ରାଜ୍ୟ

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ ; ଏଫଏମ-ବଳଙ୍ଗା ପ୍ରସଙ୍ଗ ଏବଂ ଶକ୍ତିଶ୍ରୀ ଯୋଜନା ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତକାରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏହି ସାକ୍ଷାତକାର ସମୟରେ ଏଫଏମ, ବଳଙ୍ଗା ପ୍ରସଙ୍ଗ ଏବଂ ବିଶେଷ କରି ସରକାରଙ୍କ ନୂଆ ଶକ୍ତିଶ୍ରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି । ଏହା ସହିତ ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି।

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶଦିଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରିବ । ଏହି ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ସୋମବାର ସଂନ୍ଧ୍ୟା ୫ଟା ସମୟରେ ରାଜଭବନରେ ପହଞ୍ଚିଥିଲେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା । ରାଜନୈତିକ ମହଲରେ ସାକ୍ଷାତକାରକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି। ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ ।  ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ତୁଙ୍ଗ ନେତାଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।  ବିଜେପି ସରକାର ଯେତେବେଳେ ରାଜ୍ୟରେ ଏକବର୍ଷ ପୂରଣ କଲା ତାହାର ଅବ୍ୟବହତି ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ନେଇ ସୂଚନା ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ସୂଚନାକୁ ମାସେରୁ ଅଧିକ ସମୟ ବିତିଗଲାଣି ।  ସେହି ଦୃଷ୍ଟିରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସମୟ ମାଗିଥାଇପାରନ୍ତି ବୋଲି ଆଲୋଚନା ହେଉଛି, ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅନ୍ୟପକ୍ଷରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ଏବେ ରାଜନୀତି ଜୋର ଧରିଛି। ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଠାରୁ ଆରମ୍ଭ କରି ପୁରୀ ଜିଲ୍ଲା ବଳଙ୍ଗା ଛାତ୍ରୀଙ୍କୁ ନିଆଁରେ ପୋଡ଼ିଦେବା ପର୍ଯ୍ୟନ୍ତ ପ୍ରତିଟି କଥାରେ ବିରୋଧୀ ସରକାରକୁ ଆକ୍ଷେପ କରୁଛନ୍ତି। ନିତିଦିନ ରାଜରାସ୍ତାରେ ଏନେଇ କଂଗ୍ରେସ ଓ ବିଜେଡି ଆନ୍ଦୋଳନ କରୁଛନ୍ତି । ରଥଯାତ୍ରା ଦଳାଚକଟା ଘଟଣାକୁ ନେଇ ମୋହନ ସରକାରକୁ କିଛି କମ୍ ବଦନାମ ହେବାକୁ ପଡ଼ିନାହିଁ । ଓଡିଶାରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ଶାସନ ଥିବା କାରଣରୁ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟ ନେଇ କୌଣସି ଅସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ଏହି ଆଲୋଚନା ସମୟରେ ରାଜ୍ୟପାଳଙ୍କୁ ଆଇନଶୃଙ୍ଖଳା ବିଷୟରେ ଅବଗତ କରାଇଛନ୍ତି ବୋଲି ଜଣାପଡିଛି ।

ବ୍ୟକ୍ତିଗତ କାମ ଲାଗି ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ବାସଭବନରେ ଭେଟିଲେ

ସୋମବାର ରାଜ୍ୟପାଳ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନକୁ ଯାଇ ଭେଟିଛନ୍ତି । ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟପାଳ ବ୍ୟକ୍ତିଗତ ଭାବେ ଆସିଥିଲେ ।  ରାଜ୍ୟର ବିଭିନ୍ନ ବିଭାଗ ଏବଂ ମୋ ବିଭାଗ ସମ୍ପର୍କରେ ଆଲୋଚନା କଲେ। ଆଇନ ବିଭାଗ ସମ୍ପର୍କରେ ପଚାରି ବୁଝିଲେ । ବିଭାଗର କାମ କିଭଳି ଭଲ ଭାବରେ ଚାଲିପାରିବ ସେନେଇ ବି ଆଲୋଚନା ହେଲା । ରାଜ୍ୟପାଳ କିଛି ଫିଡବ୍ୟାକ ଦେଲେ ଓ ବିଭିନ୍ନ ପରାମର୍ଶ ଦେଲେ । ରାଜ୍ୟର ଉନ୍ନତି ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ବାପାଙ୍କ ସହିତ ତାଙ୍କର ପୁରୁଣା ବନ୍ଧୁତା, କିଛି ଦିନ ତଳେ ବାସଭବନକୁ ଯାଇ ରାଜ୍ୟପାଳ ଭେଟିଥିଲେ । ପରିବାରର ଶୁଭେଚ୍ଛୁ ଭାବେ ରାଜ୍ୟପାଳ ଆସିଥିଲେ । ଏଥିରେ କୌଣସି ରାଜନୈତିକ କଥା ନଥିଲା । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କଥା ବୋଲି ପୃଥ୍ବୀରାଜ କହିଛନ୍ତି ।  ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଚର୍ଚ୍ଚା ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଛନ୍ତି ଯେ, ଏହା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ସେ ଏନେଇ ନିଷ୍ପତ୍ତି ନେବେ ।  ଖୁବଶୀଘ୍ର ହୋଇପାରେ, କିମ୍ବା ବିଳମ୍ବ ମଧ୍ୟ ହୋଇପାରେ ।  ଦଳର ସଭାପତି ମଧ୍ୟ ଏହା ଉପରେ ସ୍ପଷ୍ଟ କରିସାରିଛନ୍ତି। ରାଜ୍ୟପାଳ ଭେଟିବାରେ ସମ୍ପୂର୍ଣ୍ଣ ପାରିବାରିକ ଓ ବ୍ୟକ୍ତିଗତ ଥିଲା, ରାଜ୍ୟପାଳ ଏଠାରେ କିଛି ସମୟ ଅତିବାହିତ କରି ଯାଇଛନ୍ତି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

You May Also Like

Business

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem eum fugiat.

World

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem eum.

Business

Nemo enim ipsam voluptatem quia voluptas sit aspernatur aut odit aut fugit, sed quia consequuntur magni dolores eos qui ratione.

Politics

Sed ut perspiciatis unde omnis iste natus error sit voluptatem accusantium doloremque laudantium, totam rem aperiam, eaque ipsa quae.

Copyright © 2020 ZoxPress Theme. Theme by MVP Themes, powered by WordPress.

Exit mobile version