ଜାଗମରାସ୍ଥିତ ଆଇଟିଇଆର କଲେଜରେ ଭୟାବହ ନିଆଁ ଲାଗିଛି। ଫଳରେ କଲେଜ ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଧୂଆଁମୟ ପରିବେଶ ଲାଗି କିଛି ଛାତ୍ରଛାତ୍ରୀ ଅଣନିଶ୍ବାସୀ ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ସମ୍ ହସ୍ପିଟାଲ ନିଆଯାଇ ଚିକିତ୍ସା ପ୍ରଦାନ କରାଯାଇଛି ।
ଅଗ୍ନିଶମ ବାହିନୀ ବରିଷ୍ଠ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଟିଇଆର କଲେଜ ଅଡିଟୋରିୟମର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ସେହି ସମୟରେ ତୃତୀୟ ମହଲାରେ କ୍ଲାସ ଚାଲିଥିଲା । ଯେଉଁଥିରେ ୬୫ ଛାତ୍ରଛାତ୍ରୀ ଥିଲେ । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଅଗ୍ନିସମ ବାହିନୀର ୫ଟି ଟିମ ପହଁଞ୍ଚି ନିଆଁକୁ ଆୟତ୍ତ କରିଥÒଲା ଓ ଫସିଥିବା ୬୫ ପିଲାଙ୍କୁ ଅଗ୍ନିକାଣ୍ଡ ପରେ ଉଦ୍ଧାର କରାଯାଇଥିଲା । କିଛି ଛାତ୍ରଛାତ୍ରୀ ଧୁଆଁମୟ ପରିବବେଶ ଲାଗି ଅଣନିଶ୍ବାସୀ ଅନୁଭବ କରିବାରୁ ସେମାନଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଏସି କମ୍ପେସରରୁ ନିଆଁ ବାହାରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ଆଇଟିଇଆର କଲେଜରେ ନିଆଁ
