ଶନିବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ହଜାର ହଜାର ଫ୍ୟାନ ବିରାଟ କୋହଲିଙ୍କ ଟେଷ୍ଟ ଜର୍ସି ପରିଧାନ କରି ଷ୍ଟାଡିୟମକୁ ଧଳା ସମୁଦ୍ରରେ ପରିଣତ କରିଥିଲେ। ଏହି ଦୃଶ୍ୟ କୋହଲିଙ୍କ ଅପାର ଲୋକପ୍ରିୟତା ଏବଂ ତାଙ୍କ ପ୍ରତି ଫ୍ୟାନଙ୍କ ଅତୁଟ ଭଲପାଇବାକୁ ପ୍ରତିଫଳିତ କରିଥିଲା।
ନିକଟରେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିବା ପରେ ପଡିଆରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଆରସିବି ଫ୍ୟାନମାନେ ନିଜର ପ୍ରିୟ ତାରକାଙ୍କୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ଏକ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ । ବିରାଟଙ୍କ ଟେଷ୍ଟ ଜର୍ସି ପରିଧାନ କରି ଫ୍ୟାନମାନେ ତାଙ୍କ କ୍ରିକେଟ ପ୍ରତି ଅବଦାନ ଏବଂ ନେତୃତ୍ୱକୁ ସମ୍ମାନ ଜଣାଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଠାରେ ଫ୍ୟାନମାନେ ନିଜର ଉତ୍ସାହ ଏବଂ ଭାବନା ପ୍ରକାଶ କରିଛନ୍ତି। ଏହି ମ୍ୟାଚ ଏବଂ ଫ୍ୟାନଙ୍କ ଏଭଳି ଅଭୂତପୂର୍ବ ସମର୍ଥନ ଆରସିବି ଏବଂ ବିରାଟ କୋହଲିଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। କ୍ରିକେଟ ପ୍ରେମୀମାନେ ଏହି ଦୃଶ୍ୟକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରଖିବେ।
ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇ ଛାଡିଯାଇଥିବା ବେଳେ କିଛି ଧଳା ପକ୍ଷୀ ଏକାଠୀ ଷ୍ଟାଡିୟମ ଆକାଶରେ ଉଡ଼ୁଥିବା ଦେଖାଯାଇଥିଲା, ଯାହାକି ବିରାଟ କୋହଲିଙ୍କୁ ନ୍ୟାଚର(ପ୍ରକୃତି) ସମ୍ମାନ ଜଣାଇଛି ବୋଲି ଫ୍ୟାନମାନେ କହିଛନ୍ତି ।