• Home
  • ରାଜ୍ୟ
  • ମହିଳାଙ୍କ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବେ ୯ ମହିଳା ବିଧାୟିକା
Image

ମହିଳାଙ୍କ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବେ ୯ ମହିଳା ବିଧାୟିକା

ଶିଶୁ ଶ୍ରମିକ ଏବଂ ଭିକାରୀ ସଂଖ୍ୟା ରାଜ୍ୟରେ ଅଧିକ ରହିଛି। ସେମାନଙ୍କୁ ଉଦ୍ଧାର କରାଯିବା ଲାଗି ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ କୁହାଯାଇଛି। ଥାନାରେ ମହିଳାମାନେ ଯେପରି ତୁରନ୍ତ ଏତଲା ଦେଇପାରିବେ ସେଥିପାଇଁ ଇ-ଏତଲା ଉପରେ ସଚେତନତା କରିବା ପାଇଁ ଗୃହ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି। ଆସନ୍ତା ୧୮ ତାରିଖରେ କମିଟି କ୍ଷେତ୍ର ପରିଦର୍ଶନ କରିବ ବୋଲି ବୁଧବାର ପୂର୍ବାହ୍ନରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ବିଧାନସଭା ସ୍ଥାୟୀ କମିଟି ବୈଠକ ପରେ ମହିଳା ଓ ଶିଶୁ ବିକାଶ ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ସୀମାରାଣୀ ନାୟକ କହିଛନ୍ତି । ମହିଳା ଓ ଶିଶୁ ଅପରାଧ ଓ ହିଂସା ବଢୁଛି। ଏହାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଫାଷ୍ଟଟ୍ରାକ୍‌ କୋର୍ଟ ଜରିଆରେ ତ୍ୱରିତ ମାମଲା ଫଇସଲା କରାଯିବା ସହିତ ପୀଡ଼ିତା ତଥା ତାଙ୍କ ପରିବାରକୁ ନ୍ୟାୟ ମିଳିବ ତାକୁ ବିଧାନସଭା ମହିଳା ସ୍ଥାୟୀ କମିଟି ଗୁରୁତ୍ୱ ଦେଇଛି ବୋଲି ଅଧ୍ୟକ୍ଷ ସୀମାରାଣୀ ନାୟକ କହିଛନ୍ତି। କୋରାପୁଟ ଓ ମାଲକାନାଗିରି ଜିଲ୍ଲାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ଗସ୍ତ କରିବ ଏବଂ ୯ ଜଣ ମହିଳା ବିଧାୟିକା ଏହି ଦୁଇଟି ଜିଲ୍ଲାକୁ ୩ ଦିନିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି କମିଟିର ସଦସ୍ୟା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।
କଂଗ୍ରେସ ବିଧାୟିକା କହିଛନ୍ତି ଯେ, କମିଟିର ସଦସ୍ୟ ୯ ମହିଳା ବିଧାୟିକା କୋରାପୁଟ ଓ ମାଲକାନାଗିରିରେ ଜିଲ୍ଲାପାଳ ଓ ଏସପିଙ୍କ ସହ  ଆଲୋଚନା କରିବେ । ଗୃହ ବିଭାଗ ଏବଂ ମହିଳା ଶିଶୁ ବିକାଶ କମିଟି ଏହି ଦୁଇଟି ଜିଲ୍ଲାର ସାମ୍ପ୍ରତିକ ସ୍ଥିତିକୁ ନେଇ ରିପୋର୍ଟ କମିଟିର ସଦସ୍ୟମାନଙ୍କୁ ଦେବେ । ସେଠାରେ ମହିଳା ଓ ଶିଶୁବିକାଶ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ମହିଳାମାନେ ରହୁଥିବା ହଷ୍ଟେଲର ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି । ବିଧାୟିକା ସୋଫିଆ ପିର୍ଦ୍ଦୋସ କହିଛନ୍ତି ଯେ, ରାଜ୍ୟରେ ଥିବା ହଷ୍ଟେଲଗୁଡିକରେ ନାବାଳିକା ଗର୍ଭବତୀ ହେଉଥିବା ସୂଚନା ବହୁ ସମୟରେ ଆସୁଛି । ଉପରୋକ୍ତ ଦୁଇଟି ଜିଲ୍ଲାରେ ଛାତ୍ରଛାତ୍ରୀ ଓ ମହିଳାମାନେ ରହୁଥିବା ହଷ୍ଟେଲଗୁଡିକର ସ୍ଥିତି ଅନୁଧ୍ୟାନ ଲାଗି କମିଟି ଗସ୍ତ କରିବାକର କାର୍ଯ୍ୟକ୍ରମ ରହିଛି । ଅଙ୍ଗନୱାଡୀ କେନ୍ଦ୍ରରେ ହେଉଥିବା ଦୂର୍ନୀତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲାପାଳଙ୍କୁ ଅଧିକାର ଦିଆଯାଇଛି ଏହିବଳି ଦୂର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏବେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏନେଇ ବୌଠକରେ ପ୍ରଶ୍ନ କରାଯାଇଛି । ଜିଲ୍ଲା ସ୍ତରରେ ମହିଳା ଓ ଶିଶୁ ବିକାଶ କମିଟି ଗଠନ କରାଯାଉ ବୋଲି ଦାବି ରଖାଯାଇଛି ।  ପୋଲିସର ଢିଲାପଣ ପାଇଁ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ବଢୁଛି। ଲୋକଙ୍କ ଭିତରେ ଭୟନାହଁ। ତେଣୁ ନିକଟରେ ଘଟିଥିବା ହିନେ୍ଦାଳ ଏବଂ ତାଳଚେର ମାମଲାରେ ତୁରନ୍ତ ଚାର୍ଜସିଟ୍‌ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି।
ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଯେ, ବୈଠକରେ ଗୃହ ବିଭାଗ ସହିତ ଏସଂକ୍ରାନ୍ତରେ ବିସ୍ତୃତ ଆଲେଚନା ହୋଇଛି। ଗୃହ ବିଭାଗ ବି ମାମଲା ବଢୁଥିବା କଥା ସ୍ୱୀକାର କରିଛି। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କମିଟି ଆଗରେ ଗୃହ ବିଭାଗ ପ୍ରତିଶ୍ରୁତି ଦେଇଛି ବୋଲି ପ୍ରମିଳା କହିଛନ୍ତି।

