Utkala Mirror I Odisha News, Latest Odia News

ଚୀନର ମିସାଇଲ ତୁର୍କୀର ଡ୍ରୋନ ବିଫଳ ହୋଇଛି

ଅପରେସନ ସିନ୍ଦୂର ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦ ବିରୋଧରେ ଉଦ୍ଦିଷ୍ଟ ଥ । ଭାରତୀୟ ସେନା କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲା । କିନ୍ତୁ ପାକ ସେନା ଆତଙ୍କବାଦୀଙ୍କ ସପକ୍ଷରେ ବାହାରି ଭାରତ ସହିତ ଲଢ଼େଇ ଆରମ୍ଭ କରିଥିଲା।  ସେମାନଙ୍କର ଯାହା କ୍ଷତି ହୋଇଛି ସେଥିପାଇଁ ପାକ ସେନା ଦାୟୀ ବୋଲି କହିଛନ୍ତି ଭାରତର ଡାଇରେକ୍ଟର ଜେନରାଲ ଅଫ ମିଲିଟାରୀ ଅପରେସନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନରାଲ ରାଜୀବ ଘାଇ ।
ସୋମବାର ଡିଜିଏମଓ ଶ୍ରୀ ଘାଇ ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସପକ୍ଷରେ ଲଢ଼େଇ କରିବାରୁ କ୍ଷତି ସହିଲା । ଏଥିରେ ଭାରତୀୟ ସେନାର କିଛି କ୍ଷତି ହୋଇନି । କିନ୍ତୁ ପାକିସ୍ତାନ ସେନା ବିପଳ କ୍ଷତିର ସମ୍ମୁଖୀନ ହୋଇଛି । ଆମ ପାକରେ ପହଞ୍ଚିବାର ସାମର୍ଥ୍ୟ ସେମାନଙ୍କର ନାହିଁ । ଆମେ ତାଙ୍କ କ୍ଷତିର ପ୍ରମାଣ ଦେଖାଉଛୁ । କିନ୍ତୁ ସେମାନଙ୍କ ନିକଟରେ ନିଜ ଦାବିର କିଛି ପ୍ରମାଣ ନାହିଁ ।
ସେ  କହିଥିଲେ ଯେ, ପାକିସ୍ତାନ ସେନା ଏହି ଲଢ଼େଇରେ ଚୀନ ନିର୍ମିତ ମିସାିଲ ବ୍ୟବହାର କରିଛି । ପ୍ରମାଣ ସ୍ବରୂପ ସେ ଚୀନ ମିସାଇଲର ଭଗ୍ନାବଶେଷ ଦେଖାଇଥିଲେ। ସେହିପରି ପାକିସ୍ତାନ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରିଥିଲା । ଏହାର ଭଗ୍ନାବଶେଷ ମଧ୍ୟ ଡିଜିଏମଓ ପ୍ରଦର୍ଶନ କରିଥିଲେ।  ଆଗକୁ ଯଦି ଏହାର ପୁନରାବୃତ୍ତି ହୁଏ ତେବେ ଏଥିପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁପଡ଼ିବ ଏବଂ ଏହାର କ୍ଷତି ବ୍ୟାପକହ୍ବେ ବୋଲି ସେ କହିଥିଲେ ।
ସେ କହିଥିଲେ ଯେ, ଭାରତୀୟ ସେନାର ଆକ୍ରମଣ କେବଳ ଆତଙ୍କବାଦୀଙ୍କ ଉପରେ ଥ । ପାକିସ୍ତାନର ସର୍ବସାଧାରଣ ଯେପରି ଏଥିରେ ପ୍ରଭାବିତ ନହୁଅନ୍ତି ଏବଂ ସେମାନଙ୍କ କ୍ଷତି ସର୍ବନିମ୍ନ ହୁଏ ସେଥିପ୍ରତି ଦୃଷ୍ଟି ରଖାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଭାରତୀ କହିଥିଲେ ଯେ, ଭାରତୀୟ ବାୟୁସେନା ଏହି ଲଢ଼େଇରେ ନିଜ ଶକ୍ତିର ସାମାନ୍ୟ ଝଲକ ଦେଖାଇଛି । ପାକ ସେନା ଏହାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଛୁଇଁପାରିବନି । ସେ ଏକ ଭିଡିଓ ଦେଖାଇ ଲଢ଼େଇରେ କିପରି ପାକ ସେନାର ମିରେଜ ଯୁଦ୍ଧ ବିମାନ ସାମିଲ ହୋଇଥିଲା ତାହାକୁ ପ୍ରମାଣିତ କରିଥିଲେ ଏବଂ ଏହାକୁ ଭାରତୀୟ ସେନା କିପରି ବିଫଳତାରେ ପର୍ଯ୍ୟବେସିତ କରିଥିଲେ ତାହା ମଧ୍ୟ ବଖାଣିଥିଲେ।  ସେ କହିଥିଲେ ଯେ, ଭାରତୀୟ ବାୟୁସେନା କରାଚୀର ମାଲିନ କ୍ୟାଣ୍ଟନମେଣ୍ଟକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା । ଲାହୋର ରାଡାର ସେଣ୍ଟରକୁ ମଧ୍ୟ ବାୟୁସେନା ଧ୍ବଂସ କରିବାରେ ସଫଳ ହୋଇଥିଲା ।
ଭାରତୀୟ ॥ନୌସେନା ପକ୍ଷରୁ ଭାଇସ ଆଡମିରାଲ ପ୍ରମୋଦ କହିଥିଲେ ଯେ, ଆଇଏନଏସ ବିକ୍ରାନ୍ତ କରାଚୀ ବନ୍ଦରକୁ ଏକରକମ ଅବରୁଦ୍ଧ କରିଥିଲା । ବନ୍ଦରରେ ଥିବା ସମସ୍ତ ଜାହାଜ ହାର୍ବର ଭିତରେ ରହିବାକୁ ବାଧ୍ୟ ହୋଇଥିଲେ ।

Exit mobile version