Utkala Mirror I Odisha News, Latest Odia News

ନିଲମ୍ବନ ପରେ ଅରବିନ୍ଦଙ୍କ ସହ ବିଜେଡି ନେତା କଥା ହୋଇଛନ୍ତି

ବିଜେଡିରୁ ନିଲମ୍ବନ ପରେ ଅରବିନ୍ଦ ମହାପାତ୍ରଙ୍କ ସହ କିଛି ବିଜେଡି ନେତା ଫୋନ୍‌ରେ କଥା ହୋଇଛନ୍ତି। ବିଶ୍ୱାସଘାତକତା କଣ ହୋଇଛି ତାହା ସେମାନେ ହିଁ କହିପାରିବେ ବୋଲି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର କହିଛନ୍ତି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବନ ହେବା ପରେ ଏହାକର କାରଣକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ।
ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଚର୍ଚ୍ଚା ରେ କଣ ଅଛି । ଦଳ ବିରୋଧୀ ପାଇଁ ନିଲମ୍ବନ କରିଛନ୍ତି | ବିଜେଡି ଏକ ଦଳ ସେ ତାଙ୍କ ପଦକ୍ଷେପ ନେଇଛନ୍ତି । ବିଶ୍ୱାସଘାତକ କଣ ହେଇଛି ସେମାନେ କହିବେ । ଓଡ଼ିଶାର ଲୋକେ ଅପେକ୍ଷା କରିଛନ୍ତି କାରଣ କଣ ଜାଣିବା ପାଇଁ । କାହା ପାଖରେ କଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ ବୋଲି ସେ କହିଛନ୍ତି । ତାଙ୍କ ରାଜ୍ୟସଭା ଯିବା ଚର୍ଚ୍ଚା ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ବିଜୟ ମହାପାତ୍ର କହିଛନ୍ତି ଯେ, ଅରବିନ୍ଦ ମହାପାତ୍ର ତାଙ୍କ ସମ୍ପର୍କରେ ନବୀନଙ୍କ ସହ କିଛି ଆଲୋଚନା କରିନାହାନ୍ତି । କଣ ହେଇଛି ଆକଳନ କରିବା କଷ୍ଟ । ଅରବିନ୍ଦଙ୍କ ଭବିଶ୍ୟତକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଦଳରେ ଯେଉଁ ଲୋକ ତାଙ୍କ ସାଙ୍ଗରେ ଅଛନ୍ତି ତାଙ୍କ କଥା ବୁଝିବେ । ଅଞ୍ଚଳ କଥା ବୁଝିବା ନେଇ ସେ ପରାମର୍ଶ ଦେବେ ।
ତାଙ୍କ ଜିଲ୍ଲା ଗସ୍ତ ସମ୍ପର୍କରେ କହିଛନ୍ତି ଯେ, ବିଭିନ୍ନ ଦଳର ନେତା ତାଙ୍କୁ ଭେଟୁଛନ୍ତି । ହେଲେ ନୂଆ ଦଳ ସମ୍ପର୍କରେ କିଛି ଆଲୋଚନା ହୋଇନାହିଁ । କଂଗ୍ରେସ, ବିଜେପି ଓ ବିଜେଡି ଦଳର ବିଭିନ୍ନ ନେତାଙ୍କ ସହ ରାଜନୈତିକ ବନ୍ଧୁତା ଅଛି । ସମସ୍ତେ ଆସୁଛନ୍ତି, ଭେଟୁଛନ୍ତି । ପୁଅଙ୍କ ନିଲମ୍ବନର ସେ ଆଶ୍ଚର୍ଯ୍ୟଚକିତ । ଅରବିନ୍ଦ ମହାପାତ୍ର ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଯେଉଁମାନେ ବିଶ୍ବାସଘାତକ କଥା କହୁଛନ୍ତି, ସେମାନେ କହିପାରିବେ କଣ ହୋଇଛି । ଅରବିନ୍ଦଙ୍କ ସହ କିଛି ବିଜେଡି ନେତା ଫୋନ କରି କଥା ହୋଇଛନ୍ତି । ଅରବିନ୍ଦଙ୍କ ରାଜନୈତିକ ଭବିଶ୍ୟତ ଉପରେ ପ୍ରଭାବ ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପାଟକୁରାରେ କୌଣସି ପ୍ରଭାବ ପଡିବ ନାହିଁ ।
ବାପାଙ୍କ ପାଇଁ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ବୋଲି ଚର୍ଚ୍ଚା ପ୍ରସଙ୍ଗରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୫ ବର୍ଷର ତଳର କଥା । ବାପା କିଛି ଭୁଲ କରିନାହାନ୍ତି । ଷଡଯନ୍ତ୍ର ଥାଇପାରେ, ହେଲେ ତାଙ୍କୁ ଜଣାନାହିଁ ବୋଲି ସେ କହିଛନ୍ତି । ନବୀନଙ୍କ ଭୟ ଥିବା କଥାରେ ସେ କହିଛନ୍ତି ଯେ, ଯାହାଙ୍କର ଭୟ ଥିଲା ସେ ହିଁ କହିପାରିବେ । କିଏ ବିଶ୍ବାସଘାତକ ଲୋକ ବିଚାର କରିବେ । ପାଣ୍ଡିଆନଙ୍କୁ ବିଧାନସଭାରେ ଅରବିନ୍ଦ ଟାର୍ଗେଟ କରିବା କଥାରେ ବାପା ବିଜୟ ମହାପାତ୍ର କହିଛନ୍ତି ଯେ, ସେ ବିଜେପିକୁ ଟାର୍ଗେଟ କରି କହିଥିଲା । ଏଥିରେ କିଛି କ୍ଷତି ହେବାର ନାହିଁ । ସେଭଳି କୌଣସି ଅଭିଯୋଗ ନଥିଲା । ନବୀନଙ୍କ ଦସ୍ତଖତରେ ଆସିଛି, ଏହା ନବୀନ ବାବୁଙ୍କର ନିଷ୍ପତ୍ତି ନୁହେଁ ତ ଆଉ କଣ ବୋଲି ସେ କହିଛନ୍ତି । ଦଳକୁ ପାଣ୍ଡିଆନ ଚଲାଉଛନ୍ତି ବୋଲି ଚର୍ଚ୍ଚା ପ୍ରସଙ୍ଗରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାହାରେ ବହୁ ଚର୍ଚ୍ଚା ହୁଏ । ସେଠାକୁ ଯାଉଥିବା ବ୍ୟକ୍ତି ସଠିକ କଥା କହିପାରିବେ ।

Exit mobile version