Releated Posts

ଭାରତ ବନ୍ଦକୁ ଡ୍ରାଇଭରଙ୍କ ଷ୍ଟଅରିଂ ଛାଡ଼, ଲୋକେ ହନ୍ତସନ୍ତ : ତୈଳ ସଙ୍କଟ

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲୁରହିବ ସରକାରଙ୍କ ସହ ଆଲୋଚନା ବିଫଳ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସାଙ୍ଗକୁ ବୁଧବାର ଭାରତ ବନ୍ଦ ଡ଼ାକରା ଲାଗି…

ByByutkalamirror.comJul 10, 2025

ବିଜେଡିରୁ ସୁନିତା ବିଶ୍ୱାଳଙ୍କ ଇସ୍ତଫା

 ବିଜେଡିକୁ ବୁଧବାର ଶକ୍ତ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ୱାଳ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ…

ByByutkalamirror.comJul 10, 2025

୪୨୧ ଶ୍ରମିକ ଅଟକ : କୋର୍ଟର ଦ୍ବାରସ୍ତ ହେବେ ବୋଲି ମୋହୁଆ ମୈତ୍ରଙ୍କ ଚେତାବନୀ

ଝାରସୁଗୁଡ଼ାରେ ୪୨୧ ଶ୍ରମିକ ଅଟକ ଘଟଣାକୁ ନେଇ ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର ଏକ ଭିଡିଓ ଜାରି କରିଛନ୍ତି । ଅଟକ ଶ୍ରମିକଙ୍କ ମଧ୍ୟରେ…

ByByutkalamirror.comJul 10, 2025

ସରକାରଙ୍କ ସହ ଦଳ ଖୁଣ୍ଟ ଭାବେ ଛିଡ଼ା ହୋଇ ରହିବ : ମନମୋହନ ସାମଲ

 ରାଜ୍ୟ ସଭାପତି ଭାବେ ଆଜି ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମନମୋହନ ସାମଲଙ୍କର ନୁହଁ, ତାହା ହେଉଛି କାର୍ଯ୍ୟକତାମାନଙ୍କ। କାଯ୍ୟକର୍ତା ପରିଶ୍ରମ କରି ନ…

ByByutkalamirror.comJul 8, 2025