Utkala Mirror I Odisha News, Latest Odia News

ଯୁବ, ଛାତ୍ର ବିଜେଡିର ନବକଳେବର- ଚିନ୍ମୟ ଯୁବ, ଇପ୍ସିତା ଛାତ୍ର ବିଜେଡି ସଭାପତି

ଚିନ୍ମୟ ସାହୁ ଯୁବ ବିଜେଡି ସଭାପତି ନିଯୁକ୍ତ ହୋଇଛନ୍ତି। ସେହିପରି ଈପ୍ସିତା ସାହୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ନିଯୁକ୍ତି ଦେଇଛନ୍ତି । ଏହା ସହିତ ଉଭୟ ଯୁବ ଓ ଛାତ୍ର ସଂଗଠନରେ ଜଣେ ଲେଖାଏଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ୩ ଜଣ ଲେଖାଏଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି । ଏହି ନିଯୁକ୍ତି ପାଇବା ପରେ ଚିନ୍ମୟ ସାହୁ ଏବଂ ଇପ୍ସିତା ସାହୁ ଦଳର ସଭାପତିଙ୍କୁ ନବୀନ ନିବାସରେ ଭେଟି ଆଶିର୍ବାଦ ନେଇଛନ୍ତି ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜେଡି ଯୁବ ୱିଙ୍ଗର ବରିଷ୍ଠ ସାଧାରଣ ସଂପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଥିବା ବେଳେ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଛି। ସେହିପରି ଛାତ୍ର ୱିଙ୍ଗର ବରିଷ୍ଠ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଭାବେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତ କରାଯାଇଛି। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସାଧାରଣ ସଂପାଦକ (ଛାତ୍ର ବ୍ୟାପାର) ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

Exit mobile version