Utkala Mirror I Odisha News, Latest Odia News

ମଙ୍ଗଳବାର ସୁଦ୍ଧା ବିଜେପି ରାଜ୍ୟ ସଭାପତି ନିର୍ବାଚନ

କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ଜୟସ୍ୱାଲ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ପ୍ରତି ୩ ବର୍ଷରେ ଥରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । ବିଗତ ନିର୍ବାଚନ ପରି ଚଳିତ “ସାଙ୍ଗଠନିକ ନିର୍ବାଚନ ୨୦୨୪” ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ । ଏଥିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ସେହିଭଳି ଏହାରି ମଧ୍ୟରେ ରାଜ୍ୟରେ ବିଜେପି ସରକାରଙ୍କର ବର୍ଷ ପୂର୍ତ୍ତି ହୋଇଛି । ରଥଯାତ୍ରା ସରିବା ପରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଆଉ ସଂଗଠନରେ ରାଜ୍ୟ ସଭାପତି ନିଯୁକ୍ତି ସହ ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଥମବର୍ଷରେ ମୋହନ ସରକାର ବିକାଶମୂଳକ କାମକୁ ଗୁରୁତ୍ୱ ଦେଇଥିବା ବେଳେ ଏବେ ଏଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନେଇ ଚର୍ଚ୍ଚା ବଢିଛି। ରାଜ୍ୟ ବିଜେପି ସରକାର ସଫଳତାର ସହ ପ୍ରଥମ ବର୍ଷ ପୂରା କରିଥିଲେ ବି ବିଜେପି ଆଗରେ ଅନେକ ଚାଲେଞ୍ଜ ରହିଛି । ବର୍ଷେ ପରେ ବି ମନ୍ତ୍ରିମଣ୍ଡଳରେ ଖାଲି ଥିବା ୬ ପଦ ପୂରା ହୋଇପାରିନି। କୁହାଯାଉଛି, ପ୍ରଥମ ସଂପ୍ରସାରଣରେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବା ସହ କିଛି ବିଧାୟକଙ୍କୁ ମନ୍ତ୍ରି ପଦ ମିଳିପାରେ

Exit mobile version