Utkala Mirror I Odisha News, Latest Odia News

ଏସ୍‌ଇବିସିଙ୍କ ପାଇଁ ନାମଲେଖାରେ ୧୧.୨୫% ସଂରକ୍ଷଣ

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ  ଏସ୍‌ଇବିସି ବର୍ଗଙ୍କ ଲାଗି ସଂରକ୍ଷଣ ନୀତି ଲାଗୁ କରାଯିବା ସହିତ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
 ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଆରକ୍ଷଣ ନୀତି ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ
(ଏସ୍‌ଇବିସି)ଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଏଣିକି ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି
ନୀତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ
ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ
ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ(+୨), ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ
ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବସେବା ବିଭାଗର ବି.ପି.ଏଡ୍‌/ଏମ.ପି.ଏଡ଼ ପାଠ୍ୟକ୍ରମରେ ଲାଗୁ କରାଯିବ। ଏହାସହିତ ଏହି ଅନୁଷ୍ଠାନ ଗୁଡ଼ିକରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି
୨୨.୫%, ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରଙ୍କ ଲାଗି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ
ଲାଗି ୫% ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ଆସନ ସଂରକ୍ଷଣ ସମାନ ରୂପେ
ପ୍ରଚଳନ କରାଯିବ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ୨୦୨୦ର ଦୃଷ୍ଟିକୋଣ ସହ ସମନ୍ୱୟ ରଖି ଏହି ପଦକେ୍ଷପ
ଅବହେଳିତ ଓ ପଛୁଆ ସମ୍ପ୍ରଦାୟମାନଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି
କେ୍ଷତ୍ରରେ ସଂରକ୍ଷଣକୁ ସମନ୍ୱିତ କରିବା ଉଦେ୍ଦଶ୍ୟରେ ଗ୍ରହଣ କରାଯାଇଛି। ଏହା ମାଧ୍ୟମରେ ମୋଟ
ନାମଲେଖା ଅନୁପାତ (ଜିଇଆର୍‌) ବୃଦ୍ଧି ପାଇବ ଓ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ
ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version