Utkala Mirror I Odisha News, Latest Odia News

ପୋଲିସ ତଦନ୍ତ ଉପରେ ବିଜେଡିର ପ୍ରଶ୍ନ : ସରକାର ଚାପରେ ପୋଲିସ ଚେପା

ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି। ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଏମ୍ସ ଦିଲ୍ଲୀରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ମାନେ ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଏନେଇ ଶନିବାର ଦିନ ବିଜେଡ଼ି ତରଫରୁ ପୁରୀରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପସଭାପତି ସଞ୍ଜୟ ଦାସବର୍ମା, ଜିଲ୍ଲା ବିଜେଡି ସଭାପତି ଉମା ସାମନ୍ତରାୟ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ୱାଇଁ ଉପସ୍ଥିତ ଥିଲେ । ବିଜୁ ଜନତା ଦଳ ଉପସଭାପତି ଶ୍ରୀ ଦାସବର୍ମା ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆଇନ ଶ୍ରୁଖଳା ବିପର୍ଯ୍ୟସ୍ତ ସହ ରାଜ୍ୟରେ ମହିଳା ଅଶୁରକ୍ଷିତ ବୋଲି କହିଥିଲେ । ମୃତ୍ୟୁ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ୨ କୋଟି ଦାବି ସହ ପୋଲିସ ବୟାନକୁ ନିନ୍ଦା କରିଛନ୍ତି । ଚିକିତ୍ସା ସମ୍ପର୍କରେ କୌଣସି ସୂଚନା ଦିଆ ଗଲା ନାହିଁ । ପୋଲିସର ନଇତିକିତା ନାହିଁ ଯେ ସେ ଏପରି ମନ୍ତବ୍ୟ ଦେବା । ୧୫ ଦିନ ଧରି ଚିକିତ୍ସା ସମୟରେ ପୋଲିସ ସୂଚନା ଦେଲା ନାହିଁ । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଘଟଣାରେ ବି ରାଜ୍ୟରେ ପୀଡ଼ିତା ଥିବା ବେଳେ ଦେଖାହେଲେ ନାହିଁ । ଏବେ ତଦନ୍ତ ପ୍ରଶ୍ନବାଚୀ ବୋଲି ଶ୍ରୀ ଦାସବର୍ମା କହିଥିଲେ । ସେହିପରି ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ବିଜେପି ସରକାର ବଳଙ୍ଗା ନାବାଳିକା ପୀଡ଼ିତାଙ୍କୁ ମାରିଦେଲା । ବିଜେଡିର ଏକ ପ୍ରତିନିଧି ଦଳ ଯାଇଥିଲା ସେଠାରେ ଡ଼ାକ୍ତର ସହ ଆଲୋଚନା କରିଥିଲେ । କିନ୍ତୁ ଦିଲ୍ଲୀରେ ଯାଇଥିବା ବିଜେଡିକୁ ସାକ୍ଷାତ କରିବାକୁ ଦିଆଗଲା ନାହିଁ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେଡ଼ି ରାଜରାସ୍ତାକୁ ଯିବ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ଚାପରେ ପୋଲିସ ଚେପା ହୋଇଛି । ମୃତ୍ୟ ପୂର୍ବରୁ ପୋଲିସର କାହିଁକି ସୂଚନା ଦିଆ ଗଲାନି ଏବଂ ମୃତ୍ୟୁର ସଙ୍ଗେ ସଙ୍ଗେ ଏପରି ଟୁଇଟ ରହଶ୍ୟ ଥିବା ନେଇ ଜଣାପଡୁଛି ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରିବାର ଲୋକଙ୍କୁ ରାଜ୍ୟରେ ଦେଖାହେଲେ ନାହି

Exit mobile version