ନୂଆପଡ଼ା ଉପନିର୍ବାଚନ, ବିଜେଡିର ୫୨ଜଣିଆ ପ୍ରଚାରକ କମିଟି

ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ଚଳିତମାସ ୮ତାରିଖରେ ୩ଟି କମିଟି ଗଠନ କରି ୧୯ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲା । ଏଥିରେ ଜଣେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର ନେତାଙ୍କୁ ସାମିଲ କରାଯାଇ ନଥିଲା । ମାତ୍ର ଆଜି ପ୍ରକାଶିତ ତାଲିକାରେ ମୋଟ ୫୨ଜଣ ନେତାଙ୍କୁ ଦଳ ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛି । ସେଥିରେ ୨୫ରୁ ଅଧିକ ଉପକୂଳ ଓଡ଼ିଶାର ଆଗଧାଡ଼ିର ନେତାମାନେ ସାମିଲ ଅଛନ୍ତି । ନୂଆପଡ଼ା ବ୍ଲକ(୧୮ଜଣ): ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସଞ୍ଜୟ ଦାସବର୍ମା ,ଅରୁଣ ସାହୁ , ପ୍ରତାପ ଜେନା , ଦିବ୍ୟଶଙ୍କର ମିଶ୍ର , ପ୍ରୀତିରଞ୍ଜନ ଘଡ଼ାଇ,ଧ୍ରୁବ ସାହୁ,ମନୋହର ରନ୍ଧାରୀ ,ପ୍ରଦୀପ ଦିଶାରୀ,ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା,ଶାରଦା ପ୍ରସନ୍ନ ଜେନା,ରୋମାଂଚ ରଞ୍ଜନ ବିଶ୍ୱାଳ,ସୁଦର୍ଶନ ହରିପାଲ,ପ୍ରଶାନ୍ତ କୁମାର ବେହେରା,ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି ।ନୂଆପଡ଼ା ଏନଏସି (୮ଜଣ): ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଶାରଦା ପ୍ରସାଦ ନାୟକ , ଦେବେଶ ଆଚାର୍ଯ୍ୟ , ମନୋରମା ମହାନ୍ତି , ଦୀପାଳି ଦାସ , ଆୟୁବ ଖାନ୍ , ରୀତା ସାହୁ ଓ ସ୍ୱରୂପ ଦାସ କାର୍ଯ୍ୟ କରିବେ ।କୋମନା ବ୍ଲକ (୧୮ଜଣ): ସେହିପରି ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ପ୍ରତାପ ଦେବ , ଅଧିରାଜ ପାଣିଗ୍ରାହୀ , ପୁଷ୍ପେନ୍ଦ୍ର ସିଂହଦେଓ , ଯୋଗେଶ ସିଂହ,ରବି ନନ୍ଦ,ପ୍ରଦୀପ ମାଝୀ ,ନଳିନୀକାନ୍ତ ପ୍ରଧାନ,ବ୍ୟୋମକେଶ ରାୟ,ସୁଶାନ୍ତ କୁମାର ରାଉତ ,ସୁଭାଶିଷ ଖୁଂଟିଆ , ଜଗନ୍ନାଥ ସାରକା , ସରୋଜ ମେହେର,ବିଶ୍ୱରଞ୍ଜନ ମଲ୍ଲିକ,ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ,ରୋହିତ ଯୋଶେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟ।ଖରିଆର ରୋଡ୍ ଏନଏସି(୮ଜଣ) : ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ବିକ୍ରମ ପଣ୍ଡା , କଳିକେଶ ନାରାୟଣ ସିଂହଦେଓ , ପ୍ରଦ୍ୟୁମ୍ନ ତ୍ରିପାଠୀ , ସୌଭିକ ବିଶ୍ୱାଳ , ଗୌତମ ବୁଦ୍ଧ ଦାସ , ପ୍ରଶାନ୍ତ ମୁଦୁଲି ଏବଂ ରୁଦ୍ର ପ୍ରସାଦ ମହାରଥୀ ନିର୍ବାଚନୀ ପରିଚାଳନା କରିବେ ବୋଲି ଜଣାପଡ଼ିଛି ।