ନିକୁଞ୍ଜ ବିହାରୀ ଧଳଙ୍କୁ ଡେପୁଟେସନ ଲାଗି ରିଲିଭ ନୋଟିସ

ଭୁବନେଶ୍ବର, ତା ୨ ୤୫ ():

 

ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନିଅାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ରୀୟ ଡେପୁଟେସନ ଲାଗି ଶୁକ୍ରବାର ସରକାର ରିଲିଭ୍‌ କରିଛନ୍ତି। ଏସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୮ରେ କେନ୍ଦ୍ରୀୟ କ୍ୟାବିନେଟ୍‌ ନିଯୁକ୍ତି କମିଟି ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ(ଓଏସଡି) ଭାବେ ରିଲିଭ୍‌ କରାଯାଇଛି

Leave a Reply

Your email address will not be published. Required fields are marked *