Utkala Mirror I Odisha News, Latest Odia News

ବଳଙ୍ଗା ପୀଡିତା ମୃତ : ବାପା କହିଲେ ଝିଅ ମାନସିକ ସ୍ଥିତି ଯୋଗୁଁ ଜୀବନ ହାରିଛି, ରାଜନୀତି କରନି

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଏନେଇ ବଳଙ୍ଗା ପୀଡ଼ିତାଙ୍କ ବାପା କହିଛନ୍ତି ମୋ ଝିଅ ମାନସିକ ସ୍ଥିତି ଯୋଗୁ ଜୀବନ ନେଇଛି। ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ପୀଡିତାଙ୍କ ବାପା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଯାହା କିଛି ସାହାଯ୍ୟ ଆବଶ୍ୟକ ଥିଲା, ସରକାର ସମସ୍ତ ସହଯୋଗ କରିଛନ୍ତି । ମୋ ପାଖରେ ମୋ ଝିଅ ଆଉ ନାହିଁ । ଝିଅ ତାର ମାନସିକ ଚିନ୍ତା ଯୋଗୁଁ ଜୀବନ ନେଇଛି । ଏହାକୁ ନେଇ ଆପଣମାନେ ରାଜନୀତି ନକରନ୍ତୁ । ମୋ ଝିଅ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ତା ଆତ୍ମା ଶାନ୍ତି ହେଉ ବୋଲି ପୀଡିତାଙ୍କ ବାପା କହିଛନ୍ତି । ସୂଚନାଯୋଗ୍ୟ, ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ପୀଡିତା ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବେଳେ ରାଜ୍ୟ ନେତୃମଣ୍ଡଳୀ ବିଭିନ୍ନ ପର୍ଯ୍ୟାୟରେ ଯାଇ ଏମ୍ସରେ ପୀଡିତାଙ୍କୁ ଭେଟିବା ସହ ପରିବାରକୁ ସାହାସ ଦେଉଥିଲେ । ଶେଷରେ ଚିକିତ୍ସିତ ଅବସ୍ଥାରେ ପୀଡିତାଙ୍କର ଜୀବନ ଯାଇଥିବା ଜଣାପଡିଛି । 

Exit mobile version