ବଜ୍ରପାତରେ ୬ ମୃତ

ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ବଜାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏକ କୁଡିଆରେ ଶୋଇଥ଄ବାବେଳେ ବାପାଝିଅ ଓ ଜେଜେମାଙ୍କ ମୃତ୍ୟୁ ହୋଇଛି । ଖବର ଲେଖାଯିବା ସୁଦ୍ଧା ଅଧିକ ସୂଚନା ହସ୍ତଗତ ହୋଇନାହିଁ। ମୃତକମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥ । ବା ସୂଚନା ମିଳିଛି ।
ସେହିପରି  ବରଗଡ଼ ଜିଲ୍ଲା ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଳ ବ୍ଲକ ପୁରେନା ଗ୍ରାମର ରଞ୍ଜିତ ଧରୁଆ(୮)ର ମୃତ୍ୟୁ  ହୋଇଥିବାବେଳେ  ସନୁ ଓରଫ ପଙ୍କଜ ଡନସନା(୧୧) ଗୁରୁତର ଆହତ ହୋଇଛନ୍ତି।  ପାଇକମାଳ ଥାନା ଅଧିନସ୍ଥ ପୁରେନା ଗ୍ରାମର ବିରିଜ ଧରୁଆଙ୍କ ଆଠ ବର୍ଷର ପୁଅ ରଞ୍ଜିତ ଧରୁଆଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇ ଯାଇଛି ଏବଂ ହରିଶଙ୍କର ଡନସନାଙ୍କ ୧୧ ବର୍ଷର ପୁଅ ସନୋ ଡ଼ନସନା ଆହତ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର ଭେଲୁଆଡିହି ପଞ୍ଚାୟତର ଘୋଗର ମନ୍ଦିର ନିକଟରେ ଥବବା ଏକ ଇଟାଭାଟିରେ କାର୍ଯ୍ୟ କରୁଥଥିବା ବେଳେ ବଜ୍ରାଘାତ ହେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଛତିଶଗଡ଼ ରାଜ୍ୟର ସାରଙ୍ଗ ଜିଲ୍ଲାର ସହଦେବ ବଞ୍ଜରା(୨୮)  ଓ ଆହତ ହେଲେ ସାନ ଭାଇ ରାହୁଲ ବଞ୍ଜରା(୨୩) ।
୪ ମାସ ହେଲା ସେମାନେ ଇଟାଭାଟିରେ କାର୍ଯ୍ୟ କରି ଆସୁଥିଲେ୤ ବର୍ଷା ହେବା ପରେ ଦୁଇ ଭାଇ ଭାଟି ମାଲିକ ଦେଇଥିବା ଆଶ୍ରୟସ୍ଥଳୀକୁ ଚାଲି ଯାଇ ପରିବାର ସହ ରହୁଥିଲେ । ଅଚାନକ ବିଜୁଳି ସହ ବଜ୍ରାଘାତ ହୋଇଥିଲା । ଫଳରେ  ଘଟଣାସ୍ଥଳରେ ସହଦେବଙ୍କ  ଛାତିରେ  ଲାଗିବା ପରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ  ସାନ ଭାଇ ରାହୁଲ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି  ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥଲା । ସେଠାରେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା  କରିଥିଲେ ।
ସେହିପରି ଗଞ୍ଜାମ ଜିଲ୍ଲା ପୋଲସରାରେ ମଧ୍ୟ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।