# Utkala Mirror I Odisha News, Latest Odia News > Reflecting Odisha, Illuminating Truth ## Posts - [ନବୀନ ପଟ୍ଟନାୟକ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ](https://utkalamirror.com/naveen-patnaik-demands-mukesh-mahaling-resignation-scb-medical-fire-odisha-assembly-protest/):  ମେଡିକାଲ ଅଗ୍ନିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ବିରୋଧୀ ବିଧାନସଭା ଅଚଳ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଏବଂ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦାବିରେ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଥମାର୍ଦ୍ଧରେ ଗୃହ ମାତ୍ର ୨୨ ମିନିଟ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଦ୍ବିତୀୟାର୍ଦ୍ଧରେ ମଧ୍ୟ ସମାନ ସ୍ଥିତି ଲାଗି ରହିଥିଲା ।   ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ହାତରେ ପୋଷ୍ଟର ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । କଂଗ୍ରେସର ବିଧାୟକମାନେ ସମାନ ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିଲେ । ଏହି ସମୟରେ ବିଧାୟକ ଅମର ନାୟକଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅନୁପସ୍ଥିତିରେ... - [ଦଳୀୟ ହୁଇପ ମାନିବାକୁ ସନା ଓ ଅରବିନ୍ଦଙ୍କୁ ବିଜେଡିର ନିର୍ଦ୍ଦେଶ](https://utkalamirror.com/bjd-issues-whip-notice-to-suspended-mlas-sanatana-mahakud-arabinda-mahapatra-rajya-sabha-election/): ବିଜେଡି ପକ୍ଷରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍ ଦେବାକୁ ହୁଇପ୍ ପାଳନ କରିବାକୁ ନୋଟିସ୍ ଜାରି କରାଯାଇଛି। ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରବିବାର ପୃଥକ ପୃଥକ ନୋଟିସ୍ ପଠାଇ ଉଭୟଙ୍କୁ ଚେତାବନୀ ଦେଇଛନ୍ତି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଜାରି କରାଯାଇଥିବା ନୋଟିସ୍ ଅନୁଯାୟୀ, ଉଭୟ ବିଧାୟକ ବିଜେଡି ଚିହ୍ନରେ ନିର୍ବାଚିତ ହୋଇଥିଲେ। ଦଳୀୟ ବିରୋଧୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ବହିଷ୍କୃତ ହୋଇନାହାନ୍ତି। ତେଣୁ ନିଲମ୍ବନ ସେମାନଙ୍କୁ ସାମ୍ବିଧାନିକ ଦାୟିତ୍ୱରୁ ମୁକ୍ତ କରୁନାହିଁ ବୋଲି ସ୍ପଷ୍ଟ କରାଯାଇଛି। ନୋଟିସରେ କୁହାଯାଇଛି ଯେ, ବିଜେଡି ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍ ଦେବାକୁ ହୁଇପ୍ ଜାରି କରାଯାଇଛି। ଏହି ହୁଇପକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ... - [ବିଦ୍ୟୁତ ବିତରଣ ଅବ୍ୟବସ୍ଥା ପ୍ରସଙ୍ଗରେ ବିରୋଧୀ ଘେରିଲେ](https://utkalamirror.com/odisha-electricity-distribution-chaos-opposition-alleges-smart-meter-favouritism/): ବିଦ୍ୟୁତ ବିତରଣରେ ଅବ୍ୟବସ୍ଥା ଅଭିଯୋଗ ଆଣି ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଓଡିଶା ବିଦ୍ୟୁ ବଳକା ରାଜ୍ୟ ହୋଇଥିବା ବେଳେ ଏବେ ବି ରାଜ୍ୟର ଅନେକ ଗାଁରେ ବିଜୁଳି ପହଞ୍ଚି ପାରିନାହିଁ । ବିଦ୍ୟୁ ଦେୟ ପରେ ମନଇଚ୍ଛା ଫାଇନ ଗରିବ ଲୋକଙ୍କୁ ବିଚଳିତ କରୁଛି । ଏସବୁ ମଧ୍ୟରେ ଅଘୋଷିତ ବିଦ୍ୟୁକାଟ ଅଭିଯୋଗ କରି ମଙ୍ଗଳବାର ଗୃହରେ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ବିଧାୟକମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସ୍ମାର୍ଟ ମିଟର ଲାଗି ରାଜ୍ୟ ସରକାର କରିଥିବା ୭୩୫ କୋଟି ଟଙ୍କା ବ୍ୟୟ ବରାଦ ବିତରକ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ବୋଲି କହି କଟାକ୍ଷ କରିଥିବା ବେଳେ ବିଦ୍ୟୁତ ଦେୟ ହ୍ରାସ, ବିଶେଷ କରି ଚାଷୀଙ୍କୁ ବିଶେଷ ରିହାତି ଦେବାକୁ ଦାବି କରିଛନ୍ତି । ବିରୋଧୀଙ୍କ ଅଭିଯୋଗକୁ ଅର୍ଦ୍ଧସତ୍ୟ କହି ବିଜେପି ବିଧାୟକମାନେ ଜବାବ ଦେଇଛନ୍ତି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ଆଗତ ମୂଲତବୀ... - [କ୍ରସ୍ ଭୋଟିଂକୁ ନେଇ ବୟାନବାଜି](https://utkalamirror.com/odisha-rajya-sabha-fourth-seat-battle-statement-war-bjd-congress-fearful-bjp-claims/): ରାଜ୍ୟସଭା ନିର୍ବାଚନକୁ ନେଇ ବୟାନବାଜୀ ବିଜେଡି-କଂଗ୍ରେସ ଭୟଭୀତ: ଜୟନାରାୟଣ ଆବଶ୍ୟକ ପଡ଼ିଲେ ନିଜେ ଏଜେଣ୍ଟ ହେବି: ଭକ୍ତ ଫାଇଦା ପାଇଁ ବିଜୁବାବୁଙ୍କୁ ମେଣ୍ଟର କହୁଛନ୍ତି ଦିଲୀପ : ବିଜେଡି ଭୁବନେଶ୍ବର, ତା ୮୤୩ (ପିଏନଏସ): ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ତୀବ୍ର ହେବାରେ ଲାଗିଛି। ରାଜ୍ୟସଭା ର୍ନିବାଚନରେ ଓଡିଶାରୁ ଚତୁର୍ଥ ଆସନଟି ଦଖଲ କରିବାପାଇଁ ଉଭୟ ଶାସକ ବିଜେପି ଏବଂ ବିଜେଡି-କଂଗ୍ରେସ ମେଣ୍ଟ ପକ୍ଷରୁ ଦାବି କରାଯାଉଥିବାବେଳେ ଏହି ତିନିଦଳ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି ନିଜ ନିଜ ବିଧାୟକମାନଙ୍କୁ ଆୟତ୍ତରେ ରଖିବା । ଘୋଡା ବେପାର ଆଶଙ୍କାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଦଳର ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜୀ ତୀବ୍ର ହେବାରେ ଲାଗିଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଓ କଂଗ୍ରେସ ଭୟଭୀତ ହୋଇପଡ଼ିଛନ୍ତି। ତାଙ୍କ ବିଧାୟକ କୁଆଡ଼େ ପଳେଇବେ ବୋଲି... - [ମହିଳା ହିଂସା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ ସମାଲୋଚନା](https://utkalamirror.com/naveen-patnaik-criticizes-bjp-govt-women-atrocities-rising-international-womens-day-odisha/): ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ। ବିଜେପି ସରକାର ସମୟରେ ନେତୃତ୍ବ ସଙ୍କଟ ସୃଷ୍ଟି ହୋଇଛି।  ଆନ୍ତର୍ଜାତିକ ମହିଳା ଦିବସରେ ରାଜ୍ୟ ସରକାରଙ୍କୁ ଏଭଳି ଟାର୍ଗେଟ କରିବା ସହ ଏମିତି କେତେଦିନ ଚାଲିବ ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।      ଶଙ୍ଖ ଭବନରେ ମହିଳା ବିଜେଡି ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ କହିଥିଲେ ଯେ, ବିଜେଡି ମା’ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତୀକରଣରେ ବିଶ୍ବାସ କରେ। ଅନ୍ୟ ଦଳଗୁଡ଼ିକ ପରି ଲୋକଦେଖାଣିଆ କାମ କରେ ନାହିଁ। ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତୀକରଣ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ ସହ କାମ କରୁଛି। ବିଜେଡି ସରକାର ସମୟରେ ମା’ମାନଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ମାନଙ୍କୁ ବିକାଶର ମୁଖ୍ୟ ଧାରାକୁ ଆଣିଥିଲା। ମା’ ମାନେ ହେଉଛନ୍ତି ବିଜେଡିର ନୀତି... - [ରାଜ୍ୟସଭା ହଟଚମଟ](https://utkalamirror.com/bjp-meeting-at-odisha-cm-residence-for-rajya-sabha-elections/): ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ବିଜେପି ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି । ଦଳ ୩ ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ରାଜ୍ୟସଭା ନିର୍ବାଚନକୁ ନେଇ ଦଳର ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ଅପରାହ୍ଣ ପ୍ରାୟ ୨ ଟାରୁ ୩ ଘଣ୍ଟା ଧରି ବିଧାୟକମାନଙ୍କ ସହ ଆଲୋଚନା ହୋଇଛି । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଦଳର ବିଧାୟକମାନେ ଉପସ୍ଥିତ ଥିଲେ।  ଭୋଟିଂ ସମୟରେ କିଭଳି ଜଣେ ହେଲେ ବି ବିଧାୟକ ଅନୁପସ୍ଥିତ ନ ରହିବେ ସେନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ବିଜେପି ତୃତୀୟ ପ୍ରାର୍ଥୀ ମଧ୍ୟ ବିଜୟ କରିବା ଲକ୍ଷ୍ୟ ରଖିଛି, ଭୋଟିଂ... - [ରାଜ୍ୟସଭା ନିର୍ବାଚନ: ନବୀନ ଲୋଡିଲେ ନେତାଙ୍କ ମତାମତ](https://utkalamirror.com/bjd-pac-meeting-rajya-sabha-candidate-decision-naveen-patnaik/): ରାଜ୍ୟସଭା ନିର୍ବାଚନ ବିଗୁଲ ବାଜିବା ପରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଶିବିର ଚଳଚଞ୍ଚଳ ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗୁରୁବାର ବିଧାନସଭା ଯାଇ ୬ ସେଟ୍ ଫର୍ମ କିଣିଥିବାବେଳେ ସନ୍ଧ୍ୟାରେ ନବୀନ ନିବାସରେ ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି)ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ନବୀନ ନେବେ। ଏଥିପାଇଁ ପିଏସି ତାଙ୍କୁ ପ୍ରାଧିକୃତ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।     ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ସାଙ୍ଗଠନିକ କାର୍ଯ୍ୟକ୍ରମ, ଦଳର ଆଗାମୀ ରଣନୀତି ବିଷୟରେ ଚର୍ଚ୍ଚା କରାଯାଇଥିଲା। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ସରକାରର ବିଫଳତାକୁ ବିଜେଡି ପ୍ରସଙ୍ଗ କରିବାକୁ ବୈଠକର ଆଲୋଚନା ବେଳେ ନେତାମାନେ ଦୋହରାଇଥିଲେ ।... - [ଏଥର ୩.୧୦ ଲକ୍ଷ କୋଟିର ବଜେଟ](https://utkalamirror.com/odisha-3-10-lakh-crore-budget-2026-27-cabinet-approval-february-20-presentation/):  ୧୭ ତାରିଖରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅର୍ଥାତ୍ ତଥା ବଜେଟ ଅଧିବେଶନ ଆରମ୍ଭ ହେବ। ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାନ କରିବେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ପ୍ରାୟ ୩.୧୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ସରକାର ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଣିଥିଲେ । ୨୦୨୬-୨୭ ଆର୍ଥିକ ବର୍ଷରେ ବଜେଟର ଆକାର ୬.୯% ବୃଦ୍ଧି ପାଇ ୩.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ପୁଞ୍ଜି ବ୍ୟୟ ୧୧.୫% ବଢ଼ି ୭୨,୫୦୦ କୋଟି ଟଙ୍କା ହେବାର ସମ୍ଭାବନା... - [ପୁରୁଣା ଏବଂ ଅନାବଶ୍ୟକ ଯୋଜନା ବନ୍ଦ ହେବ](https://utkalamirror.com/odisha-administrative-reforms-no-meetings-mondays-public-grievance-focus-old-schemes-closure-2026/): ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରତି ସୋମବାର କୌଣସି ବିଭାଗରେ ସରକାରୀ ବୈଠକ ହୋଇପାରିବ ନାହିଁ। ଏହି ଦିନଟିକୁ କେବଳ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଉତ୍ସର୍ଗ କରାଯିବ। ଜନସାଧାରଣଙ୍କ ସମସ୍ୟାର ତ୍ବରିତ ସମାଧାନ ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକଙ୍କ ଅଭିଯୋଗକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ଏକ ସ୍ବଚ୍ଛ ବ୍ୟବସ୍ଥା ଗଠନ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି। ଏହାସହ ପୁରୁଣା ଏବଂ ଅନାବଶ୍ୟକ ଯୋଜନାଗୁଡ଼ିକୁ ବନ୍ଦ କରାଯିବ ଏବଂ ସମାନ ପ୍ରକାରର ଯୋଜନାଗୁଡ଼ିକୁ ଗୋଟିଏ ଯୋଜନାରେ ଏକତ୍ରିତ କରାଯାଇ ସହଜ ନିରୀକ୍ଷଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। ପ୍ରତ୍ୟେକ ବିଭାଗରେ ଯୋଜନାଗୁଡ଼ିକର ସଂଖ୍ୟାକୁ ଯୁକ୍ତିଯୁକ୍ତ କରାଯିବ। ପ୍ରଶାସନିକ ବିଭାଗଗୁଡ଼ିକର ସଚିବମାନେ ଯୋଜନାଗୁଡ଼ିକର ସଂଖ୍ୟା ସମୀକ୍ଷା କରି କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ତାହାକୁ ଯୁକ୍ତିଯୁକ୍ତ କରିବେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ମୁଖ୍ୟ ଶାସନ... - [ମହାନଦୀ ଜଳ ବିବାଦ ,ସର୍ବଦଳୀୟ ବୈଠକ ବାତିଲ](https://utkalamirror.com/mahanadi-water-dispute-all-party-meeting-cancelled-opposition-protest-bhubaneswar/): ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଆନ୍ତଃବିଭାଗୀୟ ବୈଠକଅନୁଷ୍ଠିତ ହୋଇଛି । ଶୁକ୍ରବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ବସିଥିଲା ।  ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଲା। ଅପରପକ୍ଷରେ ମହାନଦୀ ସମସ୍ୟାକୁ ନେଇ ଆଜି ବସିବାକୁ ଥିବା ସର୍ବଦଳୀୟ ବୈଠକ ବାତିଲ ହୋଇଥିବାବେଳେ ଏହା ଆଗକୁ ଅନୁଷ୍ଠିତ ହେବ। ଜାନୁଆରୀ ୨୩ ତାରିଖ ଅର୍ଥାତ ଶୁକ୍ରାବର ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ବସିବାର ଥିଲା। ଲୋକସେବା ଭବନରେ ବସିବାକୁ ଥିବା ଏହି ବୈଠକକୁ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି । ଏହାକୁ ନେଇ ବିରୋଧୀ ବିଜେଡି... - [ଫେବ୍ରୁଆରି ୨ ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡିଶା ଗସ୍ତ](https://utkalamirror.com/president-droupadi-murmu-5-day-odisha-visit-february-2026-schedule/): ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨ରେ ଭୁବନେଶ୍ବରରେ ପହଞ୍ଚି ୩ ତାରିଖରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରେମୁଣା ନୂଆପାଢ଼ିସ୍ଥିତ ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ୍ରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ଫେବ୍ରୁଆରି ୪ ତାରିଖରେ ଯାଜପୁରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ବିରଜାଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଫେବ୍ରୁଆରୀ ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ପହଞ୍ଚି ଲୋକ ଭବନରେ ରାତ୍ରିଯାପନ କରିବେ। ମଙ୍ଗଳବାର ଫେବୃଆରୀ ୩ ତାରିଖରେ ଯାଜପୁରରେ ମା’ ବିରଜା ମନ୍ଦିର ଦର୍ଶନ କରିବା ପରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ବୁଧବାର ଫେବ୍ରୁଆରୀ ୪ ତାରିଖରେ ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ କ୍ରୀଡ଼ା... - [ଗୋଶାଳା ନିର୍ମାଣ ପାଇଁ ସରକାର ଜମି ଦେବେ](https://utkalamirror.com/odisha-matsya-prani-samavesh-2026-inaugurated-cm-mohan-charan-majhi-kamadhenu-yojana-milk-production/): ଓଡ଼ିଶାରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆମ ସରକାର ଆସିବା ମାତ୍ରେ ପ୍ରଥମ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ଉଦ୍‌ଘାଟନ ଅବସରରେ କହିଛନ୍ତି ।   ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍‌ଡିଙ୍ଗ୍‌ ଆହୁରି କମିଯିବ । ତେଣୁ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ଉଚିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ଆରମ୍ଭ କରାଯାଇଛି... - [ଏପ୍ରିଲ ୧୬ରୁ ଘର ଗଣନା](https://utkalamirror.com/odisha-house-listing-census-2027-starts-april-16-30-days-notification/): ରାଜ୍ୟରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ଗୃହ ଗଣନା କରାଯିବ। ଏହି କାର୍ଯ୍ୟ ୩୦ଦିନ ଅର୍ଥାତ ଏପ୍ରିଲ ୧୬ରୁ ମେ’ ୧୫ ମଧ୍ୟରେ ଶେଷ ହେବ ବୋଲି ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ(ଏସିଏସ୍) ଦେଓ ରଞ୍ଜନ କୁମାର ସିଂହ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ,ଜନଗଣନା ନିୟମାବଳୀ-୧୯୯୦ର ନିୟମ ୮ର ଉପ-ନିୟମ (୩) ଅନୁଯାୟୀ ଏହି ପ୍ରକ୍ରିୟା ରାଜ୍ୟରେ କରାଯିବ। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟଙ୍କ ପକ୍ଷରୁ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୁକ୍ତଙ୍କ ନିଦେର୍ଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯିବାକୁ ରହିଛି। ଜାତୀୟ ଜନଗଣନା-୨୦୨୭ର ଘରତାଲିକା (ହାଉସଲିଷ୍ଟିଂ) କାର୍ଯ୍ୟ ଓଡ଼ିଶାରେ ୩୦ଦିନ ମଧ୍ୟରେ ଶେଷ ହେବ। ଏହି ସମୟରେ ସ୍ୱୟଂ-ଗଣନା (ସେଲ୍ଫ ଏନୁମରେସନ) ପାଇଁ ବିକଳ୍ପ ରହିବ, ଯାହା ଘରେ ଘରେ ଘର ତାଲିକା କାର୍ଯ୍ୟ ଆରମ୍ଭ... - [ବିଜେଡି ତୃଣମୂଳ ନେତା ଦଳ ଛାଡିବା ଚିନ୍ତା, ପ୍ରମିଳାଙ୍କ ଘରେ ମେଳି](https://utkalamirror.com/bjd-grassroots-leaders-concerns-jajpur-meeting-pramila-mallick-residence-2026/): ଯାଜପୁର ଜିଲା ବିଜେଡି ନେତାଙ୍କ ବୈଠକ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସିଥିଲା। ବୈଠକରେ ଜିଲାରେ ସଙ୍ଗଠନକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଶ୍ରୀମତୀ ମଲ୍ଲିକଙ୍କ ସମେତ ବୈଠକରେ ପ୍ରଣବ ପ୍ରକାଶ(ବବି) ଦାସ, ପ୍ରୀତିରଂଜନ(ଡାନି) ଘଡ଼ାଇ, ପ୍ରଣବ କୁମାର(ଜିତୁ) ବଳବନ୍ତରାୟ, କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ର, ଶର୍ମିଷ୍ଠା ସେଠୀ, ବିଧାୟକ ବିଶ୍ୱରଂଜନ ମଲ୍ଲିକ, ବିଧାୟିକା ସୁଜାତା ସାହୁ ଏବଂ ଜିଲ୍ଲା ସଭାପତି ସରୋଜ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାରେ ବିଜେପି ଆରମ୍ଭ କରିଥିବା ଘୋଡ଼ା ବେପାର ଉପରେ ଆଲୋଚନା ହୋଇଥିଲା । ଟଙ୍କା ଦେଇ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କୁ କିଣୁଛି । ମାତ୍ର ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ନାହିଁ । ଯାଜପୁର ଜିଲ୍ଲାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ବୈଠକର ଆୟୋଜନ କରାଯାଇଥିଲା ବୋଲି ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମକୁ କହିଥିଲେ । ଶ୍ରୀ ଘଡ଼ାଇ ଏବଂ ଅନ୍ୟମାନେ... - [ଦୁବାଇ-ଭୁବନେଶ୍ୱର ସିଧାସଳଖ ଇଣ୍ଡିଗୋ ଉଡ଼ାଣ ବନ୍ଦ ଆଶଙ୍କା](https://utkalamirror.com/dubai-bhubaneswar-indigo-direct-flight-suspension-risk-2026-odisha-uae-society-letter/): ଯୁକ୍ତରାଷ୍ଟ୍ର ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଂଗଠନ ଓଡ଼ିଶା ସମାଜ ଯୁଏଇ (ଓଏସୟୁଏଇ) ପକ୍ଷରୁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସିଧାସଳଖ ଇଣ୍ଡିଗୋ ଉଡ଼ାଣକୁ ୨୦୨୬ମାର୍ଚ୍ଚ ୩୦ ତାରିଖରୁ ବନ୍ଦ କରିବାକୁ ନେଇ ଯୋଜନା ହୋଇଥିବା ସୂଚନାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହି ଉଡ଼ାଣର ବନ୍ଦ ହେବା ଯୁଏଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ପ୍ରଭାବିତ କରିବା ସହ ପର୍ଯ୍ୟଟନ ଓ ବ୍ୟବସାୟିକ ସଂଯୋଗକୁ କ୍ଷତିଗ୍ରସ୍ତ କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସମୟୋଚିତ ହସ୍ତକ୍ଷେପ ମାଧ୍ୟମରେ ଏହି ଉଡ଼ାଣକୁ ବନ୍ଦ ହେବାରୁ ରକ୍ଷା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଓଡ଼ିଶା ସମାଜ ଯୁଏଇର ସଭାପତି ଅମିୟ କୁମାର ମିଶ୍ରଙ୍କ ଦସ୍ତଖତରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଇଣ୍ଡିଗୋ ଏୟାରଲାଇନ୍ସର ୱେବସାଇଟରେ ପ୍ରକାଶିତ ଏକ ବିଜ୍ଞପ୍ତି ମାଧ୍ୟମରେ... - [୮୯୧.୩୯ କୋଟି ଟଙ୍କାର ୩୬୧୨ ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ](https://utkalamirror.com/mohan-charan-majhi-kalahandi-ghumura-mahotsav-2026-project-inauguration-announcements/): କଳାହାଣ୍ଡି ଓଡ଼ିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗ ଦେଇ କହିଛନ୍ତି । ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅର୍ଥାତ୍‌ ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୫୦୦... - [ନିଲମ୍ବନ ପରେ ଅରବିନ୍ଦଙ୍କ ସହ ବିଜେଡି ନେତା କଥା ହୋଇଛନ୍ତି](https://utkalamirror.com/bjd-leaders-contact-arvind-mahapatra-post-suspension-bijay-mahapatra-reaction-2026/): ବିଜେଡିରୁ ନିଲମ୍ବନ ପରେ ଅରବିନ୍ଦ ମହାପାତ୍ରଙ୍କ ସହ କିଛି ବିଜେଡି ନେତା ଫୋନ୍‌ରେ କଥା ହୋଇଛନ୍ତି। ବିଶ୍ୱାସଘାତକତା କଣ ହୋଇଛି ତାହା ସେମାନେ ହିଁ କହିପାରିବେ ବୋଲି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର କହିଛନ୍ତି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବନ ହେବା ପରେ ଏହାକର କାରଣକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର । ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଚର୍ଚ୍ଚା ରେ କଣ ଅଛି । ଦଳ ବିରୋଧୀ ପାଇଁ ନିଲମ୍ବନ କରିଛନ୍ତି | ବିଜେଡି ଏକ ଦଳ ସେ ତାଙ୍କ ପଦକ୍ଷେପ ନେଇଛନ୍ତି । ବିଶ୍ୱାସଘାତକ କଣ ହେଇଛି ସେମାନେ କହିବେ । ଓଡ଼ିଶାର ଲୋକେ ଅପେକ୍ଷା କରିଛନ୍ତି କାରଣ କଣ ଜାଣିବା ପାଇଁ । କାହା ପାଖରେ କଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ ବୋଲି ସେ କହିଛନ୍ତି । ତାଙ୍କ ରାଜ୍ୟସଭା ଯିବା ଚର୍ଚ୍ଚା ନେଇ ଗଣମାଧ୍ୟମ... - [ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସସପେନ୍ସ ](https://utkalamirror.com/bjd-suspends-mlas-sanatan-mahakud-arvind-mahapatra-anti-party-activities-2026/): ନବୀନଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସନା ମହାକୁଡ଼ଙ୍କ ଦଳବିରୋଧୀ କାର୍ଯ୍ୟ ଜଣାପଡୁଥିଲେ ମଧ୍ୟ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ଦ୍ଦିଷ୍ଟ ଭାବେ ତାଙ୍କର ଦଳବିରୋଧୀ କାର୍ଯ୍ୟ ସ୍ପଷ୍ଟ ହୋଇନାହିଁ । ପାଟକୁରାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ସେ ବିଧାୟକ ହୋଇଛନ୍ତି । ଗୋଟିଏ ସମୟରେ ନବୀନଙ୍କର ପରମ ମିତ୍ର ଏବେ ଶତ୍ରୁ  ବିଜୟ ମହାପାତ୍ରଙ୍କର ସେ ପୁଅ ହୋଇଥିଲେ ମଧ୍ୟ ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇଥିଲା । ନବୀନଙ୍କ ଆଶୀର୍ବାଦ ପାଇଁ ନବୀନ ନିବାସ ଯାଇଥିବା ଅରବିନ୍ଦଙ୍କୁ ନବୀନ ବହୁତ ଆଦର କରିଥିଲେ । ବାପା(ବିଜୟ ମହାପାତ୍ର)ଙ୍କ ବିଷୟରେ ପଚାରିଥିଲେ । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଅରବିନ୍ଦଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର । ବୁଲେଇ ବଙ୍କେଇ ତୀର ମାରିବାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଧାନସଭାରେ... - [କନ୍ଧମାଳରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ](https://utkalamirror.com/odisha-chief-secretary-anu-garg-kandhamal-visit-development-tourism-review-2026/): ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଦର୍ଶନୀୟ ସ୍ଥାନ, କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ସହ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ଶିକ୍ଷା ଓ ପାନୀୟଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷ।କରିଛନ୍ତି। ମୁଖ୍ୟ ଶାସନ ସଚିବ ଗତକାଲି ଜାନୁଆରୀ ୧୩ ତାରିଖ ମଙ୍ଗଳ ବାର ସନ୍ଧ୍ୟାରେ ଫୁଲବାଣୀ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରା ଯାଇଥିଲା l ମୁଖ୍ୟ ଶାସନ ସଚିବ ହେବା ପରେ ଏହା ଅନୁ ଗର୍ଗ ଙ୍କ ପ୍ରଥମ କନ୍ଧମାଳ ଜିଲ୍ଲା ଗସ୍ତ ଥିଲା l ଏହି ଅବସରରେ ମୁଖ୍ୟ ଶାସନ ସଚିବ ସିଭିଲ ସର୍ଭିସ ପାଇଁ କୋଚିଂ ନେଉଥିବା ଜିଲ୍ଲାର ଆଶାୟୀ ଆଦିବାସୀ ଛାତ୍ର... - [ଓଡ଼ିଶା ଦେଇ ଆଉ ୪ ଅମୃତ ଭାରତ ଏକ୍ସପ୍ରେସ ଗଡିବ](https://utkalamirror.com/odisha-to-get-6-new-amrit-bharat-express-trains-connecting-south-india-january-2026/): ଓଡ଼ିଶା ଦେଇ ଗଡ଼ିବ ୪ଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ । ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ ଭାରତୀୟ ରାଜ୍ୟକୁ ଓଡ଼ିଶା ଦେଇ ଏସବୁ ଟ୍ରେନ୍ ଚାଲିବ। ଦେଶରେ ୯ଟି ଅମୃତ ଭାରତ ଟ୍ରେନ୍ ଚଳାଚଳ ପାଇଁ ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏହି ଟ୍ରେନ୍‌ରେ କମ୍ ଖର୍ଚ୍ଚରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରାର ଅନୁଭୂତି ମିଳିବ। ସମ୍ପ୍ରତି ଏକମାତ୍ର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ବ୍ରହ୍ମପୁର-ଉଧନା (ଗୁଜରାଟ) ମଧ୍ୟରେ ଚଳାଚଳ କରୁଛି। ସେହିପରି ଓଡ଼ିଶା ଦେଇ ଆଉ ଏକ ଅମୃତ ଭାରତ ଚଳାଚଳ କରୁଛି। ହସ୍ତଗତ ସୂଚନା ଅନୁସାରେ ପଶ୍ଚିମବଙ୍ଗର ନିଉ ଜଲପାଇଗୁଡ଼ି ଓ ତାମିଲନାଡ଼ୁର କନ୍ୟାକୁମାରୀ ଜିଲା ଅନ୍ତର୍ଗତ ନାଗରକୋଏଲ ମଧ୍ୟରେ ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ୍ ଚାଲିବ। ସେହିପରି ନିଉ ଜଲପାଇଗୁଡ଼ି ଓ ତାମିଲନାଡ଼ୁର ତିରୁଚିରାପଲ୍ଲୀ, ପଶ୍ଚିମବଙ୍ଗର ଅଲିପୁରଦୁଆର ଏବଂ ଏସଭିଏମଟି ବେଙ୍ଗାଲୁରୁ, କୋଲକାତା (ସନ୍ତ୍ରାଗାଛି)ରୁ ତାମିଲନାଡ଼ୁ ସ୍ଥିତ ତାମ୍ବରମ ମଧ୍ୟରେ ଅମୃତ ଭାରତ... - [୩୬୨୩ କୋଟି ଟଙ୍କାରେ ସରକାର କରିବେ ନୂଆ ଲୋକସେବା ଭବନ](https://utkalamirror.com/odisha-cm-mohan-majhi-launches-road-safety-initiatives-and-6700-crore-projects-january-2026/): ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲାଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ଓ ଦେଶରେ ବଢୁଥିବା ସଡକ ଦୁର୍ଘଟଣା ଯୋଗୁ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡକ ସୁରକ୍ଷାର ନିୟମ ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଡକ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରିଟି ‘E’ ପାଳନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ସେଗୁଡିକ ହେଲା ଏଜୁକେସନ ବା ଶିକ୍ଷା, ଏନ୍‌ଫୋର୍ସମେଣ୍ଟ ବା ନିୟମର... - [ଶିଶିର ସରସରେ ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାର](https://utkalamirror.com/shishir-saras-2026-second-evening-cultural-highlights-and-workshops/): ଶୀତୁଆ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ରାଜଧାନୀବାସୀ। ଓରମାସ ଏବଂ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଆୟୋଜିତ ‘ଶିଶିର ସରସ ୨୦୨୬’ ଦ୍ୱିତୀୟ ଦିନରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ନୃତ୍ୟର ରଙ୍ଗୀନ ପ୍ରସ୍ତୁତି ଦର୍ଶକଙ୍କ ମନମୋହିବା ସହ, ରାୟଗଡ଼ାର ଢେମସା ଏବଂ ରାଜସ୍ଥାନୀ ଲୋକନୃତ୍ୟ ମଞ୍ଚକୁ ଲୋକସଂସ୍କୃତିର ଏକ ସଜୀବ ଚିତ୍ରରେ ପରିଣତ କରିଥିଲା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ସଙ୍ଗୀତମୟ ପ୍ରସ୍ତୁତି ଶ୍ରୋତାଙ୍କୁ ବାନ୍ଧି ରଖିଥିବା ବେଳେ, ଗୀତର ତାଳେ ତାଳେ ଝୁମୁଥାନ୍ତି ଦର୍ଶକ। ମେଳାର ଆଗାମୀ ଦିନଗୁଡ଼ିକରେ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ସହ ଓଲିଉଡ଼ର ପ୍ରସିଦ୍ଧ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ। ସୂଚନାଯୋଗ୍ୟ ଯେ, ଆସନ୍ତା ବୁଧବାର ସନ୍ଧ୍ୟାରେ ଗାୟକ କୁଲଦୀପ ପଟ୍ଟନାୟକଙ୍କ ସଙ୍ଗୀତମୟ ପ୍ରସ୍ତୁତି, ଗୁରୁବାର ଓଡ଼ିଆ ସଙ୍ଗୀତ ଜଗତର ଅମର ସ୍ୱର-ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତିରେ ‘ହ୍ୟୁମାନ ସାଗର... - [ବିରୋଧୀଙ୍କୁ ମନ୍ତ୍ରୀଙ୍କ ଜବାବ, ପ୍ରଦୂଷଣ ପ୍ରସଙ୍ଗରେ ରାଜନୀତି ନ କରନ୍ତୁ](https://utkalamirror.com/odisha-transport-minister-accuses-opposition-of-politicizing-puc-fines/): ଗାଡ଼ି ପ୍ରଦୂଷଣ ଯାଞ୍ଚ (ପିୟୁସି) ଜରିମାନା ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦଳକୁ ପାଲଟା ଟାର୍ଗେଟ୍ କରିଛନ୍ତି । ବିରୋଧୀମାନେ ଛାଟ ପଡ଼ିବା ପରେ ଅମାନିଆ ହୋଇ ବେଶି କଥା କହୁଛନ୍ତି ଏବଂ ମିଡ଼ିଆରେ ରହିବା ଓ ଲୋକଙ୍କ ନିକଟତର ହେବା ପାଇଁ ଏହା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାର ସମୟରେ ଲାଗୁ ହୋଇଥିବା ୧୦ ହଜାର ଟଙ୍କା ଜରିମାନାକୁ ବର୍ତ୍ତମାନର ସରକାର ହ୍ରାସ କରିବାକୁ ବିଚାର କରୁଥିବା ବେଳେ ବିରୋଧୀମାନେ ଲୋକଙ୍କୁ ବିଭ୍ରାନ୍ତ କରି ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ, ପ୍ରଦୂଷଣ ରୋକିବା ଏବଂ ଲୋକଙ୍କ ଜୀବନ ରକ୍ଷା ପ୍ରତି ସରକାର ସଚେତନ ଅଛନ୍ତି । ପିୟୁସିସି ପାଇଁ ୧୦ ହଜାର ଟଙ୍କା ଜରିମାନା ୨୦୧୯ରେ ବିଜେଡି ସରକାର ସମୟରେ ଲାଗୁ... - [ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ](https://utkalamirror.com/odisha-extends-puc-certificate-relaxation-till-april-1-2026-no-fines-at-toll-gates/): ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ‎ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ‎ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଟୋଲଗେଟରେ ଇ-‎ଡିଟେକ୍ସନରେ କଟୁଥିବା ଏ ସମ୍ୱନ୍ଧୀୟ ଜରିମାନାକୁ ମଧ୍ୟ ସ୍ଥଗିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା 10 ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ‎ଦିଗରେ ତର୍ଜମା କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ‎ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର... - [ଅପ୍ରେଲରୁ - ମେ ମାସେ ବ୍ୟାପୀ ଘର ଗଣନା](https://utkalamirror.com/odisha-census-2027-preparations-and-schedule/): ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ ଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ ନିଖିଳ ପୱନ କଲ୍ୟାଣ ଓଡ଼ିଶାରେ ଜନଗଣନା ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରୁ ଜଣାଯାଇଛି ଯେ, ଦେଶରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଓ ଗୃହ ଗଣନା ଆରମ୍ଭ ହେବ । ସାରା ଦେଶରେ ଏପ୍ରିଲରୁ... - [ମିଲର୍ସ ଅନ୍ଦୋଳନ, ଧାନ କିଣା ଠପ୍](https://utkalamirror.com/odisha-millers-government-meeting-fails-paddy-procurement-hit/): ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ବେଳେ ମିଲର୍ସ ଆନ୍ଦୋଳନ ତୀବ୍ର ହୋଇଛି। ବକେୟା ପ୍ରାପ୍ୟ ପ୍ରଦାନ, ଧାନ ପରିବହନ ମୂଲ୍ୟ ବୃଦ୍ଧି ଭଳି ଦାବି ନେଇ ମିଲର୍ସମାନେ ନିଜ ଜିଦରେ ଅଡି ବସିଛନ୍ତି୤ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠାଣ ପୂର୍ବବତ୍ ବନ୍ଦ କରି ରଖିବୁ ବୋଲି ସୋମବାର ଅଲ ଓଡ଼ିଶା ମିଲର୍ସ ଆସୋସିଏସନ୍ ଘୋଷଣା କରିଛି୤ ସୋମବାର ଯୋଗାଣ ନିଗମ ଏମଡିଙ୍କ ସହ ରାଜ୍ୟର ସବୁ ଜିଲ୍ଲାରୁ ଆସିଥିବା ମିଲର୍ସମାନେ ଆଲୋଚନା କରିଥିଲେ। ଏହି ଆଲୋଚନାରୁ କୌଣସି ନିଷ୍କର୍ସ ନବାହାରିବାରୁ ସେମାନେ ଆନ୍ଦୋଳନ ଜାରି ରଖିବା ପାଇଁ ଘୋଷଣା କରିଛନ୍ତି। ମିଲର୍ସ ସଂଘର ସଭାପତି ମହେଶ ବଂଶଲ ଓ ସାଧାରଣ ସମ୍ପାଦକ କହିଛନ୍ତି ଯେ, ସେମାନଙ୍କର ଦାବି ପୂରଣ ପାଇଁ ବିଭାଗର ମନ୍ତ୍ରୀଙ୍କ ସହ ପୂର୍ବରୁ ଆଲୋଚନା ହୋଇଥିଲା। ଦାବି ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏ ସମ୍ପର୍କରେ... - [ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଚିନ୍ତା ଲାଗିବ ଏୟାର ପ୍ୟୁରିଫାୟ ](https://utkalamirror.com/bhubaneswar-bmc-to-install-air-purifiers-to-combat-severe-air-pollution/): ଭୁବନେଶ୍ୱରରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଭୟାବହ ଭାବେ ବଢ଼ିବା ପରେ ଏହାକୁ କମାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଉଛି। ସହରର ପ୍ରମୁଖ ସ୍ଥାନମାନଙ୍କରେ ଏୟାର ପ୍ୟୁରିଫାୟର ଲଗାଇବାକୁ ଯୋଜନା କରାଯାଇଛି ବୋଲି ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। ମେୟର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଜୟଦେବ ବିହାର ଓ ଏଜି ଛକ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏୟାର ପ୍ୟୁରିଫାୟର ସ୍ଥାପନ କରାଯିବ। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ଆଲୋଚନା ମଧ୍ୟ ହୋଇସାରିଛି। ଏହାସହିତ ଧୂଳି ପ୍ରଦୂଷଣ ରୋକିବା ପାଇଁ ଯେଉଁଠାରେ ଝାଡୁ ମରାଯାଉଛି, ସେଠାରେ ପାଣି ସିଞ୍ଚନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ କେବଳ ବିଏମସିର ଦାୟିତ୍ୱ ନୁହେଁ ବରଂ ସମସ୍ତ ନାଗରିକଙ୍କ ସହଯୋଗ ଆବଶ୍ୟକ ବୋଲି ମେୟର ଗୁରୁତ୍ୱ ଦେଇଛନ୍ତି। ଗୋଟିଏ ଗୋଟିଏ ଘରେ ୪ରୁ ୫ଟି ଗାଡ଼ି ବ୍ୟବହାର କରିବା... - [ସ୍ମାର୍ଟ ମିଟର ଲଗାଇବାରେ ସରକାର ୭୩୫ କୋଟି ଖର୍ଚ୍ଚ କରିବେ](https://utkalamirror.com/odisha-govt-approves-735-crore-for-smart-meter-phase-1-installation/): ସ୍ମାର୍ଟ ମିଟର ଫେଜ ୱାନ ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୭୮ ହଜାରରୁ ଅଧିକ ନୂଆ ବିଜୁଳି ସଂଯୋଗ ଦେବାକୁ ଟାର୍ଗେଟ ରଖି ରାଜ୍ୟ ସରକାର ଏହି ସବୁ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୮ ଲକ୍ଷ ୭୫ ହଜାର ପୁରୁଣା ନନ୍-ସ୍ମାର୍ଟ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଏହାର ବ୍ୟୟ ବହନ କରିବା ପାଇଁ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବେ। କ୍ୟାବିନେଟ୍ର ନିଷ୍ପତ୍ତି ପରେ ଶକ୍ତି ବିଭାଗ ଏ ସଂକ୍ରାନ୍ତରେ ସଂକଳ୍ପ ଜାରି କରିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂକଳ୍ପରେ କୁହାଯାଇଛି ଯେ, ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାର ନାମ ରଖାଯାଇଛି ‘ଏମ୍ଏମ୍ଏସ୍ବିୱାଇ-ଇନ୍ଷ୍ଟଲେସନ୍ ଅଫ୍ ସ୍ମାର୍ଟ ମିଟର୍ସ ଫେଜ୍-୧’। ଏହା ଅନ୍ତର୍ଗତ ୨... - [ବାରମ୍ବାର ପିସିସି ପରିବର୍ତ୍ତନ ଦଳ ନିମ୍ନଗାମୀ ହେବାର କାରଣ : ମହମ୍ମଦ ମୋକିମ୍](https://utkalamirror.com/moquim-blasts-congress-high-command-over-odisha-party-decline/): କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ରାଜ୍ୟ କଂଗ୍ରେସର ପତନକୁ ନେଇ ପୁଣି ଥରେ ହାଇକମାଣ୍ଡକୁ ସମାଲୋଚନା କରିଛନ୍ତି। ରାଜ୍ୟରେ କଂଗ୍ରେସର ପତନ ପାଇଁ ଦିଲ୍ଲୀର ନେତୃତ୍ବଙ୍କୁ ସିଧାସଳଖ ଦାୟୀ କରି ମୋକିମ କହିଛନ୍ତି ଯେ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅତୀତ କହି ଦଳ ନିମ୍ନଗାମୀ ହେବା ଆରମ୍ଭ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଦଳ ସେହି କ୍ଷତିରୁ ଉଠି ପାରିନାହିଁ ବୋଲି କହିଛନ୍ତି । ସେହିଭଳି ନୂଆ ଆଞ୍ଚଳିକ ଦଳ ଗଠନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ହେବ ବୋଲି କହି ଶଙ୍କେତ ଦେଇଛନ୍ତି ।  ମୋକିମଙ୍କ ଏହି ମନ୍ତବ୍ୟକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ମୋକିମଙ୍କୁ ‘ଅତୃପ୍ତ ଆତ୍ମା’ କହିଛନ୍ତି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେବାକୁ ଆସିଥିବା ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ଯେ, ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଜାନକୀ... - [୧୭୩ ଆୟବହିର୍ଭୁତ ସମ୍ପତ୍ତି ରଖିଥିବା ବାବୁଙ୍କୁ ଧରିଛି ଭିଜିଲାନ୍‌ସ](https://utkalamirror.com/odisha-vigilance-department-achieves-record-success-in-2025-under-cm-majhi/): ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି । ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫୈସଲା... - [ଶ୍ରୀମନ୍ଦିରର ନୂଆ ଇଂରାଜୀ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି](https://utkalamirror.com/jagannath-temple-2026-calendar-controversy-deities-swapped-bjd-criticism/): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ନୂଆ ଇଂରାଜୀ ନୂଆବର୍ଷ କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଧରାପଡ଼ିବା ପରେ ବିଜେଡି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ତ୍ରୁଟି ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି ବୋଲି ବିଜେଡି ଅଭିଯୋଗ କରିଛି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡା. ଲେନିନ ମହାନ୍ତି କହିଛନ୍ତି ଯେ, ଶ୍ରୀଜଗନ୍ନାଥ କ୍ୟାଲେଣ୍ଡରରେ ପବିତ୍ର ତ୍ରିମୂର୍ତ୍ତିଙ୍କ ଚିତ୍ରଣ ଭୁଲ୍ ଭାବେ କରାଯାଇଛି। ଚିତ୍ରଗୁଡ଼ିକରେ ଭଗବାନ ବଳଭଦ୍ରଙ୍କୁ ଭଗବାନ ଜଗନ୍ନାଥଙ୍କ ସ୍ଥାନରେ ଏବଂ ଭଗବାନ ଜଗନ୍ନାଥଙ୍କୁ ବଳଭଦ୍ରଙ୍କ ସ୍ଥାନରେ ଦର୍ଶାଯାଇଛି। ଫଳରେ ଦେବୀ ସୁଭଦ୍ରାଙ୍କ ଡାହାଣ ପାଖରେ ଜଗନ୍ନାଥ ଏବଂ ବାମ ପାଖରେ ବଳଭଦ୍ର ଦେଖାଯାଉଛନ୍ତି, ଯାହା ପ୍ରତିଷ୍ଠିତ ଧାର୍ମିକ ପରମ୍ପରାର ବିପରୀତ। ଏହି ଭୁଲ୍ ଚିତ୍ର ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଟେବୁଲ କ୍ୟାଲେଣ୍ଡର, ଓ୍ୱାଲ କ୍ୟାଲେଣ୍ଡର ଏବଂ ଡାୟେରୀରେ ମଧ୍ୟ ଛପା ହୋଇଛି। ଡା. ମହାନ୍ତି... - [ସ୍ୱପ୍ନର ଓଡ଼ିଶା ଗଠନ ଲକ୍ଷ୍ୟ : ଅନୁ ଗର୍ଗ](https://utkalamirror.com/odisha-first-female-chief-secretary-anu-garg-takes-charge/): ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କଠାରୁ ପାରମ୍ପରିକ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।  ଡିସେମ୍ବର ୩୧ ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଏହି ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ତାଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ବ ଏବଂ ସୁଯୋଗ ମଧ୍ୟ ରହିଛି। ରାଜ୍ୟର ପ୍ରଗତି ସରକାରଙ୍କ ମୂଳ ଲକ୍ଷ୍ୟ। ୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବା ସହ ୨୦୪୭ରେ ଦେଶର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ କାର୍ଯ୍ୟ ଜାରି ରହିବ। ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି କାମ... - [ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି](https://utkalamirror.com/senior-ias-officers-promoted-arvind-padhee-acs-odisha/): ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି ସୁଶୀଲ କୁମାର ଲୋହାନୀଙ୍କୁ ମଧ୍ୟ ଏସିଏସ ପାହ୍ୟାକୁ ପଦୋନ୍ନତି ମିଳିଛି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୯୬ ବ୍ୟାଚ୍‌ର ଆଇଏଏସ୍ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ୨୦୨୬ ଜାନୁଆରି ୧ ତାରିଖରୁ ଲାଗୁ ହେବାଭଳି ଆଇଏଏସ୍‌ର ଏପେକ୍ସ ଗ୍ରେଡ୍ (ଲେବଲ-୧୭)କୁ ପଦୋନ୍ନତି ଦିଆଯାଇଛି। ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତି ଅନୁସାରେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥାନ ଗୋପାଳନଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା (ଲେବଲ-୧୫)କୁ ପଦୋନ୍ନତି ଦିଆଯାଇଛି। ୨୦୦୧ ବ୍ୟାଚ୍‌ର ଏହି ଅଧିକାରୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଏକ୍ସ-ଅଫିସିଓ ପ୍ରମୁଖ ଶାସନ ସଚିବ, ଗୃହ (ନିର୍ବାଚନ) ବିଭାଗ ଭାବେ କାର୍ଯ୍ୟ କରିବେ। ସେ... - [କଂସଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ](https://utkalamirror.com/cm-mohan-majhi-bargarh-dhanuyatra-development-projects-inauguration/): ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ଼) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବରଗଡ଼ରେ ଆଜି ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି... - [ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ](https://utkalamirror.com/chief-minister-attends-ol-chiki-script-centenary-celebration-in-keonjhar/): ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଅନୁଷ୍ଠାନ ଓ ସଂସ୍କୃତିର ଅଭିଜ୍ଞାନ। ସେ ଜଣେ ଏମିତି ଯୁଗପୁରୁଷ ଥିଲେ, ଯିଏ ଅନ୍ଧାର ଭିତରେ ଆଲୋକର ଜାଗରଣ କରିଥିଲେ। ଏକ ଅବହେଳିତ ଓ ଅନ୍ତର୍ଭୁକ୍ତ ହୋଇନଥିବା ସମାଜକୁ ଶିକ୍ଷା, ଅସ୍ମିତା ଓ ଗର୍ବର ଅନୁଭୂତି ଦେଇଥିଲେ। ସେ ଥିଲେ ସାନ୍ତାଳୀ ଅସ୍ମିତାର ପ୍ରତୀକ। ବୋଲି ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଆଜି ସ୍ଥାନୀୟ ସିଲିସୁଆଁ ଠାରେ ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ହୋଇଥିଲ।। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ସେ କହିଥିଲେ, ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସୃଷ୍ଟି – ଅଲଚିକି ଲିପିର ପ୍ରସାର ଆମକୁ ଆମ... - [ନବୀନବାବୁ ରାଜନେତା ମାରିଛନ୍ତି, ଗଢିନାହାନ୍ତି : ରାଜସ୍ୱ ମନ୍ତ୍ରୀ](https://utkalamirror.com/suresh-pujari-hits-back-at-naveen-patnaik-on-law-order-and-leadership/): ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ କରିଥିବା ସମାଲୋଚନାର ଜବାବ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁରେଶ ପୁଜାରୀ ଦେଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଆଇନଶୃଙ୍ଖଳା ପରିସ୍ଥିତି ନେଇ ନବୀନଙ୍କ ଟିପ୍ପଣୀକୁ ଟାର୍ଗେଟ କରି ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ବିଧାନସଭାରେ ନବୀନ ମୁଲତବୀ ପ୍ରସ୍ତାବ ଆଣନ୍ତୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହାସହ ବିଜେଡିକୁ ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କରି ନବୀନଙ୍କ ନେତୃତ୍ୱ ଶୈଳୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି ସୁରେଶ ପୂଜାରୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆଇନଶୃଙ୍ଖଳା କଥା କହୁଛନ୍ତି ନବୀନ ପଟ୍ଟନାୟକ, ତାହେଲେ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣନ୍ତୁ। ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ବାଚସ୍ପତିଙ୍କୁ ଅନୁରୋଧ କରିବୁ ଏହି ଆଲୋଚନାକୁ ୨୦... - [ମହାନଦୀ ବିବାଦ, ଆପୋଷ ଆଲୋଚନା କାଟୁ ନ କଲେ ବିକଳ୍ପ ବ୍ୟବସ୍ଥା](https://utkalamirror.com/mahanadi-interstate-water-dispute-first-inter-ministerial-committee-meeting-odisha-prepares-for-tribunal/): ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ସାମାଧାନ ଆପୋଷ ଆଲୋଚନାରେ ସଫଳ ହୋଇନପାରିଲେ ବିକଳ୍ପ ଭାବେ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ବଳିଷ୍ଟ ଯୁକ୍ତି ଉପସ୍ଥାପନ କରାଯିବ। ଟ୍ରିବ୍ୟୁନାଲରେ ଓଡ଼ିଶାର ବଳିଷ୍ଠ ଯୁକ୍ତି ଉପସ୍ଥାପନ ପାଇଁ ସମାନ୍ତରାଳରେ ପ୍ରସ୍ତୁତି ଜାରି ରହିବ । ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକରୁ ଏହି ଜଣାପଡିଛି । ଏହି ବୈଠକରେ ମହାନଦୀ ଜଳ ବିବାଦର ଐତିହାସିକ ପୃଷ୍ଠଭୂମି, ହୀରାକୁଦ ପ୍ରକଳ୍ପ ଏବଂ ଛତିଶଗଡର ସେତୁ ନିର୍ମାଣ ସମ୍ପର୍କିତ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ କମିଟିର ପରବର୍ତ୍ତୀ ବୈଠକ ୨୦୨୬ ଜାନୁଆରୀରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ବୋଇଛି । ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ସମ୍ପର୍କିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜୀବ ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ... - [ଆଦିବାସୀ ମହୋତ୍ସବ ପରବ-2025](https://utkalamirror.com/chief-minister-mohan-majhi-attends-parab-2025-inaugurates-projects-worth-545-crore-in-koraput/): ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୫ ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ୫୪୫ କୋଟି ଟଙ୍କା ମୂଲ୍ୟର ୮୬ ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୪ କୋଟି ଟଙ୍କା ମୂଲ୍ୟର ୧୬ ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୫୨୧ କୋଟି ଟଙ୍କା ମୂଲ୍ୟର ୭୦ ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି ।... - [ହାଇଦରାବାଦରୁ ୬୭ ହଜାର କୋଟିର ନିବେଶ ପ୍ରସ୍ତାବ](https://utkalamirror.com/odisha-investors-meet-hyderabad-secures-67000-crore-investment-proposals-56000-jobs/):  ଅଭିବୃଦ୍ଧି ଇଞ୍ଜିନ ହେବାକୁ ଓଡ଼ିଶା ପ୍ରସ୍ତୁତ। ଓଡ଼ିଶା ନିବେଶକ ସମ୍ମିଳନୀ ହେଉଛି ଦୀର୍ଘକାଳୀନ ସହଭାଗିତା ଗଠନ କରିବାର ଏକ ମଞ୍ଚ, ଯାହା ନିବେଶ ପ୍ରସ୍ତାବକୁ କ୍ଷେତ୍ରସ୍ତରୀୟ ଫଳାଫଳରେ ପରିଣତ କରିବ। ହାଇଦରାବାଦରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଶିଳ୍ପ ନେତୃତ୍ବଙ୍କୁ ଉଦ୍ବୋଧନ ଦେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପରୋକ୍ତ ମତ ରଖିଥିଲେ। ନୀତି ସ୍ଥିରତା, ପ୍ରତିଯୋଗିତାମୂଳକ ଖର୍ଚ୍ଚ ଏବଂ ଏକ ସହଜ ଶାସନ ଢାଞ୍ଚା ମାଧ୍ୟମରେ ରାଜ୍ୟ ନିଜକୁ ଭବିଷ୍ୟତ-ପ୍ରସ୍ତୁତ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ଜାତୀୟ ଦୃଷ୍ଟିକୋଣ ‘ପୂର୍ବୋଦୟ’ ଅଧୀନରେ ଏକ ମୁଖ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଦୀୟମାନ ହେଉଛି, ଯାହା ଆର୍ଥିକ ଅନୁଶାସନ ଏବଂ ପ୍ରତିକ୍ରିୟାଶୀଳ ଶାସନ ଦ୍ୱାରା ସମ୍ଭବ ହୋଇପାରୁଛି । ଏହି କାର୍ଯ୍ୟକ୍ରମରେ ମୋଟ୍ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ବାରା ରାଜ୍ୟରେ ୫୬ ହଜାର କର୍ମନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି।... - [ଏଣିକି ଗୁଗୁଲ୍ ଶୁଣିବ ଓଡ଼ିଆରେ ଭଏସ କମାଣ୍ଡ](https://utkalamirror.com/regional-ai-impact-conference-bhubaneswar-2025/): ଆସନ୍ତାକାଲିଠାରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ (ରିଜିଓନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ) ଅନୁଷ୍ଠିତ ହେବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ଆୟୋଜିତ ଆଞ୍ଚଳିକ ଏଆଇ ଇମ୍ପାକ୍ଟ କନଫରେନ୍ସ (ରିଜିଓନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ), ଓଡ଼ିଶା ଆସନ୍ତା ଡିସେମ୍ବର ୧୯ ଓ ୨୦ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସମ୍ମିଳନୀ ପୂର୍ବରୁ ଡିସେମ୍ବର ୧୮ ତାରିଖରେ ମେଫେୟାର କନଭେନ୍ସନ ସେଣ୍ଟରରେ ଇଣ୍ଡିଆ ଏଆଇ ଓ୍ୱାର୍କିଂ ଗ୍ରୁପ ମିଟିଂ ଅନୁଷ୍ଠିତ ହେବ, ଯାହା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ  ଏବଂ ଓଡ଼ିଶା ସରକାର ମିଳିତ ଭାବେ ଆୟୋଜନ କରୁଛନ୍ତି। ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ପ୍ରତିନିଧିମାନେ ଯୋଗ... - [ମୋକିମଙ୍କ ଚିଠି ପଛରେ ବିଜେପିର ଡ୍ରାଫ୍ଟିଂ](https://utkalamirror.com/bhakta-charan-das-alleges-bjp-drafted-moquim-letter/): କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠି ପଛରେ ବିଜେପିର ଡ୍ରାଫ୍ଟିଂ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ କଂଗ୍ରେସ ରାଲିରେ ଯୋଗଦେଇ ଓଡ଼ିଶା ଫେରିବା ବେଳେ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତ ଏହି ବଡ଼ ବୟାନ ଦେଇଛନ୍ତି। ଭକ୍ତ ଚରଣ ଦାସ କହିଛନ୍ତି, ‘‘ମୋକିମ ବାବୁ ଥରେ ଦଳରୁ ବହିଷ୍କୃତ ହୋଇଥିଲେ। ଏହାର କାରଣ ମୁଁ କହିବି ନାହିଁ। ମୁଁ ପ୍ରଚାର କମିଟି ଅଧ୍ୟକ୍ଷ ହେଲା ପରେ ସେ ଦଳ ପାଇଁ ଆସେଟ ହେବେ ଭାବି ତାଙ୍କୁ ଫେରାଇ ଆଣିଥିଲି। ହେଲେ ସେ ଯେଉଁ ଚିଠି ଲେଖିଛନ୍ତି, ତାହା ସେ ନିଜେ ଲେଖିଲା ପରି ଲାଗୁନି।’ସେ ଆହୁରି କହିଛନ୍ତି ଯେ, ଚର୍ଚ୍ଚା ହେଉଛି ଓଡ଼ିଶା କଂଗ୍ରେସ ଉପରେ, କିନ୍ତୁ ଚିଠିରେ କିଛି ଅଲଗା ଅଛି। ଚିଠିରେ ୩-୪ଟି ପଏଣ୍ଟରେ... - [ଓଡ଼ିଶା ରାଜନୈତିକ ସମୀକରଣ ବଦଳିପାରେ](https://utkalamirror.com/odisha-political-equations-may-change-amar-satpathy/): ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ରାଜନୈତିକ ସମୀକରଣ ବଦଳିପାରେ ଏବଂ ରାଜ୍ୟ ରାଜନୀତି ଏକ ବିଚିତ୍ର ସ୍ଥିତି ଭିତରେ ଗତି କରୁଛି।  ବିଜେଡି, ବିଜେପି ଓ କଂଗ୍ରେସରେ ଅସ୍ଥିରତା ରହିଛି । କ୍ଷମତାସୀନ ଭାବୁଛି କ୍ଷମତାରେ ନାହିଁ, ବିରୋଧୀ ଭାବୁଛି ସିଏ କ୍ଷମତାସୀନ। ଏହା ଏକ ବିଚିତ୍ର ସ୍ଥିତି, ଯାହାଫଳରେ ବିକାଶ ହୋଇପାରୁନାହିଁ। ନିକଟ ଭବିଷ୍ୟତରେ କୌଣସି ନୂଆ ଦଳର ସମ୍ଭାବନା ନାହିଁ ବୋଲି ସେ ମତ ଦେଇଛନ୍ତି, କିନ୍ତୁ ସମୀକରଣ ବଦଳିବାକୁ ବେଶୀ ସମୟ ଲାଗେନାହିଁ ବୋଲି ସେ କହିଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ଅନେକ ନେତାଙ୍କ ସହ ଆଲୋଚନା ହୋଇଥିବା ସ୍ୱୀକାର କରି ଶ୍ରୀ ଶତପଥୀ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ରାଜନୈତିକ ଦଳ ସମ୍ପର୍କିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଶ୍ରୀ... - [ବର୍ଦ୍ଧିତ ଦରମା ନନେବା ପ୍ରସଙ୍ଗ , ନବୀନଙ୍କୁ ସମାଲୋଚନା ](https://utkalamirror.com/odisha-mla-salary-hike-naveen-patnaik-refusal-political-controversy/): କଂଗ୍ରେସ କହିଲା, ପଲିଟିକାଲ୍ ଷ୍ଟଣ୍ଟ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ଏହାକୁ ବିଜେଡିର ଦ୍ୱିମୁଖୀ ନୀତି ଓ ରାଜନୈତିକ ଷ୍ଟଣ୍ଟ ବୋଲି ଅଭିହିତ କରିଛନ୍ତି। ଶ୍ରୀ ସାଉନ୍ତା କହିଛନ୍ତି ଯେ, ବିଧାନସଭାରେ ଦରମା ବୃଦ୍ଧି ବିଲ୍ ପାସ୍ ହେବା ସମୟରେ ବିଜେଡିର ସମସ୍ତ ବିଧାୟକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଉପସ୍ଥିତ ରହି ବିଲ୍କୁ ସମର୍ଥନ କରିଥିଲେ। ବିଜେଡି ଦଳ ଦରମା ବୃଦ୍ଧିକୁ ଠିକ୍ ବୋଲି କହିଥିବା ବେଳେ ଏବେ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା କଥା କହି ରାଜନୈତିକ ଷ୍ଟଣ୍ଟ କରୁଛନ୍ତି। ଏହା ଦଳ ଭିତରେ ମିସ୍ କମ୍ୟୁନିକେସନ୍ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ଆହୁରି... - [ରାମଚଣ୍ଡୀରେ 'ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ' (OSWALI) ର ଉଦ୍‌ଘାଟିତ](https://utkalamirror.com/odisha-oswali-inaugurated-ramchandi-watermanship-lifeguard-training-center-scuba-complex-mohan-majhi/): ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର  ମଧ୍ୟ ସ୍ଥାପନ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷର ହୋଇଥିଲା । ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ NIWS ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର... - [ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ](https://utkalamirror.com/odisha-7th-eco-retreat-inaugurated-mohan-majhi-asia-top-5-eco-tourism-hub-vision-2036/): ଓଡ଼ିଶାର ବିଭିନ୍ନ ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ହେବଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛିଆମର ଲକ୍ଷ୍ୟ ହେଉଛି ଏସିଆର ଶ୍ରେଷ୍ଠ ୫ଟି Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ କରିବା – ମୁଖ୍ୟମନ୍ତ୍ରୀଭୁବନେଶ୍ୱର ୧୨ ଡିସେମ୍ବର ୨୦୨୫ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଂଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ... - [ମୋକିମଙ୍କ ବିରୋଧଭାଷକୁ ବରିଷ୍ଠଙ୍କ ନାପସନ୍ଦ](https://utkalamirror.com/congress-senior-leaders-slam-moquim-over-media-leaked-letter/): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ୱାରା ଦଳର ହାଇକମାଣ୍ଡକୁ ଲେଖାଯାଇଥିବା ଚିଠି ଏବଂ ତାହା ମିଡିଆରେ ଆସିଯିବା ଘଟଣାକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି। କଂଗ୍ରେସ ନେତା ସୁର ରାଉତରାୟ, ଜୟଦେବ ଜେନା ଓ ଅନନ୍ତ ସେଠୀ ଖୋଲାଖୋଲି ମୋକିମଙ୍କ ବୟାନ ଓ ଚିଠିକୁ ନିନ୍ଦା କରିଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ କହିଛନ୍ତି, ମୋକିମ ନିଜ ଝିଅର ରାଜନୈତିକ କ୍ୟାରିଅରକୁ ନିଜେ ନଷ୍ଟ କରୁଛନ୍ତି। ଆମେ ଦିନରେ ୧୮ ଘଣ୍ଟା ଦଳ ପାଇଁ ଖଟୁଛୁ, ସେ ଏଭଳି କହି କଂଗ୍ରେସକୁ ଶସ୍ତା କରୁଛନ୍ତି। ତୁମ ଭଳି ହଜାର ହଜାର କୋଟିପତି ଅଛନ୍ତି, କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି, ତେଣୁ ଲୋକେ ଚିହ୍ନିଛନ୍ତି। ଯଦି ନୂଆ ଦଳ କରିବାର ଇଚ୍ଛା ଥିଲା ତାହେଲେ କରନ୍ତୁ, ନହେଲେ ନିଜ ବେପାର ଦେଖନ୍ତୁ। ଚିଠି ଲେଖିଲେ ତାହା ମିଡିଆକୁ ଆସିଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।... - [ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର](https://utkalamirror.com/odisha-bjp-high-level-meeting-bl-santosh-panchayat-election-strategy-2025/): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହପ୍ରଭାରୀ ଲତା ଉଷାଣ୍ଡି ଓ ଅନ୍ୟ ବରିଷ୍ଠ ନେତା ନବନିଯୁକ୍ତ ସାଂଗଠନିକ ଜିଲ୍ଲା ପ୍ରଭାରୀ ଓ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ବରିଷ୍ଠ ନେତାମାନେ ନବନିଯୁକ୍ତ ସାଂଗଠନିକ ଜିଲ୍ଲା ପ୍ରଭାରୀ ଓ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ବିଭିନ୍ନ ପରାମର୍ଶ ଦେଇଥିବା ଜଣାପଡିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରନ୍ତୁ। ଏକ ସମୃଦ୍ଧ ଓଡ଼ିଶା ଗଠନ ନେଇ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ବାସ୍ତବ ରୂପ... - [୨୩ ଓଏଏସ୍ ଅଧିକାରୀଙ୍କ ବଦଳି](https://utkalamirror.com/odisha-government-transfers-23-oas-officers-major-administrative-reshuffle-2025/): ସରକାର ଓଏଏସ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବୁଧବାର ୨୩ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ,ମୋ-ସ୍କୁଲ ଅଭିଯାନର ଓଏସ୍ଡି କାବେରୀ ମୁଦୁଲିଙ୍କୁ ଯାଜପୁର ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡା ଡିଏସଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡା ଡିଏସଆର୍ ଭାବେ ବଦଳି କରାଯାଇଥିବାବେଳେ ଜ୍ୟୋସ୍ନାରାଣୀ ପାତ୍ର ଓ ଅନ୍ୟ ୧୯ଜଣ ଅଧିକାରୀଙ୍କୁ ତହସିଲଦାର, ଡେପୁଟୀ କଲେକ୍ଟର ଭାବେ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। - [ବନ୍ଦେ ମାତରମର ୧୫୦ ବର୍ଷ ପୂତ୍ତି, ବିଧାନସଭାରେ ସଂକଳ୍ପ ଗୃହୀତ](https://utkalamirror.com/odisha-assembly-vande-mataram-150-celebration-resolution-controversy/): ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଲିଖିତ ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂତ୍ତିକୁ ନେଇ ମଙ୍ଗଳବାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ଏକ ସଂକଳ୍ପ ଆଗତ କରିଥିଲେ। ଏହି ସଂକଳ୍ପ ଅନୁଯାୟୀ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପୀ ପାଳନ କରାଯିବ। ଏ ସମ୍ପର୍କିତ ସଂକଳ୍ପକୁ ଗୃହରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ସଂକଳ୍ପ ଅନୁମୋଦନ ପାଇବା ପରେ ଗୃହରେ ବନ୍ଦେ ମାତରମ ଗୀତ ପରିବେଷଣ ହୋଇଥିଲା। ତେବେ ଭାରତର ସମ୍ବିଧାନ ସଭା ବନ୍ଦେ ମାତରମ ସମ୍ପୂର୍ଣ୍ଣ ଗୀତରୁ ମାତ୍ର ୨ଟି ପଦକୁ ଅନୁମୋଦନ ଦେଇଥିବାରୁ ଏହାର ପୂର୍ଣ୍ଣାଙ୍ଗ ବାଦନକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ନାପସନ୍ଦ କରିବା ସହ କକ୍ଷତ୍ୟାଗ କରିଥିଲେ। ବନ୍ଦେ ମାତରମ-ଏକ ଗୀତ ନୁହେଁ, ଏହା ଭାରତର ଆତ୍ମା। ସମସ୍ତ ମାନବତା ପାଇଁ ଏହା ଏକ ମନ୍ତ୍ର। ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର... - [ସରିଲା ବିଧାନସଭା](https://utkalamirror.com/odisha-assembly-winter-session-ends-18-days-early-in-just-11-days/): ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜି ଶେଷ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲେ ହେଁ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୋଟ୍ ୨୯ଟି କାର୍ଯ୍ୟ ଦିବସରୁ ଏହି ଶୀତକାଳୀନ ଅଧିବେଶନ ୧୧ ଦିନରେ ଶେଷ ହୋଇଛି। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ ‌େଯ ‌ଗୃହରେ ସରକାରଙ୍କ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଆଉ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଏହାକୁ ଶାସକ ଦଳ ପକ୍ଷରୁ ବିଧାୟକ ସନାତନ ବିଜୁଳି ଏବଂ ଗୌରୀଶଙ୍କର ମାଝୀ ସମର୍ଥନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ... - [ଏସସି ଏସଟି ବିଭାଗରେ କଟନୀ ଛଟନୀ](https://utkalamirror.com/odisha-assembly-debate-sc-st-food-supply-cuts-reservation/):  ଓଡ଼ିଶା ବିଧାନସଭାରେ ଶନିବାର ଅନୁସୂଚିତ ଜାତି ଓ ଜନଜାତି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ସରଗରମ ଆଲୋଚନା ହୋଇଛି। ବିଜେଡି ଓ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଏସସି-ଏସଟି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ, ପେଶା ଆଇନ ଲାଗୁ, ଅନ୍ୱେଷା ସମେତ ବିଭାଗର ବିଭିନ୍ନ ଯୋଜନା ବନ୍ଦ ଓ ବଳକା ଚାଉଳ ସମସ୍ୟା ପ୍ରସଙ୍ଗରେ ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି। ଅନ୍ୟପଟେ ବିଜେପି ବିଧାୟକମାନେ ବିରୋଧୀଙ୍କୁ କଟାକ୍ଷ କରି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଶନିବାର ବିଧାନସଭାରେ ଏକା ସହିତ ଅନୁସୂଚିତ ଜାତି ଓ ଜନଜାତି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଛି । ଆଲୋଚନାରେ ଭାଗନେଇ ବିଜେଡି ବିଧାୟକ ରମେଶ ବେହେରା ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଏବେ କଟନି ଛଟନି ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ଯେ,... - [କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇନି](https://utkalamirror.com/odisha-cm-mohan-majhi-no-political-protection-criminals-rape-cases-down-law-and-order-under-control/): ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯାଉଥିଲା; କିନ୍ତୁ ଗତ ୧୮ ମାସ ସରକରେ ତାହା ହୋଇନାହିଁ। କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇ ନାହିଁ। ଅପରାଧୀମାନେ ସୁଧୁରି ଯାଆନ୍ତୁ, ନଚେତ ସେମାନଙ୍କୁ ଜେଲକୁ ପଠାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ଅନୁଦାନ ଖର୍ଚ୍ଚ ଉପରେ ଆଲୋଚନାରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ। ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିବ।ଆମ ସରକାର ପ୍ରଥମ ଦିନରୁ ହିଁ ଏହି ଦିଗ ପ୍ରତି ଧ୍ୟାନ ଦେଇଆସୁଛନ୍ତି। ବ୍ୟକ୍ତିଗତ ଭାବେ ପୁଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନର ମର୍ଯ୍ୟାଦା ମଧ୍ୟରେ ରହି... - [ମାସେ ବିଳମ୍ବରେ ଧାନ କିଣା, ବିରୋଧୀ ଘେରିଲେ](https://utkalamirror.com/odisha-paddy-procurement-irregularities-opposition-allegations/): ରାଜ୍ୟରେ ପ୍ରାୟ ମାସେ ବିଳମ୍ବରେ ପଶ୍ଚିମ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବିଳମ୍ବ ପ୍ରକ୍ରିୟା କାରଣରୁ ଚାଷୀ ଅଭାବୀ ବିକ୍ରିର ମଧ୍ୟ ଶିକାର ହେଲଣି। ସରକାର ମିଲରଙ୍କର ଷ୍ଟକ ଯାଞ୍ଚ କରିନାହାନ୍ତି। ସବୁ ଆଡେ ଗ୍ରେନ ଆନାଲାଇଜର ମେସିନ ପହଞ୍ଚି ନାହିଁ। ଯେଉଁଠି ମେସିନ ନାହିଁ ସେଠାରେ ପୂର୍ବବର୍ଷ ପରି ମନଇଚ୍ଛା କଟନୀ ଛଟନୀ ହେବାର ଆଶଙ୍କା ଦେଖାଦେଲାଣି। ଖରିଫ୍ ଧାନ କିଣା ପ୍ରକ୍ରିୟାକୁ ନେଇ ବୁଧବାର ବିଧାନସଭାରେ ବିରୋଧୀ ଏଭଳି ଅଭିଯୋଗ କରିଛନ୍ତି । ମୁଲତବୀ ଆଲୋଚନାରେ ସେମାନେ କେନ୍ଦ୍ର ସରକାରଙ୍କ ଘୋଷିତ ଏମଏସପି ୨୩୬୯ ଏବଂ ରାଜ୍ୟ ସରକାରଙ୍କ ଇନପୁଟ ସବସିଡି ୮୦୦ ଟଙ୍କାକୁ ମିଶାଇ ମୋଟ ୩୧୬୯ ଟଙ୍କା ସରକାର ଦେବେ କି ନାହିଁ ସିଧାସଳଖ ପ୍ରଶ୍ନ ମଧ୍ୟ କରିଥିଲେ। ଏପଟେ ଶାସକ ଦଳ ବିଧାୟକମାନେ ବିରୋଧୀଙ୍କ ଅଭିଯୋଗ ଅମୂଳକ କହିବା ସହ ନୂଆ ସରକାର ଆସିବା ପରେ ରାଜ୍ୟକେ କଟନୀ ଛଟନୀ କମିଛି... - [ତାଳସାରୀ ନାଲି କଙ୍କଡା ସଂଖ୍ୟା କମୁଥିବା ଅଭିଯୋଗ](https://utkalamirror.com/odisha-assembly-biodiversity-concerns-illegal-hunting-constructions/): ବିଧାନସଭାରେ ମଙ୍ଗଳବାର ଉଭୟ ଶାସକ ଓ ବିରୋଧୀ ସଦସ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳର ଜୈବ ବିଭିଧତାର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଶ୍ନକାଳରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ଟ୍ରାନ୍ସଫର ପ୍ରଶ୍ନ ଆଲୋଚନା ବେଳେ ସେ ସାତପଡାକୁ ଶୀତ ଋତୁରେ ଆସୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀ ଅବୈଧ ଶୀକାର କରାଯାଉଥିବା ଅଭିଯୋଗ କରିଛନ୍ତି । ସେହିଭଳି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ତାଳସାରୀରେ ନାଲି କଙ୍କଡା ସଂଖ୍ୟା କମିବା କଥା ଉଠାଇ ଚିନ୍ତା ପ୍ରକଟ କରିଛନ୍ତି । ମହାକାଳପଡା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକ ଗହିରମଥାରେ ଅଲିଭ ରିଡଲେଙ୍କ ଉପରେ ନଜର ରଖିବାକୁ ୱାଚ ଟାୱାର ନିର୍ମାଣ କରିବାକୁ ଦାବି କରିଥିବା ବେଳେ ବରଗଡ ବିଧାୟକ ଅଶ୍ବିନୀ ଷଡଙ୍ଗୀ ତାଙ୍କ ଜିଲ୍ଲାରେ ନୂଆ ଡିଭିଜନ ଗଠନ ପାଇଁ ଦାବି କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଭିତରକନିକାରେ ବେଆଇନ ଜେଟି ଓ ରିସର୍ଟ ନିର୍ମାଣ... - [ଅନ୍ବେଷା ଯୋଜନାକୁ ବନ୍ଦକୁ ନେଇ ବିରୋଧୀ-ମନ୍ତ୍ରୀ ମୁହାଁମୁହିଁ](https://utkalamirror.com/odisha-assembly-anwesha-scheme-debate-opposition-allegations/): ଚଳିତ ଶିକ୍ଷା ବର୍ଷରେ ଅନ୍ବେଷା ଯୋଜନାରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଡମିଶନ ନ ହେବା ପ୍ରସଙ୍ଗ ଉଠାଇ ବିଧାନସଭାରେ ବିରୋଧୀ ଦଳ ମୁଲତବୀ ଆଲୋଚନାରେ ସରକାରଙ୍କୁ ଘେରିଛନ୍ତି । ଡବଲ୍ ଇଞ୍ଜିନ ସରକାର ଆଦିବାସୀ, ଦଳିତ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରିଛନ୍ତି। ଅନ୍ବେଷା ଯୋଜନାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ବିକାଶ ପାଇଁ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ‘ଅନେ୍ୱଷା’ ଯୋଜନାରେ ପ୍ରାୟ ୨୫ହଜାର ଛାତ୍ରୀଛାତ୍ର ନାମ ଲେଖାଇବା ସହିତ ମେଧାବୀ ହେବାର ସମ୍ଭାବନା ଥିବାବେଳେ ସରକାର କାହିଁକି ଏପର୍ଯ୍ୟନ୍ତ ଏହାର ପୋର୍ଟାଲ ଖୋଲି ନାହାନ୍ତି ବୋଲି କହି ବିରୋଧୀ କଂଗ୍ରେସ ଓ ବିଜେଡି ସରକାରଙ୍କୁ ଟାଗେର୍ଟ କରିଛନ୍ତି। ବିରୋଧୀଙ୍କୁ ଜବାବ ଦେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ‘ଅନେ୍ୱଷା’ ଯୋଜନା ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।... - [ବଜେଟ ଖର୍ଚ୍ଚ ନୈରାଶ୍ୟଜନକ ବିରୋଧୀ ସରକାରଙ୍କୁ ଘେରିଲେ](https://utkalamirror.com/odisha-assembly-budget-expenditure-39-percent-opposition-attacks-government-march-100-percent-target/): ରାଜ୍ୟ ସରକାରଙ୍କ ବଜେଟ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। ରାଜ୍ୟର ବିକାଶ କିଭଳି ହେବ ବୋଲି କହି ବିଜେଡି ଓ କଂଗ୍ରେସ ସୋମବାର ପ୍ରଶ୍ନକାଳରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଇନମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ ଏହାର ଉତ୍ତର ରଖି କହିଥିଲେ ଯେ, ଚଳିତବର୍ଷ ବର୍ଷାଯୋଗୁଁ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ଟିକିଏ ଧୀମେଇଛି। ହେଲେ ମାର୍ଚ୍ଚ ସୁଦ୍ଧା ଏହା ୧୦୦% ହେବ। ସୋମବାର ବିଧାନସଭାର ପ୍ରଶ୍ନକାଳରେ ମୂଳପ୍ରଶ୍ନକର୍ତ୍ତା ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ ଯେ, ସରକାରଙ୍କ ଅଧିକାଂଶ ବିଭାଗ ଏପର୍ଯ୍ୟନ୍ତ ଧାର୍ଯ୍ୟ ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି। କେଉଁ ବିଭାଗ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ତାଲିକା ପ୍ରତାପ ଲୋଡ଼ିଥିଲେ। ଏହାକୁ ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ, ଅକ୍ଟୋବର ଶେଷ ସୁଦ୍ଧା ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ମୋଟ ବଜେଟର ୩୯ ପ୍ରତିଶତ।... - [୪୯ ଜଣ ବାଂଲାଦେଶୀ ଚିହ୍ନଟ ହେବ ପରେ ବିଦା](https://utkalamirror.com/odisha-deports-49-bangladeshi-nationals-illegal-infiltration-crackdown-2024/): ଓଡ଼ିଶାରେ ବେଆଇନ୍ ଭାବେ ରହୁଥିବା ୫୧ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ବିଦା କରାଯାଇ ଥିବା ବେଳେ ଜାଲ କାଗଜପତ୍ର ଜରିଆରେ ନିଜ ନାମରେ ଭାରତୀୟ ପାର୍ସପୋର୍ଟ କରିନେଇଥିବାରୁ ୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୫୦ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କ କାଗଜପତ୍ର ଯାଞ୍ଚ ଜାରି ରହିଛି। ସୋମବାର ବିଧାନସଭାରେ ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ମାଧ୍ୟମରେ ଏହା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗିରଫ ବାଂଲାଦେଶୀଙ୍କ ମଧ୍ୟରୁ ଭୁବନେଶ୍ବରରୁ ସର୍ବାଧିକ ୨୪ ଜଣ ଧରାପଡିଥିବା ବେଳେ କଟକରୁ ୧୫, ବ୍ରହ୍ମପୁରରୁ ୬, କନ୍ଧମାଳରୁ ୪, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଏଁ ଧରାପଡିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ମେ’ ମାସରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦେଶ ଅନୁସାରେ ଓଡ଼ିଶା ସବୁ ଜିଲାରେ ଅବୈଧ... - [ଜଙ୍କ ଫୁଡକୁ ଡ଼ର, ସର୍ବସାଧାରଣରେ ଲାଗିବ ତେଲ ବୋର୍ଡ](https://utkalamirror.com/odisha-government-mandates-oil-fat-display-boards-in-public-places-to-promote-healthy-lifestyle/): ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଏବଂ ଅଣ ସଂକ୍ରାମକ ରୋଗରୁ ଦୂରେଇ ରହିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଶିଶୁ, କିଶୋରୀଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟ ସମ୍ବନ୍ଧୀୟ ଅଭ୍ୟାସକୁ ପ୍ରାଥମିକତା ଦେବାର ଆବଶ୍ୟକତା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସର୍ବସାଧାରଣ ଫୋରମରେ ତେଲ ବୋର୍ଡ ପ୍ରଦର୍ଶନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ଯତ୍ନ କେନ୍ଦ୍ର, ୱାନ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଶକ୍ତି ନିବାସ ଏବଂ ଅନ୍ୟ ଆବାସିକ ସଂସ୍ଥାଗୁଡ଼ିକରେ ଏହି ବୋର୍ଡ ଲାଗିବ। ଏଥିରେ ପ୍ରତିଦିନ ଖାଦ୍ୟରେ ଲୁଚି ରହିଥିବା ଫ୍ୟାଟ୍ ଏବଂ ତେଲ ସମ୍ପର୍କରେ ସୂଚନା ଦିଆଯିବ। ଏହା ବଢ଼ୁଥିବା ମେଦବହୁଳତା ଏବଂ ଅଣ ସଂକ୍ରାମକ ରୋଗଗୁଡ଼ିକର ମୁକାବିଲା କରିବାରେ ସହାୟକ ହେବ। ଏହି ତେଲ ବୋର୍ଡ ଲଗାଇବାକୁ ସମସ୍ତ ଜିଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।    ଜନସାଧାରଣଙ୍କ ମଧ୍ୟରେ ସ୍ବାସ୍ଥ୍ୟକର ଖାଦ୍ୟ... - [୨ ଲକ୍ଷ ଭୂମିହୀନ ପରିବାରଙ୍କୁ ମିଳିବ ଜମି](https://utkalamirror.com/odisha-government-orders-immediate-land-allotment-to-201000-landless-families-under-aawaas-plus/): ରାଜ୍ୟର ଗ୍ରାମାଞ୍ଚଳରେ ଭୂମିହୀନ ପରିବାରଙ୍କ ପାଇଁ ପକ୍କା ଘର ଯୋଗାଇବାରେ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ପଞ୍ଚାୟତୀରାଜ ଓ ପାନୀୟ ଜଳ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଯୋଗ୍ୟ ଭୂମିହୀନ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ତୁରନ୍ତ ଜମି ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ପଞ୍ଚାୟତୀରାଜ ଓ ପାନୀୟ ଜଳ ବିଭାଗର କମିସନର ଗିରିଶ୍ ଏସ୍. ଏନ୍., ଆଇ.ଏ.ଏସ୍.