Utkala Mirror I Odisha News, Latest Odia News

୪୨୧ ଶ୍ରମିକ ଅଟକ : କୋର୍ଟର ଦ୍ବାରସ୍ତ ହେବେ ବୋଲି ମୋହୁଆ ମୈତ୍ରଙ୍କ ଚେତାବନୀ

ଝାରସୁଗୁଡ଼ାରେ ୪୨୧ ଶ୍ରମିକ ଅଟକ ଘଟଣାକୁ ନେଇ ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର ଏକ ଭିଡିଓ ଜାରି କରିଛନ୍ତି । ଅଟକ ଶ୍ରମିକଙ୍କ ମଧ୍ୟରେ ତାଙ୍କ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକଙ୍କ ସହ ୪୨୧ ବେଙ୍ଗଲି ଅଟକ ଅଛନ୍ତି ।  ଖାଲି ଏତିକି ନୁହେଁ ଅଟକ ଶ୍ରମିକଙ୍କୁ ଯଦି ତୁରନ୍ତ ଛଡ଼ାନଯାଏ ତାହେଲେ ମାମଲା ହେବ। ସେମାନେ ଏକୁଟିଆ ନାହାନ୍ତି ସେମାନଙ୍କ ପାଇଁ କୋର୍ଟର ଦ୍ବାରସ୍ତ ହେବେ ବୋଲି ଟିଏମସି ସାଂସଦ ମୋହୁଆ ମୈତ୍ର ଭିଡିଓ ଜରିଆରେ କହିଛନ୍ତି। ଶ୍ରମିକଙ୍କୁ ଛାଡ଼ିବାକୁ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପିଙ୍କୁ ଅପିଲ୍ କରିଛନ୍ତି ।
ଭିଡିଓ ଜାରି କରି ମହୁଆ କହିଛନ୍ତି ଯେ, ବେଆଇନ ଭାବେ ଝାରସୁଗୁଡ଼ା ଓରିଏଣ୍ଟ ପୋଲିସ ଷ୍ଟେସନ ଅଟକ ସେମାନଙ୍କୁ ଅଟକ ରଖିଛି ବୋଲି କହିଛନ୍ତି । ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି। ୫୦ ପ୍ରତିଶତ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାର ହୋଟେଲରେ ରହୁଛନ୍ତି, ଏଠାକାର ରେସ୍ତୋରାଁରେ ଖାଉଛନ୍ତି। ବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି । ଏଭଳି କହି ପର୍ଯ୍ୟଟକ ନଆସିବା ଧମକ ପରୋକ୍ଷ୍ୟରେ ମହୁଆ  ଦେଇଛନ୍ତି ।
ଅନ୍ୟପକ୍ଷରେ ଯାଞ୍ଚ ପରେ ଏମାନଙ୍କୁ ଛଡ଼ାଯିବ ବୋଲି ଉତ୍ତରାଞ୍ଚଳ ଆଇଜି କହିଛନ୍ତି । ସାଂସଦ ମହୁଆ ମୈତ୍ରଙ୍କ ଆରୋପ ନେଇ ଉତ୍ତରାଞ୍ଚଳ ଆଇଜି  ‘ଏକ୍ସ’ ଜରିଆରେ ସ୍ପଷ୍ଟୀକରଣ ରଖି କହିଛନ୍ତି ଯେ, ଦେଶର ସୁରକ୍ଷା ସହ ଆଦୌଁ ସାଲିସ୍ କରାଯାଇ ପାରିବ ନାହିଁ । ଅଟକ ବ୍ୟକ୍ତିମାନଙ୍କର ନାଗରିକତ୍ବ ପ୍ରମାଣ ନେଇ ଡକ୍ୟୁମେଣ୍ଟ ଅଭାବ ରହିଛି । ତେଣୁ ସେମାନଙ୍କୁ ନେଇ ବରିଷ୍ଠ ଅଧିକାରୀଙ୍କ ମିଳିତ ଯାଞ୍ଚ ଚାଲିଛି ବୋଲି ଉତ୍ତରାଞ୍ଚଳ ଆଇଜି କହିଛନ୍ତି ।
ଅନ୍ୟପକ୍ଷରେ ମହୁଆଙ୍କ ମନ୍ତବ୍ୟକୁ ନେଇ ଝାରସୁଗୁଡା ବିଧାୟକ ବିଜେଡିକୁ ଟାର୍ଗେଟ କରିଛନ୍ତି । ସାଂସଦ ମହୁଆ ମୈତ୍ରଙ୍କ ମନ୍ତବ୍ୟ ଉପରେ ଝାରସୁଗୁଡ଼ା ବିଧାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡି ଯାହା କହିପାରୁନି, ତାହା ନୂଆ ବୋହୂଙ୍କ ଜରିଆରେ କୁହାଉଛି । ଭାରତ ସରକାରଙ୍କ ନିର୍ଦ୍ଦେଶରେ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା ଚାଲିଛି । କାହାକୁ ଝାରସୁଗୁଡ଼ାରେ ଥାନା ଭିତରେ ରଖାଯାଇ ନାହିଁ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି । ଯେଉଁମାନେ ଡକ୍ୟୁମେଣ୍ଟ ଦେଖାଉଛନ୍ତି ସେମାନଙ୍କୁ ଛାଡ଼ି ଦିଆଯାଉଛି । ଯେଉଁମାନେ ବୈଧ ଡକ୍ୟୁମେଣ୍ଟ ଦେଖାଇ ପାରିବେନି କାର୍ଯ୍ୟାନୁଷ୍ଠାନ ହେବ ।

Exit mobile version