କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ ଆସନ୍ତା ଡିସେମ୍ବର ୯, ୨୦୨୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେବ।

ଏହା ଓଡ଼ିଶାରେ ତିନି ବର୍ଷ ପରେ ଆନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଉଦଘାଟନୀ ମୁକାବିଲା ହେବ ଏହି ମ୍ୟାଚ, ଯାହାର ପରବର୍ତ୍ତୀ ଖେଳଗୁଡ଼ିକ ଚଣ୍ଡୀଗଡ଼ (ଡିସେମ୍ବର ୧୧), ଧର୍ମଶାଳା (ଡିସେମ୍ବର ୧୪), ଲକ୍ଷ୍ନୌ (ଡିସେମ୍ବର ୧୭) ଏବଂ ଆହ୍ମଦାବାଦ (ଡିସେମ୍ବର ୧୯)ରେ ଅନୁଷ୍ଠିତ ହେବ।
ବାରବାଟୀ ଷ୍ଟାଡିୟମ, ଭାରତର ଅନ୍ୟତମ ପ୍ରମୁଖ କ୍ରିକେଟ ଭେନ୍ୟୁ, ବିଗତରେ ଅନେକ ରୋମାଞ୍ଚକର ମ୍ୟାଚ ଆୟୋଜନ କରିଛି। ଉଭୟ ଦଳର ଷ୍ଟାର ଖେଳାଳିଙ୍କ ଉପସ୍ଥିତି ଏହି ମୁକାବିଲାକୁ ଆହୁରି ଆକର୍ଷଣୀୟ କରିବ ।
ଏହି ସିରିଜ ଉଭୟ ଦଳ ପାଇଁ ଆଗାମୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ହେବ। ବାରବାଟୀରେ ହେବାକୁ ଥିବା ଏହି ମ୍ୟାଚରୁ ସିରିଜର ମିଯାଜ୍ ଜଣାପଡ଼ିବ। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଏହି ମ୍ୟାଚକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ବିସିସିଆଇ ଅନୁସାରେ, ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।
ଓଡ଼ିଶାରେ ଆନ୍ତର୍ଜାତୀୟ କ୍ରିକେଟର ମ୍ୟାଚ୍ ଖେଳାଯିବ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ। କ୍ରିକେଟ ପ୍ରେମୀମାନେ ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଫର୍ମାଟରେ ପ୍ରାଧାନ୍ୟ ପାଇଁ ଲଢ଼େଇକୁ ଅପେକ୍ଷା କରି ରହିଛନ୍ତି।