Utkala Mirror I Odisha News, Latest Odia News

କୁଏତରେ ଅସୁସ୍ଥ ଗୁଲାମ ନବୀ ଆଜାଦ

କୁଏତରେ ଅସୁସ୍ଥ ହେଲେ ଗୁଲାମ ନବୀ ଆଜାଦ, ସ୍ଥିର ରହିଛି ସ୍ଥିତି । କୁଏତକୁ ଗସ୍ତରେ ଯାଇଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ବରିଷ୍ଠ ସଦସ୍ୟ ଓ ଡେମୋକ୍ରାଟିକ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ୍ ଅସୁସ୍ଥ ହୋଇଛନ୍ତି। ଗସ୍ତ ଅଧାରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ଥିତି ସ୍ଥିର ରହିଛି ବୋଲି ସାଂସଦ ବୈଜୟନ୍ତ ପଣ୍ଡା ଏକ୍ସରେ ସୂଚନା ଦେଇଛନ୍ତି।
ବିଜେପିର ଜାତୀୟ ଉପାଧ୍ୟକ୍ଷ ଓ ବକ୍ତା ବୈଜୟନ୍ତ ପଣ୍ଡା କହିଛନ୍ତି, “ ପ୍ରତିନିଧି ମଣ୍ଡଳୀର ଗସ୍ତ ଅଧାରେ ଗୁଲାମ ନବୀ ଆଜାଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ଥିତି ସ୍ଥିର ରହିଛି।” ତାଙ୍କ ସ୍ଥିତି ଉପରେ ନଜର ରଖାଯାଉଛି।
ଗୁଲାମ ନବୀ ଆଜାଦ୍ ପୂର୍ବରୁ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭାର ବିରୋଧୀ ନେତା ଭାବେ କାର୍ଯ୍ୟ କରିଥିଲେ। 

Exit mobile version