Utkala Mirror I Odisha News, Latest Odia News

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ, ବିମାନ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟର ଅହମ୍ମଦାବାଦ ଯାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିମାନ ଦୁର୍ଘଟଣାର ଆହତମାନଙ୍କୁ ଭେଟିଛନ୍ତି।

ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବିଶ୍ଵାସ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଭେଟି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରପୁ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଉପସ୍ଥିତ ଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଗତ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୪୦ରେ ଏୟାରଇଣ୍ଡିଆ ଏ-୧୭୧ ବିମାନ ଉଡ଼ାଣ ଆରମ୍ଭ କରିବାର ୫ ମିନିଟ ଭିତରେ ବିମାନବନ୍ଦର ନିକଟ ଜନବସତିରେ ଖସିପଡ଼ିଥିଲା। ଜନବସତିରେ ଥିବା ବିଜେ ମେଡିକାଲ କଲେଜ ହଷ୍ଟେଲ କୋଠା ଉପରେ ବିମାନ ଖସିପଡ଼ିଥିଲା। ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଯାତ୍ରୀ ଏବଂ ହଷ୍ଟେଲରେ ମଧ୍ୟାହ୍ନଭୋଜନ କରୁଥିବା ୨୪ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପୂର୍ବରୁ ଜଣେ ଯାତ୍ରୀ ବିମାନରୁ ଡେଇଁପଡ଼ି ଜୀବନ ବଞ୍ଚାଇଥିଲେ। ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Exit mobile version