• Home
  • ରାଜ୍ୟ
  • ବାଲେଶ୍ବର-ଭଦ୍ରକରେ ଅତିପ୍ରବଳ ବର୍ଷା
Image

ବାଲେଶ୍ବର-ଭଦ୍ରକରେ ଅତିପ୍ରବଳ ବର୍ଷା

ଦାନା ଦୁର୍ବଳ ହୋଇ ସୁଦୃଶ ଲଘୁଚାପ ରୂପ ନେଲା,

ସପ୍ତାହକ ଉତ୍ତର ଓ ଦକ୍ଷିଣ ଉପକୂଳରେ ହାଲୁକା ବର୍ଷିବ

ଭୁବନେଶ୍ବର, ତା ୨୬/୧୦ ()
ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଶନିବାର ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଶନିବାର ରାତି ସୁଦ୍ଧା ଏହା ଲଘୁଚାପ ରୂପ ନେବ।  ଏହା ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ସକ୍ରିୟ ରହିଛି । ଦୁର୍ବଳ ଲଘୁଚାପ ପ୍ରଭାବରେ ଶନିବାର ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିଛି।  ଖୋର୍ଦ୍ଧ, ନୟାଗଡ଼, ପୁରୀ, କଟକ ଜିଲ୍ଲା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳରେ ହାଲୁକା ବର୍ଷା ରେକର୍ଡ ହୋଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ସପ୍ତାହକ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ନେଇ କୌଣସି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇ ନାହିଁ । ୨୭ରୁ ୩୦ ତାରିଖ ଯାଏଁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ରହିଛି।  ଗତ ୨୪ ଘଣ୍ଟାରେ ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସବୁଠାରୁ ଅଧ୍ଖକ ବର୍ଷା ହୋଇଥ୍ଖବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।
ସର୍ବାଧ୍ଖକ ବର୍ଷା ବାଲେଶ୍ବର ଔପଦାଠାରେ ୨୪୦ ମିମି ରେକର୍ଡ କରାଯାଇଥ୍ଖବାବେଳେ ଭଦ୍ରକ ଧାମନଗରରେ ୨୧୫ ମିମି, ବାଲେଶ୍ବର ଖଇରାଠାରେ ୨୦୯ ମିମି, ଭଦ୍ରକ ଭଣ୍ଡାରିପୋଖରୀରେ ୨୦୮ ମିମି, ବାଲେଶ୍ବର ନୱାନାଠାରେ ୧୯୩.୪ ମିମି ବର୍ଷା ରେକର୍ଡ ହୋଇଛି।  ଏହାଛଡ଼ା ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ମଧ୍ୟ ଭାରି ବର୍ଷା ରେକର୍ଡ ହୋଇଛି।  ବାତ୍ୟା ଦାନା ଦୁର୍ବଳ ହେବା ପରେ ସମସ୍ତ ବନ୍ଦର ୱାର୍ଣ୍ଣିଂ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ୱାର୍ଣ୍ଣିଂକୁ ଉଠାଇ ଦିଆଯାଇଥ୍ଖବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।
ଶନିବାର ଦିନ ତମାମ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ସମୁଦ୍ର ସାମାନ୍ୟ ଅଶାନ୍ତ ରହିଛି । ତେଣୁ ଶନିବାର ରାତି ପର‌୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।  ରାଜ୍ୟରୁ ମୌସୁମୀ ବିଦାୟ ନେବା ପରେ ମୋଟ ୬୧.୬ ମିମି ବର୍ଷା ରେକର୍ଡ କରାଯାଇଛି, ସ୍ବାଭାବିକ୍ ଅପେକ୍ଷା ଏହା ୪୧% ଅଭାବୀ ରହିଛି । ୨ ଜିଲ୍ଲାରେ ସ୍ବାଭାବିକଠାରୁ ଅଧ୍ଖକ ବର୍ଷା ରେକର୍ଡ ହୋଇଥ୍ଖବାବେଳେ ୩ ଜିଲ୍ଲାରେ ସ୍ବାଭାବିକ, ୯ ଜିଲ୍ଲାରେ ଅଭାବୀ, ୧୫ ଜିଲ୍ଲାରେ ଅତି ଅଭାବୀ ଓ ଗୋଟିଏ ଜିଲ୍ଲା ଭଦ୍ରକରେ ଅତ୍ୟାଧ୍ଖକ ବର୍ଷା ରେକର୍ଡ କରାଯାଇଛି ।

