• Home
  • ରାଜନୀତି
  • ମମତା ପୁରୀ ଆସିଲେ ଆମୋ ବିରୋଧ କରିବୁ : ବିଜେପି ବିଧାୟକ
Image

ମମତା ପୁରୀ ଆସିଲେ ଆମୋ ବିରୋଧ କରିବୁ : ବିଜେପି ବିଧାୟକ

ସାଢେ ଚାରି କୋଟି ଲୋକଙ୍କ ପ୍ରାଣ କେନ୍ଦ୍ର ଓଡିଶାର ଜଗନ୍ନାଥ ଧାମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାରେ ସରକାରୀ ଅର୍ଥରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଜଗନ୍ନାଥ ଧାମ ଲେଖିଛନ୍ତି । ମମତା ପୁରୀ ଆସିଲେ ଆମେ ବିରୋଧ କରିବୁ ବୋଲି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଚେତବନୀ ଦେଇଛନ୍ତି । କେବଳ ମୁଁ କଣ ସାଢେ ଚାରି କୋଟି ଓଡିଆ ମମତାଙ୍କୁ ପୁରୀ ଆସିଲେ ବିରୋଧ କରିବେ ବୋଲି କହିଛନ୍ତି ।

ବିଜେପି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ଚାରି ଧାମ ମଧ୍ୟରୁ ପୁରୀ ଧାମ ସ୍ବତନ୍ତ୍ର । ସେଠାରେ ଶଙ୍କରାଚାର୍ଜ୍ୟ ଅଛନ୍ତି । ମମତା ବାନାର୍ଜୀ ଯେତେ କହିଲେ ହେବନି । ବିଶ୍ବ ପ୍ରସିଦ୍ଧ ପୁରୀ ଧାମ । ଦୀଘାରେ ଜଗନ୍ନାଥ ମନ୍ଦିର କରିଲେ, ତାହାକୁ ଆମେ ବିରୋଧ କରୁନାହୁଁ । ପୁରୀ ଧାମକୁ ଅସ୍ବିକାର କଲେ ଆମୋ ବିରୋଧ କରିବୁ ବୋଲି ବିଜେପି ବରିଷ୍ଠ ବିଧାୟକ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦୀଘା ଜଗନ୍ନାଥ ଧାମ ଫଳକ ହଟାଇବା ପରେ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ସ୍ଥାୟୀ ଫଳକ ଲଗାଇଛନ୍ତି । ଏଥିଲାଗି ଦିଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମମର ପରିଚୟ ଦେବା ନେଇ ବିବାଦ ଉପୁଜିଛି । ମମତାଙ୍କ ଏପରି ନିଷ୍ପତ୍ତି ଏବେ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରୁ ଆରମ୍ଭ କରି ସାରା ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପ୍ରିଲ ୩୦ରେ ଦିଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଥର୍ମୋକୁଲର ଅସ୍ଥାୟୀ ଭାବେ ଧାମ ଫଳକ ଓ ସେଲଫି ପଏଣ୍ଟ ଲଗାଇଥିଲା । ଫଳକ ହଟିବା ପରେ ବିଜେପି ନେତା ଅମିଲ ମାଲବ୍ୟ ଫଟୋ ସହିତ ଏକ୍ସରେ ପୋଷ୍ଟ କରିବା ପରେ ଏହି ଖବର ଚାରିଆଡ଼େ ଭାଇରାଲ ହୋଇଥିଲା। ପରେ ରାତାରାତି ପଶ୍ଚିମବଙ୍ଗ ସରକାର ମନ୍ଦିର ସାମନାରେ ଜଗନ୍ନାଥ ଧାମ ଲେଖାଥିବା ଫଳକ ଲଗାଇ ଦେଇଛନ୍ତି। ଏହା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାୟୀ ସେଲଫି ପଏଣ୍ଟ ପାଇଁ ବ୍ୟବସ୍ଥା କରୁଛନ୍ତି।

Releated Posts

ଓଡ଼ିଶାରେ ୫ ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ

ମୋଦିଙ୍କୁ ସ୍ବାଗତ ଲାଗି ପ୍ରସ୍ତୁତି ଶେଷ ହୋଇଛି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ…

ByByutkalamirror.comJun 18, 2025

୧୨ ମାସରେ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିଛୁ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିଜେପି ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ ସେଥିରୁ ଗୋଟିଏ ବର୍ଷ ମଧ୍ୟରେ ଅନେକ ପ୍ରମୁଖ ପ୍ରତିଶୃତି ପୂରଣ କରାଯାଇଛି । ଗତ…

ByByutkalamirror.comJun 10, 2025

ବିଜେଡି ଦୁଇ ବରିଷ୍ଠ ନେତା ଅସନ୍ତୋଷ ଝଡିଲେ

ବିଜେପି ସହ ବିଜେଡି ବ୍ୟବସ୍ଥା କରିଥିଲା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି : ଭୂପିନ୍ଦର ବିଜେଡିର ଶକ୍ତି କ୍ଷୟ ହୋଇଛି: ଶଶିଭୂଷଣ ପୁଣି ବିଜେଡି…

ByByutkalamirror.comMay 18, 2025

ବିଜେଡି ସଂଖ୍ୟାଲଘୁ ସେଲ୍ ପଦ ନେବାକୁ ମୁନ୍ନା ଖାଁ ଅମଙ୍ଗ

ବିଜେଡି ସାଂଗଠନିକ ପୁର୍ନବିନ୍ୟାସରେ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ତାଙ୍କ…

ByByutkalamirror.comMay 15, 2025