୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷେ, ରାଜ୍ୟବ୍ୟାପୀ ବ୍ୟାପକ ପ୍ରସ୍ତୁତି

ଭାରତର ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ପରେଡରେ ସ୍କୂଲ-କଲେଜ ଛାତ୍ରଛାତ୍ରୀ ଏବଂ ପୋଲିସ ବାହିନୀ ଅଂଶଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ବରକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଥିବାବେଳେ ସବୁଠି ତନ୍ନ ତନ୍ନ ଯାଞ୍ଚ ଚାଲିଛି। ସ୍ୱାଧୀନତା ଦିବସକୁ ନେଇ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାନ୍ଧୀ ମାର୍ଗ ଅଞ୍ଚଳରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଯେଉଁମାନେ କାର୍ଯ୍ୟକ୍ରମ ସ୍ଥଳରେ ତୀକ୍ଷ୍ଣ ନଜର ରଖିଛନ୍ତି। ସହରର ପ୍ରମୁଖ ହୋଟେଲ, ରେଳ ଷ୍ଟେଶନ, ବସ୍ ଷ୍ଟେଶନ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଛକରେ ବ୍ଲକିଂ ଓ ଚେକିଂ କାର୍ଯ୍ୟକ୍ରମ ଜୋରଦାର କରାଯାଇଛି। କୌଣସି ଅଘଟଣକୁ ରୋକାଯିବାକୁ ପ୍ରାଥମିକତା ଦେଇ ଯାଞ୍ଚ କଡ଼ାକଡ଼ି ହୋଇଥିବା ଡିସିପି ଜଗମୋହନ ମୀନା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗାନ୍ଧୀ ମାର୍ଗରେ ପତାକା ଉତ୍ତେଜନା କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ଶୁକ୍ରବାର ସକାଳୁ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟା ଅବସ୍ଥ।ଙ୍କ ନେତୃତ୍ବରେ ପରେଡ୍ କରାଯିବ। ବୁଧବାର ଫୁଲ୍ ଡ୍ରେସ୍ ରିହର୍ସଲ ଶେଷ ହୋଇଥିବାବେଳେ ଏବର୍ଷ ମୋଟ ୪୮ଟି ଟ୍ରୁଫ୍ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବିଭିନ୍ନ ପୋଲିସ ଗ୍ରୁପ ସହ ଅତିଥି ପୋଲିସ ଭାବେ ଆନ୍ଧ୍ରପ୍ରଦେଶ ପୋଲିସ ଏଥର ପରେଡରେ ଅଂଶଗ୍ରହଣ କରିଛି। ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜର ପିଲା ମଧ୍ୟ ପରେଡରେ ଭାଗ ନେବେ। କିନ୍ତୁ ଏବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ପରାକ୍ରମ କୋଶଳ ପ୍ରଦର୍ଶନ ହେବ ନାହିଁ। ରାଜ୍ୟସ୍ତରୟ ପ୍ୟାରେଡ ସମାରୋହରେ ପୋଲିସର ବିଭିନ୍ନ ପ୍ଲାଟୁନ ଯଥା ଓଏସଏପି, ଆଇଆର ବାଟାଲିୟନ, ଏସଓଜି, ଓଏସଏଫ୍, ଓଆଇଏସଏଫ୍, ଓଡ୍ରାଫ, ଟ୍ରାଫିକ ପୋଲିସ ସହ ଫାୟାର ସର୍ଭିସ୍ ଏବଂ ଆଇଟିବିପି, ଏନଡିଆରଏଫ୍, ବିଏସଏଫ୍, ସିଆରପିଏଫ୍ ଭଳି ୫୦ଟି କଣ୍ଟିଜେଣ୍ଟ ସାମିଲ ହେବେ। ଭୁବନେଶ୍ୱର ଗାନ୍ଧିମାର୍ଗର ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ସହ ରୁଫ ଟପ୍ ସିକୁରିଟି ଓ ବିମାନର ଓ୍ବାଚ ଟାଓ୍ବାର ଜରିଆରେ ଗାନ୍ଧି ମାର୍ଗ ଉପରେ ନଜର ରଖାଯାଇଛି। ଏନେଇ ଆଗୁଆ ସାଧାରଣ ଲୋକଙ୍କ ଆତଯାତ ଉପରେ କଟକଣା ଜାରି କରାଯାଇଛି। ଡଗସ୍କ୍ବାଡ ଓ ମେଟାଲ ଡିଟେକ୍ଟର ବ୍ୟବସ୍ଥା ସହ ବିଭିନ୍ନ ସ୍ଥାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଲାଗି ୨୧ ପ୍ଲାଟୁନ୍ ପୋଲିସ ମୂତୟନ କରାଯାଇଥିବା ଭୁବନେଶ୍ବର ଡିସିପି କହିଛନ୍ତି।