Utkala Mirror I Odisha News, Latest Odia News

ଲାଞ୍ଚ ନେଇ ଇଡି ଉପନିର୍ଦ୍ଦେଶକ ଗିରଫ

ଲାଞ୍ଚ ନେଇ ଇଡି ଉପନିର୍ଦ୍ଦେଶକ ଗିରଫ
୨୦ ଲକ୍ଷ ଟଙ୍କାର ରଙ୍ଗବୋଳା ନୋଟ୍ ଜବତ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି ।ଭୁବନେଶ୍ବର ସହୀଦନଗର ସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ଇଡିର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ।ଅଭିଯୁକ୍ତ ଅଧିକାରୀ ହେଲେ ଚିନ୍ତନ ରଘୁବଂଶୀ, ତାଙ୍କ ହେପାଜତରୁ ରଙ୍ଗବୋଳା ୨୦ ଲକ୍ଷ ଟଙ୍କା ଜବତ କରାଯାଇଥିବା ସିବିଆଇ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ମୂତାବକ, ଏକ ମାମଲାର ରଫାଦଫା କରିବା ଲାଗି ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଶ୍ରୀ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ସିବିଆଇରେ ଅଭିଯୋଗ କରିଥିଲେ । ସିବିଆଇ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଇଡିର ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।
ଗୁରୁବାର ପୂର୍ବ ଯୋଜନା ମୂତାବକ ଅଭିଯୋଗକାରୀ ଜଣକ ଅଧÒକାରୀଙ୍କୁ ଲାଞ୍ଚ ଟଙ୍କା ପ୍ରଦାନ କରିଥିଲେ ।ସିବିଆଇ ଅଧÒକାରୀ ପୂର୍ବରୁ ସେହି ନୋଟରେ କେମିକାଲ ମିଳାଇଥÒଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ଅତର୍କିତ ଚଢ଼ାଉ କରିଥିଲା। ପରେ ସିବିଆଇର ବରିଷ୍ଠ ଅଧିକାରୀ ରଙ୍ଗବୋନଳା ୨୦ ଲକ୍ଷ ଟଙ୍କା ଜବତ କରିଥିଲେ। ଲାଞ୍ଚ ନେଉଥିବା କଥା ଅଭିଯୁକ୍ତ ସ୍ବିକାର କରିଥିବାବେଳେ ସିବିଆଇ ତାର ଅଧିକ ପଚରାଉଚୁରା ଜାରି ରଖିଛି। ଏହି ମାମଲାରେ ଦଲାଲ ଭକ୍ତ ବେହେରା ମଧ୍ୟ ଅଟକ ରହିଛି। ଖୁବଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଆବଶ୍ୟକ ପଡ଼ିଲେ ଏହି ଲାଞ୍ଚ ପେକେଟର ପର୍ଦ୍ଦାଫାଶ କରିବାକୁ ଅଧିକାରୀ ଓ ଦଲାଲଙ୍କୁ ରିମାଣ୍ଡ ଅଣାଯାଇ ପଚରାଉଚରା କରାଯିବ ବୋଲି ସିବିଆଇ ବରିଷ୍ଠ ଅଧିକାରୀ କହିଛନ୍ତି ।

Exit mobile version