ଅପରେସନ ସିନ୍ଦୁରରେ ଆଉ ୫ କୁଖ୍ୟାତ ଆତଙ୍କୀ ନିପାତ

ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ମଙ୍ଗଳବାର ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା।  ମେ ୭ ତାରିଖରେ ହୋଇଥିବା ଅପରେସନରେ  ପାକିସ୍ତାନରେ ଥିବା ଲସ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦର ଆତଙ୍କବାଦୀମାନଙ୍କୁ ଭାରତୀୟ ସେନା ନିପାତ କରିଥିଲେ। ଶନିବାର ଭାରତୀୟ ସେନା  ଅପରେସନ ସିନ୍ଦୂର ଅଧୀନରେ ନିପାତ ହୋଇଥିବା  ୫ ଜଣ କୁଖ୍ୟାତ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରିଛି ।

ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜୈଶ-ଇ-ମହମ୍ମଦର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୁରିଦକେର ଆକ୍ରମଣରେ ଭାରତୀୟ ସେନା ଦ୍ୱାରା ଲସ୍କର-ଇ-ତୋଇବା ସଂଗଠନର ଆତଙ୍କବାଦୀ ମୁଦାସର ଖଡିଆନ୍ ଖାସ ଓ ଖଲିଦ ଓରଫ ଅବୁ ଆକାଶାକୁ ହତ୍ୟା କରାଯାଇଥିଲା । ଉଭୟଙ୍କୁ ତାଙ୍କ ଅନ୍ତିମ ସଂସ୍କାରରେ ପାକିସ୍ତାନ ସେନା ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେହିପରି ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର   ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଅଜହର ଛଦ୍ମନାମ ଉସ୍ତାଦ୍ ଜୀ ଓ  ମହମ୍ମଦ ହାସନ ଖାନ ଭଳି କୁଖ୍ୟାତ ଆତଙ୍କୀ ନିପାତ ହୋଇଛନ୍ତି।