• Home
  • ରାଜ୍ୟ
  • ୧୬ ବର୍ଷ ପରେ ଆଗୁଆ ଆସିଛି ମୌସୁମୀ
Image

୧୬ ବର୍ଷ ପରେ ଆଗୁଆ ଆସିଛି ମୌସୁମୀ

ଦକ୍ଷିଣ ପଶ୍ଚିମ  । ମୌସୁମୀ ବାୟୁ କେରଳ ଛୁଇଁଛି । ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା ଯେ, ଏଥର ମୌସୁମୀ ଶୀଘ୍ର ଆସିବ । ତାହା ସତ୍ୟ ପ୍ରମାଣିତ ହୋଇଛି ।  ୧୬ ବର୍ଷ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିଛି । ଶେଷ ଥର ପାଇଁ ୨୦୦୯ ମେ’ ୨୩ରେ ମୌସୁମୀ କେରଳ ଛୁଇଁଥିଲା ।  ୧୯୯୦ରେ ଏହା ମେ’ ୧୯ରେ କେରଳ ଛୁଇଁଥିଲା ।  ସାଧାରଣତଃ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ । ଜୁଲାଇ ୮ ସୁଦ୍ଧା  ଏହା ସମଗ୍ର ଦେଶକୁ ଆଚ୍ଛାଦିତ କରିଥାଏ । ଏଥର ସପ୍ତାହେ ପୂର୍ବରୁ ମୌସୁମୀ କେରଳ ଛୁଇଁଛି । ଏହାର ପ୍ରଭାବରୁ କେରଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଆଗକୁ ଏହା ଅଧିକ ଉତ୍ତର ପୂର୍ବ ଦିଗକୁ ଗତି କରିବ ।  ଆଗାମୀ ୬ ଦିନ ଭିତରେ ଏହା ଓଡ଼ିଶା ଛୁଇଁବା ଆଶା କରାଯାଉଛି । ସେପ୍ଟେମ୍ବର ୩୦ ସୁଦ୍ଧା  ଭାରତରୁ ॥ମୌସୁମୀର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ।
 ଆଇଏମଡିର ଆକଳନ ଅନୁଯାୟୀ ଏଥର ଭାରତରେ  ।ମୌସୁମୀ ସ୍ବାଭାବିକ ରହିବ । ସ୍ଥଳ ବିଶେଷରେ ବର୍ଷା ପରିମାଣ ୪ରୁ ୬ ପ୍ରତିଶତ ଅଧିକ ରହିବ । କୃଷି ଆଧାରିତ ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ଭଲ ଖବର । ଉତ୍ତମ । ମୌସୁମୀ ଦେଶରେ ଖରିଫ ଫସଲ ଉତ୍ପାଦନ ବୃଦ୍ଧିିରେ ସହାୟକ ହୋଇପାରିବ ।
 ଭଲ ବର୍ଷା ହେଲେ ଦେଶର ବିଭିନ୍ନ ଜଳଭଣ୍ଡାର ଭରପୁର ରହିବ ଏବଂ ରବି ଫସଲ ପାଇଁ ଜଳସେଚନରେ ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025