Utkala Mirror I Odisha News, Latest Odia News

ଏଫଏମ ଛାତ୍ରୀ ଆତ୍ମହୁତି ଘଟଣାର କୋର୍ଟ ମନିଟରିଙ୍ଗରେ ତଦନ୍ତ ହେଉ : ବିଜୟ ମହାପାତ୍ର

ଭାରତ ବର୍ଷରେ ଓଡ଼ିଶାକୁ ଲଜ୍ୟା ନିନ୍ଦା ସହିବାକୁ ପଡିଲା । ସରକାର ଉପରେ ଅପବାଦ ଖଣ୍ଡା ଝୁଲିକି ରହିଲା । ବିଜେପି ବିରୋଧୀ ଦଳରେ ଥିଲା ବେଳେ ସବୁ କଥାରେ ସିବିଆଇ ତଦନ୍ତ କହୁଥିଲା, ବିଜେପି ଏବେ କଣ କରୁଛି । ୧୨ ତାରିଖ ପୂର୍ବର ଘଟଣା ମୌଳିକ । ଆକଳନ କରିଥିଲେ ଜୀବନ ବଞ୍ଚିଥାନ୍ତା । ବାଲେଶ୍ୱର ଘଟଣା ସୁଶାସନ ନା କୁଶାସନକୁ ଦର୍ଶାଉଛି । ସରକାର ସୁଶାନ ପାଳନ କଲେ । ସୁଶାନ ପାଳନ କରିବା ଲଜ୍ୟାର କଥା । ଏବେ ବି ସମୟ ଅଛି ନିରପକ୍ଷ ତଦନ୍ତ କରନ୍ତୁ । ସରକାର କୋର୍ଟ ମନିଟରିଙ୍ଗ ତଦନ୍ତ କରନ୍ତୁ ବୋଲି କହି ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କୋର୍ଟରେ ସରକାର ଅନୁରୋଧ କରନ୍ତୁ । କ୍ରାଇମବ୍ରାଞ୍ଚ ଯାହା କରିବ କୋର୍ଟଙ୍କୁ ଜଣାଇ କରିବ । କାଲି ସାଂସଦ ଅପରାଜିତା କହିଲେ ରାଜ୍ୟପାଳ ଦୁଇ ମାସ ଧରି ଆଇସିସିର ସମୀକ୍ଷା କରୁଥିଲେ । ସେ କେମିତି ରାଜ୍ୟପାଳଙ୍କ କଥା କହିଲେ । ରାଜ୍ୟପାଳ ନିଜର ମତ ରଖିବା ଦରକାର । ରାଜ୍ୟପାଳ ତଦନ୍ତ କରିଛନ୍ତି ନା ନାହିଁ ନିଜର ପ୍ରତିକ୍ରିୟା ରଖନ୍ତୁ, କାରଣ ସାଂସଦ ରାଜ୍ୟପାଳଙ୍କୁ ଏଭିତରକୁ ଟାଣିଛନ୍ତି । ମୂଳରୁ ଘଟଣାଟିକୁ ହାଲୁକା ଭାବରେ ନେଲେ । ମୁଖ୍ୟମନ୍ତ୍ରୀ ଯେଉଁ ବିଭାଗରେ ଅଛନ୍ତି ସେଠି ଗୁଇନ୍ଦା ଅଛି । ଗୁଇନ୍ଦା ମୁଖ୍ୟମନ୍ତ୍ରୀଙ୍କୁ କେମିତି ଖବର ଦେଲାନି । ମୁଖ୍ୟମନ୍ତ୍ରୀ ଗୁଇନ୍ଦା ଖବର ପାଇଥିଲେ କି । ଘଟଣା କାହିଁକି ହେଲା ତଦନ୍ତ ହେବା ଦରକାର । ଏମିତି ଘଟଣା କେବେ ହୋଇନି । ପେଟ୍ରୋଲ ଢାଳି କଲେଜ କ୍ୟାମ୍ପସରେ ନିଆଁ ଲଗାଇବା ଘଟଣା । ଅତୀତର ଘଟଣା ଆଉ ବାଲେଶ୍ୱର ଘଟଣା ଭିତରେ ଆକାଶ ପାତାଳ ଫରକ ରହିଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ଏହି ଘଟଣାକୁ ନେଇ ରାଜ୍ୟବାସୀଙ୍କ ମନରେ ଅସୁମାରୀ ପ୍ରଶ୍ନ ରହିଯିବ । କିଭଳି ଏଭଳି ଘଟଣା ଘଟିଲା ସମସ୍ତେ ଜାଣିବା ଦରକାର । ନିଆଁ ଲିଭାଇବା ପାଇଁ ସରକାର ଉଦ୍ୟମ କରିବା ଦରକାର । ଏହାଦ୍ବାରା ପୀଡିତାଙ୍କୁ ନ୍ୟାୟ ମିଳିବ ।

 

 

Exit mobile version