୨୪ ଘଣ୍ଟାରେ କେଉଁ ଜିଲ୍ଲାରେ କେତେ ବର୍ଷା

ବାଲେଶ୍ୱର

ଔପଦା- ୨୪୦ ମିମି
ଖଇରା- ୨୦୯ ମିମି
ନୀଳଗିରି- ୧୪୦ ମିମି
ସିମୁଳିଆ ଓ ବାଲେଶ୍ୱର- ୧୧୪ ମିମି
ରେମୁଣା- ୧୦୯ ମିମି


ଧାମନଗର- ୨୧୫ ମିମି
ଭଣ୍ଡାରିପୋଖରୀ- ୨୦୮ ମିମି
ଚାନ୍ଦବାଲି- ୧୯୭ ମିମି
ବନ୍ତ- ୧୮୭ ମିମି
ଭଦ୍ରକ- ୧୬୧ ମିମି

ମୟୂରଭଂଜ

ଉଦଳା- ୧୪୧ ମିମି
ବଡସାହି- ୧୧୨ ମିମି

ଯାଜପୁର

ଦଶରଥପୁର- ୧୯୬ ମିମି
ବରି- ୧୪୬ ମିମି
ଯାଜପୁର- ୧୪୩ ମିମି
ବିଞ୍ଝାରପୁର- ୧୧୦ ମିମି

କେନ୍ଦ୍ରାପଡା

ରାଜକନିକା- ୧୫୧ ମିମି
ଆଳି- ୧୨୩ ମିମି

କଟକ

କଣ୍ଟାପଡା- ୧୪୬ ମିମି
ନିଶ୍ଚିନ୍ତକୋଇଲି- ୧୩୩ ମିମି
କଟକ- ୧୩୭ ମିମି
ସାଲେପୁର- ୧୧୦ ମିମି

Releated Posts

ରଥଯାତ୍ରା ପାଇଁ ପୁରୀକୁ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ବୀମା

ରଥଯାତ୍ରାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ଚଳିତ ରଥଯାତ୍ରାର ଦ୍ବିତୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ByByutkalamirror.comJun 10, 2025

ଶ୍ରୀମନ୍ଦିରର ୨ କିଲୋମିଟର ପରିସରରେ ମଦ ଓ ଆମିଷ ବିକ୍ରି ବନ୍ଦ

ବିଶ୍ୱ ପ୍ରସିଦ୍ଧ ପୁରୀକୁ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଆସୁଛନ୍ତି । ଏହା ଏକ ଆନ୍ତର୍ଜାତୀୟ ତୀର୍ଥସ୍ଥଳୀ । ଏହାକୁ ଦୃଷ୍ଟିରେ…

ByByutkalamirror.comJun 9, 2025

ଡବଲ ଇଞ୍ଜିନ ସରକାରଙ୍କୁ ଶ୍ରେୟ, ୩ କେନ୍ଦ୍ରମନ୍ତ୍ରୀଙ୍କୁ ମୋହନଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କନଭେନସନ୍ ସେଣ୍ଟରରେ ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ଓଡ଼ିଶାର ଡବଲ ଇଞ୍ଜିନ ସରକାରର ପ୍ରଥମ…

ByByutkalamirror.comJun 9, 2025

୧୦ ଲକ୍ଷ ଲାଞ୍ଚ ନେଉଥିଲେ, ଆଇଏଏସଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ଧୀମନ ଚକ୍ମାଙ୍କୁ ଭିଜିଲାନ୍ସ ଲା଼ଚ ନେବା ବେଳେ ଧରିଛି । ସୂଚନା ଅନୁସାରେ,…

ByByutkalamirror.comJun 8, 2025

Leave a Reply

Your email address will not be published. Required fields are marked *