ୍ଥ ଅର୍ଥନୀତିର ସ୍ଵାକ୍ଷର ବହନ କରୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଲୋଚନା ବେଳେ କିଛି ସଦସ୍ୟ ରାଜ୍ୟର ମୁଣ୍ଡ ପିଛା ଋଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଋଣ ଭାରର ପୋଷଣୀୟତା ମାପିବା ପାଇଁ ଦୁଇ ଗୋଟି ପରିମାପକର ବ୍ୟବସ୍ଥା କରାଯାଇଛି । ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ, ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ । ୨୦୨୪-୨୫ ବଜେଟ ଆକଳନ ଅନୁଯାୟୀ, ବର୍ଷ ଶେଷରେ ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୧୩.୫୬ ପ୍ରତିଶତ ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୬ ପ୍ରତିଶତରେ ସୀମିତ ରହିବ । ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେବ । ରାଜ୍ୟର ଅର୍ଥନୀତି ଏବଂ ବିକାଶକୁ ବିରୋଧୀ ରାଜନୀତିର ଉର୍ଦ୍ଧ୍ଵରେ ରଖନ୍ତୁ । ରାଜନୀତି କରିବା ପାଇଁ ବହୁତ ପ୍ରସଙ୍ଗ ଆସିବ। କିନ୍ତୁ, ରାଜନୀତି ଆଳରେ ରାଜ୍ୟର ପ୍ରଗତି ବାଧାପ୍ରାପ୍ତ ନହେଉ ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025

Leave a Reply

Your email address will not be published. Required fields are marked *