• Home
  • ରାଜ୍ୟ
  • ରାତି ପାହିଲେ ମହାପ୍ରଭୁଙ୍କ ଅଣସର ଦର୍ଶନ – ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ
Image

ରାତି ପାହିଲେ ମହାପ୍ରଭୁଙ୍କ ଅଣସର ଦର୍ଶନ – ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ

ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ। ଆସନ୍ତାକାଲି (ଜୁନ ୧୨)ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ନୀତି, ମଙ୍ଗଳା ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀଲାଗି, ଗୋପାଳବଲ୍ଲଭ, ସୂର୍ଯ୍ୟପୂଜା, ରୋଷହୋମ ନୀତି ଅନୁଷ୍ଠିତ ହେବ। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଚନ୍ଦନ ଚକଡ଼ା ଠାରୁ ବେରିକେଡ ଦେଇ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ମଧ୍ୟାହ୍ନ ଗୋଟିଏରେ ସକାଳ ଧୂପ ନୀତି ରହିଛି। ଅପରାହ୍‌ଣ ୨ଟ ୧୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ରାତି ୮ଟାରେ ସନ୍ଧ୍ୟା ଆଳତୀ, ମଇଲମ, ତଡ଼ପଲାଗି, ସନ୍ଧ୍ୟାଧୂପ, ରାତି ୯ଟାରୁ ୧୨ଟା ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ରାତି ୧୨ଟାରେ ବଡ଼ସିଂହାର ବେଶ, ଧୂପ ପରେ ରାତି ଗୋଟିଏରେ ପହଡ଼ ନୀତି ଅନୁଷ୍ଠିତ ହେବ।


ଏଥିପାଇଁ ବ୍ରହ୍ମଗିରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ‌ପୁଲିସ ମୁତୟନ ହେବେ। ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍‌ସନ ଫୋର୍ସ ସାଦା ପୋଷାକରେ ରହିବେ। ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟ, ୧୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ ଜଣ ଗୃହରକ୍ଷୀ, ୧୦ ଜଣ ଟ୍ରାଫିକ ପୁଲିସ ଉପସ୍ଥିତ ରହିବେ। ମନ୍ଦିର ଭିତର ଓ ବାହାରରେ ୧୬ଟି ସିସିଟିଭି ନଜର ରଖିବ। ଗୋଟିଏ ୟୁନିଟି ପାଟ୍ରୋଲିଂ ନିୟୋଜିତ ରିହବ। ଅଗ୍ନିଶମ ବାହିନୀର ଗୋଟିଏ ଦୀପଷ୍ଟାଣ୍ଡ ଓ ଚାପପୋଖରୀରେ ନିୟୋଜିତ ରହିବେ। ଗୋଟିଏ ମୋବାଇଲ ୟୁନିଟି, ଏକ ଆମ୍ବୁଲାନ୍ସ ରହିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଠାରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖ‌ୋଲିଛି, ୨୪x୭ ଘଣ୍ଟିଆ ପୁଲିସ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରାଯାଇଛି।

ଅଣସରର ୧୫ ଦିନ ମଧ୍ୟରେ ବ୍ରହ୍ମଗିରି ବଜାରର ରାସ୍ତାକଡ଼ରେ କୌଣସି ଗାଡ଼ି ପାର୍କିଂ କରିପାରିବ ନାହିଁ। ଉଠା ଦୋକାନୀମାନେ ମଧ୍ୟ ରାସ୍ତାକଡ଼ରେ ବସିପାରିବ‌େ ନାହିଁ।

ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବାହାନ ପାର୍କିଂ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ପୁରୀ ଆଡ଼ୁ ଆସୁଥିବା ଶ୍ରଦ୍ଧାଳୁ ବ୍ରହ୍ମଗିରି ବଜାର ଦେଇ ମାରୱାଡି କୋଠା ନିକଟସ୍ଥ ଚନ୍ଦନଚକଡ଼ାରେ ଗାଡ଼ି ପାର୍କିଂ କରିବେ। ସାତପଡ଼ାରୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ଏଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ବ୍ରହ୍ମଗିରି-ଡେଲାଙ୍ଗ ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ଚନ୍ଦନଚକଡ଼ା ପାର୍କିଂସ୍ଥଳକୁ ଯିବ। ପୁରୀରୁ ସାତପଡ଼ା ଯାଉଥିବା ଯାତ୍ରୀବାହୀ ଗାଡ଼ି ନୂଆ ବସଷ୍ଟାଣ୍ଡ (ଢାବାଛକ)ରେ ପାର୍କିଂ କରିବ। ଗୋପଛକ ଦେଇ ଅଲରାନାଥ ପାନ୍ଥନିବାସ ଠାରେ ଗଣମାଧ୍ୟମ ପ୍ରତିନିଧି, ଭିଆଇପି ଏବଂ ଭିଭିଆଇପିଙ୍କ ଗାଡ଼ି ପାର୍କିଂ କରିବ।

ଶନିଶ୍ଚର ମନ୍ଦିର ଠାରୁ ପୀଠ ପର୍ଯ୍ୟନ୍ତ କୌଣସି ଗାଡ଼ିର ଚଳାଚଳକୁ ବାରଣ କରାଯାଇଛି। ଚନ୍ଦନଚକଡ଼ାରେ ପାର୍କିଂ କରିଥିବା ଶ୍ରଦ୍ଧାଳୁଙ୍କ ଗାଡ଼ିଗୁଡ଼ିକ ଅଲରାପୁର ଗାଁ ଦେଇ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଛକରେ ପୁରୀ-ସାତପଡ଼ା ରାଜପଥରେ ପୁରୀ ଅଭିମୁଖେ ଯାଇପାରିବେ। ସେହି ପାର୍କିଂରୁ ସାତପଡ଼ା ଆଡ଼କୁ ଯାଉଥିବା ଗାଡ଼ି ଗୁଡ଼ିକ ବଟମହାବୀର-ବ୍ରହ୍ମଗିରି ହାଇସ୍କୁଲ ଦେଇ ମାରବାଡ଼ି କୋଠା ଦେଇ ପୁରୀ-ସାତପଡ଼ା ରାଜପଥରେ ସାତପଡ଼ା ଅଭିମୁଖେ ଯିବ। ପାର୍କିଂ ପୂର୍ଣ୍ଣ ହୋଇଗଲେ ଶ୍ରଦ୍ଧାଳୁଙ୍କ ଗାଡ଼ି ରାଜେଶ ଖାନ୍ନା ପଡ଼ିଆ ଓ ପଞ୍ଚୁଦୋଳ ମେଳଣ ପଡ଼ିଆରେ ପାର୍କି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025