ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ସରିଲା, ୨୦ ତାରିଖ ମତଦାନ

New Delhi , ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଶନିବାର ପ୍ରଚାର ସରିଛି। ଆସନ୍ତା ୨୦ତାରିଖରେ ମତଦାନ ହେବ। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ବିହାରର ୫ ଆସନ, ଜାମ୍ମୁ ଓ କାଶ୍ମୀରର ୧, ଝାଡ଼ଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ଓ ଓଡ଼ିଶାର ୫ ଆସନରେ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ହେଭିୱେଟଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜ୍ବଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ବିଜେପିର ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ଭଳି ପ୍ରମୁଖ ନେତା।

Leave a Reply

Your email address will not be published. Required fields are marked *