ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୋମବାର ଅର୍ଥାତ୍ ମେ’ ୧୨ ତାରିଖରେ କମିଛି ସୁନା ଦର। ଗତ କିଛି ଦିନ ହେବ ସୁନା ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୬,୮୮୦ ଟଙ୍କା ରହିଛି । ଗତକାଲି ଏହା ୯୮,୬୮୦ ଥିଲା । ଏଥିରେ ୧୮୦୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୮,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୫୦ ଟଙ୍କା ଥିଲା । ଏଥିରେ ୧୬୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୨,୬୬୦ ଟଙ୍କା ରହିଛି । ଗତକାଲି ଏହା ୭୪,୦୧୦ ଟଙ୍କା ଥିଲା । ଏଥିରେ ୧୩୫୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୯୦୦ ରହିଛି । ଗତକାଲି ଏହା ୧୧,୧୦୦ ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।
