Utkala Mirror I Odisha News, Latest Odia News

ପିସିସି ସଭାପତି ଗଢିଲେ ନୂଆ ଟିମ

୩୦ ଜଣ ନେତାଙ୍କୁ ନୂଆ ଦାୟିତ୍ୱ

ନୂଆ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ କୋଷାଧ୍ୟକ୍ଷ ନିଯୁକ୍ତ

 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ନୂଆ ଟିମକୁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଶୁକ୍ରବାର ଅନୁମୋଦନ କରିଛି୤ ଏହି ନୂଆ କମିଟିରେ ୩୦ ଜଣ ନେତାଙ୍କୁ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ଦିଆଯାଇଛି୤ ଏନେଇ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେସି ଭେନୁଗୋପାଳ ଏକ ବିଜ୍ଞପ୍ତି ଜାରି କରିଛନ୍ତି୤

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ନୂଆ ଟିମ କାର୍ଯ୍ୟ ଆରମ୍ଭ କରିବ

ନୂଆ କମିଟିରେ ଅନେକ ନୂଆ ମୁହଁଙ୍କୁ ସ୍ଥାନ ମିଳିଥିବା ବେଳେ ଅଭିଜ୍ଞ ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି୤ ଏହି ଗଠନ ଦଳର ଅନ୍ତଃକଳହ କମାଇ ଏକତା ବୃଦ୍ଧି କରିବା ସହ ସାଧାରଣ ଜନତାଙ୍କ ମଧ୍ୟରେ କଂଗ୍ରେସର ପ୍ରଭାବ ବଢ଼ାଇବ ବୋଲି ଆଶା କରାଯାଉଥÒବାବେଳେ ଏହା ରାଜ୍ୟରେ କଂଗ୍ରେସ ଦଳକୁ ସଂଗଠିତ ଓ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି୤

ନୂଆ କମିଟିର କୋଷାଧ୍ୟକ୍ଷ ଭାବେ କଂଗ୍ରେସ ନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଏଆଇସିସି ନିଯୁକ୍ତ କରିଛି୤ ସେହିପରି ଟିମରେ ୭ ଜଣଙ୍କୁ ଉପସଭାପତି କରାଯାଇଥÒବାବେଳେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ବିଧାୟକ ସିଏସ୍ ରାଜେନ ଏକ୍କା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରା ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି୤
ସେହିପରି ୧୦ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୧୨ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି୤ ସାଧାରଣ ସମ୍ପାଦକ ଭାବେ ବିଧାୟକ ଅଶୋକ ଦାସ, ଅପଲ ସ୍ବାମୀ କାଡ୍ରକା, ପ୍ରଫୁଲ ପ୍ରଧାନ, ମଙ୍ଗୁ ଖÒଲ, ପବିତ୍ର ସାଉଟା, ନୀଳମାଧବ ହିକକା, ସୁବର୍ଣ୍ଣ ନାୟକ, ସୟେଦ ୟାସିର ନୱାଜ, ବିଜୟାନନ୍ଦ ଚାଉଳିଆ ଓ ମଧୁସ୍ମିତା ସେଠୀଙ୍କୁ ନିଯୁକ୍ତ କରାଯାଇଛି୤ ସମ୍ପାଦକ ଭାବେ ଟୁଲେଶ୍ବର ନାୟକ, ସସ୍ମିତା ପଣ୍ଡା, ଶିଳ୍ପିଶ୍ରୀ ହରିଚନ୍ଦନ, ଦେବସ୍ମ୍ରିତା ଶର୍ମା, ଲକ୍ଷ୍ମୀଧର ସିଂ, ଦିଲିପ ଦୂରିଆ, ରୂପକ ଟୁରୁକ, ସୀମାଞ୍ଚଳ ଗିରି ଉଲାକା, ମନିଷା ତ୍ରିପାଠୀ, ଶାକା ସୁଜିତ, ମୋହନ ହେମ୍ବ୍ରମ ଓ ଅନିମା ମିଞ୍ଜଙ୍କୁ ନିଯୁକ୍ତ କରାଯାଇଛି୤

ନୂଆ କମିଟି ଦଳରେ ନୂଆ ଉତ୍ସାହ ସୃଷ୍ଟି କରିବ୤ ରାଜ୍ୟରେ ବିଜେପି ଓ ବିଜେଡ଼ି ବିରୋଧରେ କିପରି ସ୍ବର ଉତ୍ତୋଳନ କରାଯିବ ଓ କଂଗ୍ରେସ ସଙ୍ଗଠନକୁ କିପରି ପୁଣି ଥରେ ଓଡ଼ିଶାରେ ମଜବୁତ କରାଯିବ ସେନେଇ ଏହି ନୂଆ ଟିମ୍‌ କାମ କରିବ୤ ରାଜ୍ୟର ଜନସାଧାରଣଙ୍କ ସମସ୍ୟାକୁ ଉଠାଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ୤ ମହିଳାଙ୍କ ସୁରକ୍ଷା, ଚାଷୀଙ୍କ ସମସ୍ୟା ଓ ଯୁବବର୍ଗଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ୤ ଏଥÒଲାଗି ଶୀଘ୍ର ହିଁ ଏକ ବୈଠକ ବସିବ ଓ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥ଄ର କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି୤

Exit mobile version