ଙ୍କ ଦସ୍ତଖତରେ ଜାରି ହୋଇଥିବା ଏକ ଚିଠିରେ ଗ୍ରାମାଞ୍ଚଳରେ ଭୂମିହୀନ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଜମି ପ୍ରଦାନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତି ମାସର ପ୍ରଥମ ଶନିବାର ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡ଼ିଓ) ଓ ତହସିଲଦାରଙ୍କ ସହିତ ମିଳିତ ବୈଠକ କରି ଭୂମିହୀନଙ୍କ ସମସ୍ୟାର ସମାଧାନ କରିବେ। ତେବେ ଏପର୍ଯ୍ୟନ୍ତ ଜିଲ୍ଲାମାନଙ୍କର ରିପୋର୍ଟ ଅନୁଯାୟୀ, ପିଏମ୍ଏୱାଇ-ଜିରେ ୮୭୧ ଏବଂ ପିଏମ୍-ଜନମନ୍ରେ ୫୦ ଜଣ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ... - [ପଦୋନ୍ନତି ଯୋଗ୍ୟ ବହୁ ଅଧିକାରୀ ସମ୍ପତ୍ତି ତାଲିକା ଦେଇନାହାନ୍ତି,ସରକାରୀ ବାବୁ](https://utkalamirror.com/odisha-government-bars-promotion-of-officers-who-fail-to-submit-property-statements/): ଯେଉଁ ଅଧିକାରୀମାନେ ସମ୍ପତ୍ତି ତାଲିକା ଦେଇନାହାନ୍ତି, ସେମାନଙ୍କୁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି)ରେ ଅଯୋଗ୍ୟ(ନଟ ସୁଇଟେବୁଲ) ବିବେଚନା କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ବର୍ଷ ସରିବାକୁ ହେଲାଣି, ହେଲେ ଅଧିକାଂଶ ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ଦେଇ ନ ଥିବାରୁ ସେମାନଙ୍କ ପଦୋନ୍ନତିରେ ବାଧା ଉପୁଜିବା ନେଇ ବିଭାଗ କହିଛି । ଏସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନଭେମ୍ବର ୨୭ରେ ଏକ ନିଦେର୍ଶନାମା ଜାରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସିଭିଲ ସର୍ଭିସ ନିୟମ-୧୯୯୨ ଅନୁଯାୟୀ, ଅଧିକାରୀମାନେ ଯଦି ସରକାରଙ୍କ ସବୁ ମାନଦଣ୍ଡରେ ପାରଦର୍ଶିତା ହାସଲ କରିବେ ଏବଂ ବରିଷ୍ଠ ହୋଇଥିବେ ତେବେ ତାଙ୍କୁ ନିଶ୍ଚିତ ପଦୋନ୍ନତି ଦିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ ସତ୍ବେ ବହୁ ଅଧିକାରୀ ଏପର୍ଯ୍ୟନ୍ତ ତାଙ୍କର ସମ୍ପତ୍ତି ବିବରଣୀ ସରକାରଙ୍କୁ ପ୍ରଦାନ କରି ନ... - [ଗୃହରେ ଓ ଗୃହ ବାହାରେ ଜନପ୍ରତିନିଧିଙ୍କ ଆଚରଣ ଠିକ୍ ରଖ](https://utkalamirror.com/president-draupadi-murmu-historic-address-odisha-assembly-2025/): ଅବିଭାଷଣରେ ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ ଗୃହରେ ଓ ଗୃହ ବାହାରେ ଜନପ୍ରତିନିଧିଙ୍କ ଆଚରଣ ଠିକ୍ ରହିବା ଦରକାର ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ବହୁ ନିର୍ମାତାଙ୍କୁ ମନେପକାଇଲେ ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ିଛି ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ ଭୁବନେଶ୍ବର, ତା ୨୭୤୧୧ (ପିଏନଏସ): ଜନତା ଭାଗ୍ୟବିଧାତା, ସେମାନଙ୍କ ହାତରେ ଅସୀମ କ୍ଷମତା ରହିଛି। ଆପଣମାନେ କେବଳ ତାଙ୍କର ପ୍ରତିନିଧି ଓ ସେବକ। ଜନତାଙ୍କ ଆଶା-ଆକାଂକ୍ଷା ଓ ସ୍ବପ୍ନ ପୂରଣ କରିବା ଆପଣଙ୍କର ପରମ କର୍ତ୍ତବ୍ୟ… ଏହି ମର୍ମସ୍ପର୍ଶୀ ପରାମର୍ଶ ଦେଇ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡ଼ିଶା ବିଧାନସଭାରେ ଐତିହାସିକ ଅଭିଭାଷଣ ଦେଇଛନ୍ତି। ସପ୍ତଦଶ ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ବିଧାନସଭା ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ... - [ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ଦେଢ଼ ଘଣ୍ଟା](https://utkalamirror.com/president-draupadi-murmu-historic-address-odisha-assembly-first-time-post-independence/): ଓଡ଼ିଶା ବିଧାନସଭାର ଇତିହାସରେ ବୁଧବାର ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖାଯିବ। ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାକୁ ଆସି ସଦନକୁ ଉଦ୍ବୋଧନ ଦେବେ। ଅପରାହ୍ନ ୪ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି ଐତିହାସିକ ଅଭିଭାଷଣକୁ ସାଧାରଣ ଜନତା ସିଧାସଳଖ ଦେଖିପାରିବେ। ବିଧାନସଭା ପରିସର ଫୁଲ, ରଙ୍ଗୀନ ଆଲୋକରେ ସଜ୍ଜିତ ହୋଇଛି ଏବଂ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଅପରାହ୍ନ ୪ଟା ୨୦ରେ ରାଷ୍ଟ୍ରପତି ବିଧାନସଭା ପହଞ୍ଚିବେ। ପ୍ରବେଶ ପୂର୍ବରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ଗୃହ ଭିତରେ ପ୍ରବେଶ କରିବା ସହିତ ଜାତୀୟ ସଙ୍ଗୀତର ଧୁନ ବାଜିବ। ବାଚସ୍ପତିଙ୍କ ଆସନ ପାଖରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ବାଚସ୍ପତିଙ୍କ ପାଇଁ ବିଶେଷ ତିନି ଆସନର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରାୟ ୩୦ ମିନିଟ୍ ଧରି ଚାଲିବ ବୋଲି ଆଶା କରାଯାଉଛି। ଏଥିରେ ସେ ଶୃଙ୍ଖଳିତ... - [ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ](https://utkalamirror.com/odisha-assembly-winter-session-2025-all-party-meeting-held-ahead-of-december-start/): ଗୁରୁବାର ଠାରୁ ବିଧାନସଭାର ଶୀତ ଅଧିବୋଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବୁଧବାର ପୂର୍ବହ୍ଣ ୧୨ ଟା ୩୦ ମିନିଟରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବୈଠକ ପରେ ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ... - [ବିଜୁ ଓ ନବୀନଙ୍କ ନାଁକୁ ଲିଭାଇ ଦେବାକୁ ଚେଷ୍ଟା ହେଉଛି : ଭୂପିନ୍ଦର ସିଂ](https://utkalamirror.com/bjd-senior-leaders-dissatisfaction-debasish-samantaray-resigns-vice-chairman-post-naveen-leadership-crisis-2025/): ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିରେ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବରିଷ୍ଠ ନେତାମାନେ ଦଳର ପରିଚାଳନା ଶୈଳୀକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ‘ବରିଷ୍ଠ ନାଗରିକ ପ୍ରକୋଷ୍ଠର ଉପସଭାପତି ପାହ୍ୟା’ ପଦବୀକୁ ପ୍ରାୟ ୬ ମାସ ପରେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହି ପଦବୀ ବା ନିଯୁକ୍ତି ତାଙ୍କ ପାଇଁ ‘ଅପମାନଜନକ’ ବୋଲି କହି ଦେବାଶିଷ ଏହାକୁ ଗ୍ରହଣ କରିପାରୁନଥିବା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ନବୀନଙ୍କୁ ଲେଖିଥିବା ଚିଠିରେ ଶ୍ରୀ ସାମନ୍ତରାୟ ଗତ ମେ’ମାସରେ ତାଙ୍କୁ ମିଳିଥିବା ‘ବରିଷ୍ଠ ନାଗରିକ ପ୍ରକୋଷ୍ଠର ଉପସଭାପତି ପାହ୍ୟା’ ପଦବୀକୁ ଗ୍ରହଣ କରିବାକୁ ନିଜର ଅସମର୍ଥତା ବ୍ୟକ୍ତ କରିଛନ୍ତି। ଏପରି ପଦବୀଗୁଡ଼ିକ ଅମଲାତାନ୍ତ୍ରିକ ଭଳି ଶୁଣାଯାଉଛି ଓ ଦୀର୍ଘବର୍ଷ ଧରି ଦଳ ପାଇଁ କାମ କରିଥିବା ବରିଷ୍ଠ ବିଜୁପ୍ରେମୀ ତଥା ବିଜୁ ବାବୁଙ୍କ ପ୍ରତି ଅନୁଗତ ନେତାମାନଙ୍କୁ ଏହିପରି ‘ପାହ୍ୟାରେ’... - [ବିଭିନ୍ନ ପଦବୀରେ ମିଳିତ ନିଯୁକ୍ତି ପରୀକ୍ଷା ଲାଗି ନିଷ୍ପତ୍ତି](https://utkalamirror.com/odisha-cabinet-approves-amendments-for-expanded-ossc-combined-recruitment-exams/): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନୁମୋଦିତ ସମସ୍ତ ୩ଟି ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗର ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୩ଟି ପ୍ରସ୍ତାବ ମଧ୍ୟରୁ ଉଚ୍ଚ ମାଧ୍ୟମିକ ସ୍ତର କିମ୍ବା ସମାନ ସ୍ତର ଅଧିନସ୍ଥ ସ୍ୱତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ନିୟମାବଳୀର ଅନୁଚ୍ଛେଦ-୧ରେ ୧୧ଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ଉପରୋକ୍ତ ନିୟମାବଳୀ, ୨୦୨୨ର ନିୟମ-୩ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁଯାୟୀ, ଅନୁଚ୍ଛେଦ-୧ରେ ଗୋଟିଏ ନୂଆ ପଦବୀ ସୃଷ୍ଟି ସହ ସ୍ୱରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧିନରେ ଥିବା କନିଷ୍ଠ ଅପରାଧ ବିଧି ସହାୟକ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ। ଯାହାଫଳରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ... - [ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ](https://utkalamirror.com/human-sagar-death-mystery-civil-society-demands-sit-probe-home-department/):  ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ସିଭିଲ ସୋସାଇଟି ଓଡ଼ିଶା ସୋମବାର ଗୃହ ବିଭାଗର ଦ୍ୱାରସ୍ଥ ହୋଇଛି। ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ଦାବି ଜଣାଇ ସଂଗଠନ ପକ୍ଷରୁ ଲୋକସେବା ଭବନଠାରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସିଭିଲ ସୋସାଇଟି ଓଡ଼ିଶାର ସମ୍ପାଦକ ବିଶ୍ୱନାଥ ପାତ୍ର ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ୱତନ୍ତ୍ର ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପରିବାର ଲୋକେ ଅନୁପସ୍ଥିତ ଥାଇ କାହିଁକି ହ୍ୟୁମାନ ସାଗରଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା? ଅଧରାତ୍ରିରେ କିଏ ଓ କାହିଁକି ତାଙ୍କୁ ମେଡିକାଲକୁ ନେଇଥିଲେ? ଏହି ମୃତ୍ୟୁ ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି ବୋଲି ସିଭିଲ ସୋସାଇଟି ଅଭିଯୋଗ କରିଛି।ଏହି ଘଟଣାକୁ ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇସାରିଛି ଏବଂ ପୋଲିସ୍ ମଧ୍ୟ ମାମଲା ରୁଜୁ କରିଛି। କିନ୍ତୁ... - [ଆଜିଠାରୁ ରାଜ୍ୟରେ ଧାନ କିଣା ଆରମ୍ଭ](https://utkalamirror.com/odisha-paddy-procurement-starts-november-25-2024-full-preparations-farmers/): ନଭେମ୍ବର ୨୫ ତାରିଖଠାରୁ ଓଡ଼ିଶାରେ ଖରିଫ ଧାନ କିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟ ସରକାର ଧାନ କିଣାର ଟାର୍ଗେଟକୁ ବଢ଼ାଇଛନ୍ତି। ଚାଷୀଙ୍କୁ କୌଣସି ଅସୁବିଧା ନ ହେବାକୁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ, ଶୌଚାଳୟ, ବସିବା ଓ ବିଶ୍ରାମ ଭଳି ସମସ୍ତ ସୁବିଧାର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ୨୪ ଘଣ୍ଟିଆ ସିସିଟିଭି ନଜରଦାରି ସହ ସମସ୍ତ କାର୍ଯ୍ୟ ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ବୋଲି ସରକାର ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇ କହିଛନ୍ତି ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏଥର ଧାନ କିଣା ପ୍ରକ୍ରିୟାକୁ ଆହୁରି ସୁଗମ ଓ ସ୍ୱଚ୍ଛ କରାଯାଇଛି। ଲଘୁଚାପ ପ୍ରଭାବରେ ବର୍ଷା ବେଶି ହେବ ନାହିଁ। ଯଦି ସାମାନ୍ୟ ବର୍ଷା ହୁଏ ତେବେ ମଧ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି। ଚାଷୀଙ୍କ ଧାନରେ କ୍ଷତି ହେବ ନାହିଁ। କଟନି-ଛଟନି... - [ପରଲୋକରେ ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର](https://utkalamirror.com/entertainment-dharmendra-passes-away-at-89-bollywood-he-man-legacy/): ଭାରତୀୟ ସିନେ ଲେମାର ଏକ ଅମୟ ନାୟକ, ବଲିଉଡର ‘ହି-ମ୍ୟାନ୍’ ନାମରେ ପରିଚିତ ଧର୍ମେନ୍ଦ୍ର ଦେଓଲ ୨୪ ନଭେମ୍ବର ୨୦୨୫, ସୋମବାର ସକାଳେ ମୁମ୍ବାଇର ତାଙ୍କ ଜୁହୁ ରେସିଡେନ୍ସରେ ୮୯ ବର୍ଷ ବୟସରେ ଚିରବିଦାୟ ନେଲେ। ବୟସ୍ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ଓ ଶ୍ବାସକୋଷ ସମ୍ବନ୍ଧୀୟ ଅସୁବିଧାରୁ ମୃତ୍ୟୁବରଣ କରିଥିବେ ଏହି ମହାନାୟକ। ଏହା ଭାରତୀୟ ସିନେମାର ସୁନାମୀ ଯୁଗର ଏକ ଅନ୍ତ ଭାବରେ ଦେଖାଯାଉଛି, ଯେଉଁଠାରେ ଧର୍ମେନ୍ଦ୍ରଙ୍କ ମତ ଅନ୍ୟ କେହି ନାୟକ ନଥାଏ। ଧର୍ମେନ୍ଦ୍ର, ଯାହାଙ୍କୁ ପ୍ରେମରେ ‘ଧରମ୍ ପାଜୀ’ କୁହାଯାଏ, ଏହା ମହାମାରୀ ପରେ ବଲିଉଡର ଆହୁରି ଏକ ମହତ୍ୱପୂର୍ଣ୍ଣ କ୍ଷତି। ତାଙ୍କ ମୃତ୍ୟୁବର୍ଣ୍ଣରେ ଦେଶବ୍ୟାପୀ ଶୋକର ଲହରୀ ଉଠିଛି। ସୋମବାର ସକାଳେ ତାଙ୍କ ଘର ପାଖରେ ଆମ୍ବୁଲାନ୍ସ ଦେଖାଯିବା ପରେ ସୋସିଆଲ୍ ମିଡିଆରେ ଅଫିସିଆଲ୍ ନିଶ୍ଚିତକରଣ ଆସିବା ପର୍ଯ୍ୟନ୍ତ ଅନେକ ଅସତ୍ୟ ସୁନ୍ଦର ପ୍ରଚାର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଇଏଏନ୍ଏସ୍ (IANS) ସହ ଅନ୍ୟାନ୍ୟ... - [ବିଜେଡିରେ ଉତ୍ତରାଧିକାରୀ ଚର୍ଚ୍ଚା](https://utkalamirror.com/bjd-succession-discussion-devi-mishra-announcement/): ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅବସରପ୍ରାପ୍ତ ଆଇଏଏସ୍‌ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଏବଂ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଧିକାରୀ କରିବାକୁ ବିଜେଡିର କିଛି ନେତା ପ୍ରସ୍ତାବ ଦେଇଥିବା କୁହାଯାଉଛି। ତେବେ ଦଳ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଅସ୍ବୀକାର କରିନାହାନ୍ତି। ସଭାପତି ଯେତେବେଳେ ଘୋଷଣା କରିବେ, ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସୂଚନା ଅନୁଯାୟୀ, ନୂଆପଡ଼ା ଉପନିର୍ବାଚନ ଫଳାଫଳ ଦଳୀୟ ନେତାଙ୍କୁ ଚକିତ କରିଛି। ଦୁଇଥର ନବୀନ ପ୍ରଚାର କରିଥିବାବେଳେ ଦଳ... - [ବିଜେଡିର ରାଜନୈତିକ ବ୍ୟାପାର](https://utkalamirror.com/bjd-pac-meeting-nuapada-byelection-defeat-booth-rigging-allegations/): ନବୀନ ନିବାସରେ ଆଜି ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଅନୁଷ୍ଠିତ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ନୂଆପଡ଼ା ଉପ-ନିର୍ବାଚନରେ ଦଳର ପରାଜୟର କାରଣ ପଚାରିବା ସହିତ ଅଧିକ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ନୂଆପଡ଼ାରେ ୬୩ଟି ବୁଥରେ ବିଜେଡି ଭୋଟକୁ ବିଜେପି ଜବରଦଖଲ କରି ନେଇଥିବା ଗୁରୁତର ଅଭିଯୋଗ ଉଠିଛି। ଏହାକୁ ନେଇ ବୁଥ୍ୱାରି ତର୍ଜମା କରାଯିବ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବୋଲି ଦଳ ନିଷ୍ପତ୍ତି ନେଇଛି। ଶନିବାର ନବୀନ ନିବାସରେ ବସିଥିବା ଏହି ବୈଠକରେ ବରିଷ୍ଠ ଉପ ସଭାପତି ଦେବୀ ମିଶ୍ରଙ୍କ ସମେତ ବିଜେଡି ବରିଷ୍ଠ ବିଧାୟିକା ତଥା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ନିରଞ୍ଜନ ପୁଜାରୀ, ସୁଦାମ ମାର୍ଣ୍ଡି, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ସନ୍ତୃପ୍ତ ମିଶ୍ର, ଟୁକୁନୀ ସାହୁ ପ୍ରମୁଖ ଉପସ୍ଥିତ... - [ବାଲି ଲାଗି ସରକାର ଏମଏସପି ଲାଗୁ କରିବେ : ଖଣିମନ୍ତ୍ରୀ](https://utkalamirror.com/odisha-government-implements-msp-for-sand-minor-minerals/): ଓଡ଼ିଶା ସରକାର ବାଲି ଓ ଅନ୍ୟ ଲଘୁ ଖଣିଜମାନଙ୍କର ବେଆଇନ ବ୍ୟବସାୟ ଉପରେ କଡ଼ା ପଦକ୍ଷେପ ନେଇଛନ୍ତି। ଗତକାଲି କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଏହା ଦ୍ୱାରା ବାଲି ପାଇଁ ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ବିକ୍ରୟ ମୂଲ୍ୟ (ଏମଏସପି) ଲାଗୁ ହେବ। ଆଉ ମନମାନୀ ଦରରେ ବାଲି ବିକ୍ରି କରିବାକୁ ଦିଆଯିବ ନାହିଁ। ସାରା ରାଜ୍ୟରେ ଏକ ଦରରେ ବାଲି ଉପଲବ୍ଧ ହେବା ଦ୍ୱାରା ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେ ନାହିଁ। ଲାଇସେନ୍ସ ନଥିବା ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବାଲି କିମ୍ବା ଅନ୍ୟ ଲଘୁ ଖଣିଜ ଗଚ୍ଛିତ କରି ରଖିପାରିବେ ନାହିଁ। ଏହା ଦ୍ୱାରା ବାଲି ମାଫିଆଙ୍କର ମନମାନୀ ସମ୍ପୂର୍ଣ୍ଣ... - [ଓଡ଼ିଶା କଂଗ୍ରେସରେ ବିଦ୍ରୋହର ନିଆଁ](https://utkalamirror.com/odisha-congress-revolt-pcc-vibhishana-remark-nuapada-defeat/): ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି । ଦଳର ମୁଖପାତ୍ର  ସଂଗ୍ରାମ ମାଝୀ କହିଛନ୍ତି ଯେ, ‘ଯଦି ଆମେ ବିଭୀଷଣ ତେବେ ରାବଣ କିଏ? ରାବଣ କିଏ ସେ ଉତ୍ତର ଦିଅନ୍ତୁ । ଦୀର୍ଘ ସମୟ ଧରି ଦଳ ପାଇଁ ଲଢ଼ି ଆସିଥିବା ଯୁବ ନେତାମାନଙ୍କୁ ବିଭୀଷଣ କହିବା ଶୋଭା ପାଉନାହିଁ। ନିଲମ୍ବନର ଭୟ ନାହିଁ, ୭୦ରୁ ୮୦ ଭାଗ ନେତା ଏହି ମନ୍ତବ୍ୟକୁ ବିରୋଧ କରୁଛନ୍ତି। ରାହୁଲ ଗାନ୍ଧୀ ସବୁ ଧର୍ମ ଓ ଜାତି ପାଇଁ ଲଢୁଛନ୍ତି ଆଉ ଏମାନେ ଧର୍ମ ଓ ଜାତିକୁ ନେଇ କଥା କହୁଛନ୍ତି। ଦଳରେ ଏକଛତ୍ରବାଦ ଚାଲିଛି, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳିଆ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇଛନ୍ତି। ଖୁବ ଶୀଘ୍ର ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଜଣାଇବୁ। ସେହିଭଳି ପୂର୍ବତନ ପିସିସି ମୁଖପାତ୍ର ଶୁଭେନ୍ଦୁ ମଲିକ କହିଛନ୍ତି... - [ଗାୟକ ହୁମାନ ସାଗରଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ](https://utkalamirror.com/odisha-singer-human-sagar-passes-away-at-34-governor-cm-mourn/): ଓଡ଼ିଆ ସଙ୍ଗୀତ ଜଗତର ଚମତ୍କାର ସ୍ୱର ହ୍ୟୁମାନ ସାଗରଙ୍କର ୩୪ ବର୍ଷ ବୟସରେ ଦେହାନ୍ତ ହୋଇଛନ୍ତି। ଏହି ଦୁଃଖଦାୟକ ଘଟଣା ପରେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭିନ୍ନ ବ୍ୟକ୍ତିଙ୍କ ସମେତ ସମଗ୍ର ସାଂସ୍କୃତିକ ଜଗତ ଶୋକରେ ଆଚ୍ଛନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ହ୍ୟୁମାନ ସାଗରଙ୍କ ଦେହାନ୍ତକୁ ଓଡ଼ିଆ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, “ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ଦେହାନ୍ତ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ମୃତ୍ୟୁ ଆମ ସଂଗୀତ ଓ ଚଳଚ୍ଚିତ୍ର ଜଗତର ପାଇଁ ଏକ ବହୁତ ବଡ଼ କ୍ଷତି। ମୁଁ ତାଙ୍କ ପରିବାରକୁ ହୃଦୟରୁ ସାନ୍ତ୍ୱନା ଜଣାଉଛି ଏବଂ ପ୍ରାର୍ଥନା କରୁଛି ଯେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।”ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟି ମଧ୍ୟ ହ୍ୟୁମାନ ସାଗରଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ... - [ଜମିଜମା ବିବାଦ ସମସ୍ୟା ସମାଧାନ: ଡିମାର୍କେସନ ଆବେଦନ ପ୍ରକ୍ରିୟା](https://utkalamirror.com/odisha-land-demarcation-goes-fully-online-slot-booking-sop-issued/): ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ) ପ୍ରକ୍ରିୟାକୁ ସଂପୂର୍ଣ୍ଣ ଅନଲାଇନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ପୁରୁଣା ମାନୁଆଲ ପ୍ରଣାଳୀରେ ଥିବା ଅସ୍ୱଚ୍ଛତା, ବିଳମ୍ବ ଓ ଦୁର୍ନୀତିର ଅଭିଯୋଗକୁ ଦୂର କରାଯାଇପାରିବ ବୋଲି ବିଭାଗ ଆଶା ରଖିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସମସ୍ତ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ଓ ସମସ୍ତ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଜାରି କରିଛନ୍ତି । ଏହି ଚିଠିରେ ରେକର୍ଡଧାରୀଙ୍କ ଅନୁମୋଦିତ ଜମିର ସୀମା ନିର୍ଦ୍ଧାରଣ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜମି ସୀମା ବିବାଦ, ବେଆଇନ ଦଖଲ ରୋକିବା ଓ ଜମି କ୍ରୟ-ବିକ୍ରୟ ପ୍ରକ୍ରିୟାକୁ ସୁଗମ କରିବାରେ ଏହି ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ହେବ । ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ନିୟମାବଳୀ... - [ନିରବୀଗଲା ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ କଣ୍ଠସ୍ବର ଚିରନିଦ୍ରାରେ ହ୍ୟୁମାନ ସାଗର](https://utkalamirror.com/human-sagar-passes-away-at-34-odisha-music-loses-its-brightest-voice/): ଓଡ଼ିଆ ସଙ୍ଗୀତ ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ହୋଇଛି । ମାତ୍ର ୩୪ ବର୍ଷ ବୟସରେ ପ୍ରତିଭାବାନ ଯୁବ ଗାୟକଙ୍କ ବିଦାୟ ଓଡ଼ିଶାର ସଙ୍ଗୀତ ଜଗତକୁ ଗଭୀର ଆଘାତ ଦେଇଛି ଏବଂ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଲିଭରଜନିତ ସମସ୍ୟା ସହିତ ଏକାଧିକ ଅଙ୍ଗ ଅଚଳ ହେବାର ଗୁରୁତର ସମସ୍ୟା ଯୋଗୁଁ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଏମସ୍ ହସସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛ । ତାଙ୍କର ଏହି ବିୟୋଗ ଓଡ଼ିଆ ସଙ୍ଗୀତ ପାଇଁ ଏକ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ୧୪ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ନଭେମ୍ବର ୧୪ ତାରିଖରୁ ଗୁରୁତର ହେବାରେ... - [ରାଜ୍ୟସଭା ରେସ ମନମୋହନଙ୍କ ନାଁ ସର୍ବାଗ୍ରେ ଚର୍ଚ୍ଚା, ୪ ଆସନ ଖାଲି ହେବ](https://utkalamirror.com/odisha-rajya-sabha-vacancies-2026-bjp-bjd-speculations/): ଓଡ଼ିଶାରେ ଆସନ୍ତା ୨୦୨୬ ଏପ୍ରିଲରେ ୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବା ବେଳେ ଏହି ଆସନଗୁଡ଼ିକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଗଣିତ କଷାକଷି ଆରମ୍ଭ ହୋଇଗଲାଣି। ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାନ (ମୁନା), ନିରଞ୍ଜନ ବିଶି, ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଏକାସଙ୍ଗେ ଶେଷ ହେବ। ଏହି ନିର୍ବାଚନ ବହୁ ରୋଚକ ହେବ ବୋଲି ଏବେଠାରୁ ଚର୍ଚ୍ଚା ହେଉଛି। ବିଶେଷକରି ବିଜେପି ଶିବିରରେ ଉପନିର୍ବାଚନ ସାର୍ଟିଫିକେଟ ପରେ ଉତ୍ସାହ ଦେଖାଦେଇଛି, ଯେଉଁଥିରେ ମନମୋହନ ସାମଲ ଏବଂ ବସନ୍ତ ପଣ୍ଡାଙ୍କ ନାମ ସର୍ବାଗ୍ରେ ରହିଛି। ଅନ୍ୟପକ୍ଷରେ ସୁଜିତ କୁମାର ଓ ମମତା ମହାନ୍ତଙ୍କ ରିପିଟ୍ ହେବା ନେଇ ସଂଶୟ ରହିଛି। ଯେତେବେଳେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସ୍ଥିତି ରୋଚକ ହେବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ । ରାଜ୍ୟସଭା ପୁରସ୍କାରକୁ ନେଇ ରାଜ୍ୟ ବିଜେପି ଶିବିରରେ ଜୋରଦାର... - [ବିହାର ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ, ବିଜେପିକୁ ଅଧÒକ ମନ୍ତ୍ରୀ ପଦ ମିଳିବ](https://utkalamirror.com/bihar-cabinet-finalized-bjp-gets-more-ministers-nitish-kumar-sworn-in-soon/): ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ବିଜୟ ହାସଲ କରିବା ପରେ ରାଜ୍ୟରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିଲାଗି ଏନଡିଏର ଅଂଶୀଦାର ଦଳମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି।ଯଦିଓ ଆନୁଷ୍ଠାନିକ ଭାବେ ଏନଡିଏ ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ ହୋଇନାହିଁ, କିନ୍ତୁ ନୀତିଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ ହୋଇଛି। କାରଣ ତାଙ୍କ ପାଖରେ ସଂଖ୍ୟା ରହିଛି୤ ନିର୍ବାଚନରେ ଏନଡିଏ ତାଙ୍କ ନେତୃତ୍ବରେ ଲଢ଼ିଥିଲା। ଯଦି ବିଜେପି ତାଙ୍କୁ ସମର୍ଥନ ନକରେ ତେବେ ସେ ବିରୋଧୀ ମହାମେଣ୍ଟ ଏବଂ ଏଆଇଏମଆଇଏମର ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇପାରିବେ। ତେଣୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଲାଗି ସମର୍ଥନ କରିବାକୁ ବାଧ୍ୟ। ତେବେ ପୂର୍ବ ମୁଝାମଣା ଅନୁଯାୟୀ ମନ୍ତ୍ରିମଣ୍ଡଳରେ ବିଜେପିର ପ୍ରତିନିଧି ଅଧିକ ରହିବ। ବିଧଥାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୮୯ ଆସନ ଜିତି ବୃହତ୍ତମ ଦଳ ଭାବେ ଉଭା ହୋଇଛି। ମନ୍ତ୍ରିମଣ୍ଡଳରେ ବିଜେପିରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ... - [ଲାଲକିଲ୍ଲା ବିସ୍ଫୋରଣ ପ୍ରତିଶୋଧ ପାଇଁ ଥିଲା କି ?](https://utkalamirror.com/delhi-red-fort-lal-qila-blast-operation-sindoor-revenge-terror-module-exposed/): ଆତଙ୍କବାଦୀ ଆକ୍ରମଣ ବୋଲି ନିଶ୍ଚିତ କରି ଦିଲ୍ଲୀ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ପ୍ରାରମ୍ଭିକ ଗୁଇନ୍ଦା ସୂଚନା ଅନୁଯାୟୀ ଅପରେସନ ସିନ୍ଦୁର ସମୟରେ ସଂଗଠନର ବାହାବଳପୁର ମୁଖ୍ୟାଳୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ପ୍ରତିଶୋଧ ଲାଗି ଜେଇଏମ ମଡ୍ୟୁଲ ଦ୍ବାରା ଏହି ବିସ୍ଫୋରଣ କରାଯାଇଛି । ମଙ୍ଗଳବାର ରିପୋର୍ଟ ଅନୁଯାୟୀ, ଜାମ୍ମୁ-କାଶ୍ମୀର ପୋଲିସ ଦ୍ବାରା ଚଢ଼ଉ ସମୟରେ ଖସିଯାଇଥିବା ତଥାକଥିତ ‘ଡାକ୍ତର ମଡ୍ୟୁଲ’ର ସଦସ୍ୟ ଡାକ୍ତର ଉମର ଉନ ନବୀଙ୍କୁ କାରରେ ଉପସ୍ଥିତ ବ୍ୟକ୍ତି ଭାବରେ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭୁଟାନ ଗସ୍ତ ସାରି ଦିଲ୍ଲୀରେ ଏଲଏନଜେପି ହସ୍ପିଟାଲରେ ପହଞ୍ଚିଛନ୍ତି । ଏଠାରେ ସେ ଆହତମାନଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ହ୍ୟାଣ୍ଡଲରମାନେ ଆଫଗାନିସ୍ତାନର ନାଙ୍ଗରହାର ଓ ତୁର୍କିର ନାଗରିକ ଥିଲେ। ସେମାନେ ଉମର ଓ ମଡ୍ୟୁଲର ଅନ୍ୟ ସଦସ୍ୟଙ୍କ ସହିତ... - [ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-20, ତୃଟିଶୂନ୍ୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ](https://utkalamirror.com/odisha-cm-majhi-reviews-flawless-preparations-for-india-south-africa-t20-at-barabati-dec-9/): ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ ବାରବାଟୀ ଷ୍ଟାଡିୟମ୍‌ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଭାବେ ଆୟୋଜନ କରାଯାଇଛି। ତେଣୁ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ T-20 ମ୍ୟାଚ୍ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା T-20 ମ୍ୟାଚ୍ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍‌ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରିକେଟ୍ ଆମ ଦେଶର ଏକ ଅତ୍ୟନ୍ତ ଲୋକପ୍ରିୟ ଖେଳ। ତେଣୁ, ଏହି ମ୍ୟାଚ୍ ପ୍ରତି ସମଗ୍ର... - [ରେକର୍ଡର ସଂଶୋଧନ ପାଇଁ ତହସିଲଦାରଙ୍କୁ କ୍ଷମତା](https://utkalamirror.com/odisha-cm-approves-survey-rules-amendment-empowers-tehsildars-for-old-deed-ror-correction/): ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା (RoR) ବନ୍ଦୋବସ୍ତ ଅଧିକାରୀ (Settlement Officer) କ୍ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ ପ୍ରକ୍ରିୟାରେ(Settlement Operation) ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ (Revision Court)ରେ ଅପିଲ୍ କରିଥାନ୍ତି । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲ ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡି ରହିଥାଏ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଉପରୋକ୍ତ ରୁଲ୍ ସଂଶୋଧନ ଦ୍ବାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ... - [୨୦୨୬ରେ ୨୯ଟି ସରକାରୀ ଛୁଟି](https://utkalamirror.com/odisha-government-declares-29-public-holidays-for-2026/): ୨୦୨୬ରେ ୨୯ଟି ସରକାରୀ ଛୁଟି, ୬ଟି ଛୁଟିଦିନରେ ପଡ଼ିଛି କର୍ମଚାରୀଙ୍କ ଲାଗି ୯ଟି ଇଚ୍ଛାଧୀନ ଛୁଟି ଭୁବନେଶ୍ବର, ତା ୧୧୤୧୧ (ପିଏନଏସ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଙ୍ଗଳବାର ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ମ୍ୟାଜିଷ୍ଟ୍ରେଟ୍ କୋର୍ଟ (ଏକ୍ସିକ୍ୟୁଟିଭ୍)ରେ ମୋଟ୍ ୨୯ଟି ସାଧାରଣ ଛୁଟି ରହିଥିବା ଘୋଷଣା କରାଯାଇଛି । ଏହାଛଡା ୨୦୨୬ ବର୍ଷ କ୍ୟାଲେଣ୍ଡରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ୯ଟି ଇଚ୍ଛାଧୀନ ଛୁଟିର ବ୍ୟବସ୍ଥା ରହିଛି ଏବଂ ନୂଆଖାଇ ପରେ ଅତିରିକ୍ତ ଛୁଟି ମଧ୍ୟ ରହିଛି। ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ପର୍ବ ଓ ସ୍ମରଣୀୟ ଦିବସଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଓ କୋର୍ଟଗୁଡ଼ିକ ବନ୍ଦ ରହିବ। ଏହି ତାଲିକାରେ ମକର ସଂକ୍ରାନ୍ତି (୧୪ ଜାନୁଆରୀ), ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ/ବସନ୍ତ ପଞ୍ଚମୀ (୨୩ ଜାନୁଆରୀ), ଗଣତନ୍ତ୍ର ଦିବସ (୨୬ ଜାନୁଆରୀ), ଦୋଳ ପୂର୍ଣ୍ଣିମା (୩ ମାର୍ଚ୍ଚ), ହୋଲି... - [ଆସନ୍ତା ୨୭ରୁ ବିଧାନସଭା ଶୀତ ଅଧିବେଶନ](https://utkalamirror.com/odisha-assembly-winter-session-2025-president-draupadi-murmu-address/):  ଆସନ୍ତା ୨୭ ତାରିଖରୁ ସପ୍ତଦଶ ବିଧାନସବାର ପଞ୍ଚମ ଅର୍ଥାତ୍ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧବଦ୍ଧ କାର୍ଯ୍ୟସାରଣୀ ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିବେ। ଏହାର ପରଦିନ ଅର୍ଥାତ୍ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ। ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ଥିବାବେଳେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦୃଷ୍ଟିରୁ ଅଧିବେଶନଟି ଐତିହାସିକ ହେବାକୁ ଯାଉଛି। ବିଜ୍ଞପ୍ତି ଅନୁଯାୟୀ ୨୮ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ରେ ଏହା ଉପରେ ଡିସେମ୍ବର ୪, ୫ ଓ ୬ ତାରିଖ ତିନିଦିନ ଧରି ଅତିରିକ୍ତ ଖର୍ଚ୍ଚଦାବୀ ଆଲୋଚନା ହେବ। ଏହାପରେ ୭ ତାରିଖ ଛୁଟି ଥିବାବେଲେ ୮ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଧାନସଭାର... - [ନବୀନଙ୍କୁ ବିଜେପିର ଜବାବ, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି](https://utkalamirror.com/nuapada-bypoll-naveen-patnaik-slams-bjp-candidate-poaching-bjp-hits-back-calls-him-medicine-deficient/):  ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଉ ନୂଆପଡାରୁ ରାଜ୍ୟ ସରକାରଙ୍କୁ କଡା ନିଶାନା କରିଛନ୍ତି। ପ୍ରାର୍ଥୀ ଚୋରି ଅଭିଯୋଗ ଆଣି ବିଜେପି ବେଇମାନ ବୋଲି ନବୀନ କହିଥିବା ବେଳେ ନିର୍ବାଚନୀ ଇସ୍ତାହାର ପାଳନ କରିବାରେ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ କାଉଣ୍ଟର କରି ବିଜେପି କହିଛି, ଔଷଧ ବିକଳରେ ନବୀନ ତାଟିଆ କାମୁଡୁଛନ୍ତି । ବିଜେପି ନେତା ତଥା ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ମିଛୁଆ ରାଧୁଆ ଦଳ ହେଉଛି ବିଜେଡି। ଅସୁସ୍ଥ ରାଜୁ ଢୋଲକିଆଙ୍କୁ ବିଜେଡି ପଚାରିଲାନି, ଯେଉଁଥିପାଇଁ ଜୟ ଢୋଲକିଆ ନିଜ ଆଡୁ ଆସିଲେ। ନବୀନ ବାବୁ ବେଇମାନି କହିବା ଯାହା ଚାଲୁଣି , ଛୁଞ୍ଚିକୁ କହିବା ତାହା। ସୋମବାର ନବୀନ ନୂଆପଡାରେ ବିଜେପିକୁ କଡା ସମାଲୋଚନା କରିଛନ୍ତି । ଭୋଟ ପରେ ପ୍ରାର୍ଥୀ... - [ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ମହିଳା ଦଳ ବିଶ୍ୱ ଚାମ୍ପିୟନ](https://utkalamirror.com/india-women-cricket-team-wins-first-odi-world-cup-2025/): ଭାରତୀୟ ମହିଳା କ୍ରିକେଟ୍ ଦଳ ଐତିହାସିକ ସଫଳତା ହାସଲ କରିଛି। ମୁମ୍ବାଇର ଡି. ୟାଇ. ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ମହିଳା  ବିଶ୍ୱ କପ୍‌ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାଜିତ କରି ଭାରତ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି। ଏହା ଭାରତୀୟ ମହିଳା କ୍ରିକେଟର ଏକ ନୂଆ ଅଧ୍ୟାୟ ଖୋଲିଥିବା ବେଳେ ଦେଶବାସୀଙ୍କ ମନରେ ଗର୍ବ ଓ ଉତ୍ସାହର ସୃଷ୍ଟି କରିଛି।ମୋଟ ୨୯୮ ରନ୍‌ର ଟାର୍ଗେଟ୍ ନିର୍ଦ୍ଧାରଣ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୬ ରନ୍‌ରେ ସବୁ ଉଇକେଟ୍ ନେବାରେ ସଫଳ ହୋଇଥିଲା । ମ୍ୟାଚର ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସ୍ପିନର ଦିପ୍ତି ଶର୍ମାଙ୍କର ୫ ୱିକେଟ୍‌ (୫/୩୯) ଦଳକୁ ବିଜୟ ପଥରେ ଆଗେଇ ନେଇଥିଲା। ଏଥିସହ ଶଫାଲି ବର୍ମା (୮୭ ରନ୍‌) ଓ ସ୍ମୃତି ମନ୍ଦନାଙ୍କର ଶକ୍ତିଶାଳୀ ବ୍ୟାଟିଂ ଭାରତୀୟ ଇନିଂସ୍‌କୁ ମଜବୁତ କରିଥିଲା।ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଜୁମ୍ଦାର ଏହି ଐତିହାସିକ ବିଜୟ ପାଇଁ ଦଳକୁ... - [ଡିସେମ୍ବର ୩୧ ପର୍ଯ୍ୟନ୍ତ ଇ-କେୱାଇସି ଅବଧି ବୃଦ୍ଧି ](https://utkalamirror.com/odisha-extends-e-kyc-deadline-for-pds-beneficiaries-until-december-31-2025/): ପିଡିଏସ୍ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଅବଧିକୁ ବଢାଇ ଦିଆଯାଇଛି । ଯେଉଁମାନେ କରାଇ ନାହାନ୍ତି ବର୍ଦ୍ଧିତ ସମୟ ଭିତରେ କରାଇବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ହିତାଧିକାରୀ ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି... - [ଜିଲ୍ଲାପାଳ ଓ ମହାନଗର ନିଗମର କମିସନର ପ୍ରମୁଖ ଜନଗଣନା ଅଧିକାରୀ ନିଯୁକ୍ତ](https://utkalamirror.com/odisha-district-collectors-municipal-commissioners-appointed-principal-census-officers-2027/):  ଜନଗଣନାର ପ୍ରସ୍ତୁତି ଆରମ୍ଭ ହେବା ସହ ଓଡ଼ିଶା ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମର କମିସନରମାନଙ୍କୁ ସମ୍ପୃକ୍ତ ଜିଲ୍ଲା ଓ ମହାନଗର ନିଗମର ପ୍ରମୁଖ ଜନଗଣନା ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରାଞ୍ଜନ କୁମାର ସିଂହଙ୍କ ଦସ୍ତଖତରେ ଏହି ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋମବାର ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଓଡ଼ିଶା ସରକାରର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜାତୀୟ ଜନଗଣନା ନିୟମାବଳୀ, ୧୯୯୦ର ନିୟମ ୩ ଅଧୀନରେ ନିଜ ଅଧିକାର ପ୍ରୟୋଗ କରିଛନ୍ତି । ଏହି ଅନୁସାରେ, ଆଗାମୀ ୨୦୨୭ ଜନଗଣନା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିସନରମାନଙ୍କୁ ସମ୍ପୃକ୍ତ ଅଞ୍ଚଳର ପ୍ରିନ୍ସିପାଲ୍ ସେନ୍ସସ୍ ଅଫିସର (ପ୍ରମୁଖ ଜନଗଣନା ଅଧିକାରୀ)... - [ସବୁ ତହସିଲ୍‌ରେ ସବ୍-ରେଜିଷ୍ଟ୍ରେସନ ଅଫିସ୍ ପ୍ରତିଷ୍ଠା କରାଯିବ](https://utkalamirror.com/odisha-sub-registrar-offices-every-tehsil-majhi-inaugurates-44/): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।  ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନୂଆ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ... - [୬ ସରକାରୀ ମେଡିକାଲ୍ କଲେଜରେ ୬୨ ପିଜି ସିଟ ଅନୁମୋଦିତ:ମୁଖ୍ୟମନ୍ତ୍ରୀ](https://utkalamirror.com/odisha-62-pg-seats-approved-in-6-government-medical-colleges-2025/): ଓଡ଼ିଶାର ୬ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୬୨ଟି ସ୍ନାତକୋତ୍ତର (ପିଜି) ସିଟ୍ ଅନୁମୋଦନ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏହି ଅନୁମୋଦନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କୁ ପତ୍ର ଲେଖି ଧନ୍ୟବାଦ ଜଣାଇଛନ୍ତି । ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ମଜବୁତ୍ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଗୋଟିଏ ବର୍ଷ(୨୦୨୫-୨୬)ରେ ୬ଟି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬୨ଟି ସ୍ନାତକୋତ୍ତର (ପିଜି) ସିଟ୍ ପାଇଁ ଅନୁମୋଦନ ମିଳଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଏହି ଅନୁମୋଦନ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କେ୍ଷତ୍ରରେ ଏକ ମହତ୍ତ୍ୱପୂଣ୍ର୍ଣ ମାଇଲଖୁଣ୍ଟ... - [୩ ରେ ନବୀନଙ୍କ ନୂଆପଡା ପ୍ରଚାର](https://utkalamirror.com/naveen-champain-in-nuapada-november-3/): ନୂଆପଡ଼ା ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଆହ୍ବାନ ହୋଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ତୁଙ୍ଗନେତା। ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ଶୋଭାଯାତ୍ରାରେ କମ୍ପୁଛି ପ୍ରଚାର ମଇଦାନ। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ। ନୂଆପଡ଼ାର ଭୋଟର ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି। ତେବେ ନବୀନ ନଭେମ୍ବର ୩ ତାରିଖରେ କୋମନାରେ ସାଧାରଣ ସଭା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ସେହିଭଳି ନଭେମ୍ବର ୭ ତାରିଖରେ ନବୀନଙ୍କୁ ଖରିଆର ରୋଡ୍ରୁ ନୂଆପଡ଼ା ଯାଏଁ ରୋଡ୍ ଶୋ’ କରିବା କାର୍ଯ୍ୟକ୍ରମ ପ୍ରସ୍ତବ ଦଳର ନେତାମାନେ ଦେଇଥିବା ଜଣାପଡିଛି । ୭ ତାରିଖ କାର୍ଯ୍ୟକ୍ରମ ଏବେସୁଦ୍ଧା ଚୂଡ଼ାନ୍ତ ହୋଇନି। ହେଲେ ନବୀନ ୨ ଥର ନୂଆପଡ଼ା ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ନବୀନଙ୍କ... - [ମୋନ୍ଥାରେ ୩୩_ବ୍ଲକ୍‌_୧୧_ସହରାଞ୍ଚଳ_ପ୍ରଭାବିତ](https://utkalamirror.com/odisha-cyclone-damage-assessment-evacuation-compensation/): ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବାତ୍ୟା ପରେ ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ହେବ | ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ | ବହୁ ଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ | ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ | *ବାତ୍ୟା ମନ୍ଥା ପରେ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ | ଖୁବ ଶୀଘ୍ର ଆକଳନ ହେବ କ୍ଷୟ କ୍ଷତି... - [କମ ପ୍ରଭାବ ପଡିଛି, ପରବର୍ତ୍ତି ପରିସ୍ଥିତି ଉପରେ ନଜର : ମୁଖ୍ୟମନ୍ତ୍ରୀ](https://utkalamirror.com/odisha-cm-reviews-cyclone-monitha-situation-minimal-impact-no-casualties/): ପୂର୍ବ ଆକଳନ ଅନୁସାରେ ଓଡିଶାରେ ମୋନ୍ଥାର ପ୍ରଭାବ କମ ପଡିଛି । ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିଛି ସ୍ଥାନରେ ପଥର ଓ ଗଛ ପଡିଥିବା ରିପୋର୍ଟ ଆସିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କିଛି ବଡ ଧରଣର ଅଘଟଣ କିମ୍ବା କ୍ଷୟକ୍ଷତି ରିପୋର୍ଟ ଆସିନାହିଁ । ବିଭାଗୀୟ ପ୍ରସ୍ତୁତି ଓ ନିରାପଦ ସ୍ଥାନକୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଗଜପତି ଜିଲ୍ଲାର କାଠିନଗର ବ୍ଲକ ଅଞ୍ଚଳରେ ପଥର ପଡିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନ ହାନୀ ହୋଇନାହିଁ କି କୌଣସି ପଶୁ ସମ୍ପଦର ଜୀବନ ହାନୀ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲ ରୁମ ପରିଦର୍ଶନ କରି ବାତ୍ୟା ‘ମୋନ୍ଥା’ର ପରିସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ରାତି ୯... - [ବିପଦ ସଂକୁଳ ସ୍ଥାନ ମାନଙ୍କରେ ଜଣେ ବି ଲୋକଙ୍କୁ ଛାଡ ନାହିଁ :ମୁଖ୍ୟମନ୍ତ୍ରୀ](https://utkalamirror.com/odisha-prepares-for-cyclone-monthai-zero-casualty-evacuation-shelters/): ବଙ୍ଗୋପସାଗରରେ ଗଠିତ ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିରୋ କାଜୁଆଲଟି ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରଭାବିତ ଅଞ୍ଚଳରେ ୩୦ଟି ସ୍ଥାନରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିଛି। ବର୍ତ୍ତମାନ ସୁଧ୍ଳା ୧୮୭୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାତ୍ୟା ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର... - [ମୋନ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ](https://utkalamirror.com/odisha-cm-cyclone-montha-review-meeting/): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇ ଗସ୍ତରୁ ସୋମବାର ବିଳମ୍ବିତ ରାତିରେ ଫେରିଆସିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାତ୍ୟା ମୋନ୍ଥା ମୁକାବିଲା ଲାଗି ସରକାରଙ୍କର ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ ଡାକିଛନ୍ତି । ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବେ । ଅନ୍ୟ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈୟକରେ ଯୋଗଦେବେ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ପ୍ରଶାସନର ପ୍ରସ୍ତୁତି ନେଇ ଆଲୋଚନା କରିବେ । ଅଧିକ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ୧୪୪୫ଟି ବାତ୍ୟା... - [ସମ୍ପତ୍ତି ତାଲିକା ଦେଇ ନଥିଲେ ପଦୋନ୍ନତି ବନ୍ଦ](https://utkalamirror.com/odisha-government-mandates-property-details-submission-for-promotions-2025/): ସମ୍ପତ୍ତି ତାଲିକା ଦେଇ ନଥିଲେ ସରକାରୀ ଅଧିକାରୀଙ୍କର ପଦୋନ୍ନତି ବନ୍ଦ ରହିବ । ୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମ୍ପତ୍ତି ତାଲିକା ଦଖଲ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ସାରିଛି, ଏଚଆରଏମ ପୋର୍ଟାଲ ଆଉ ଖୋଲିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୫ର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ଚଳିତମାସ ୨୩ରେ ଏକ ନିଦେର୍ଶନାମା ଜାରି କରିଛନ୍ତି। କର୍ମଚାରୀମାନେ ଯେପରି ସମୟ ଭିତରେ ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେନେଇ ବିଭାଗୀୟ ମୁଖ୍ୟମାନେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ମାନବସମ୍ବଳ ପରିଚାଳନା ପଦ୍ଧତି(ଏଚ୍ଆର୍ଏମ୍ଏସ୍) ପୋର୍ଟାଲରେ... - [ବିମାନ ଚଳାଚଳ ବ୍ୟବସ୍ଥାର ଉତ୍କର୍ଷତା ଲାଗି ୪,୧୮୨ କୋଟି ଖର୍ଚ୍ଚ ହେବ](https://utkalamirror.com/odisha-cabinet-approves-b-maan-aviation-plan/): ରାଜ୍ୟ କ୍ୟାବିନେଟ୍ ଶନିବାର ଚାରିଟି ବିଭାଗର ପାଞ୍ଚଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ର ପାଇଁ ‘ବି-ମାନ୍ (B-MAAN)’ ନାମକ ଏକୀକୃତ ଯୋଜନାକୁ ଅନୁମୋଦନ ମିଳିଛି, ଯାହାର ମୋଟ ବ୍ୟୟବରାଦ ୪,୧୮୨ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ଯୋଜନା ୨୦୨୫ରୁ ୨୦୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଓଡ଼ିଶାକୁ ପୂର୍ବ ଭାରତରେ ଅଗ୍ରଣୀ ବିମାନ ଚଳାଚଳ କେନ୍ଦ୍ର ଭାବେ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶନିବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ଶ୍ରୀ ଆହୁଜା କହିଥିଲେ ଯେ, ବିକଶିତ ଓଡିଶା-୨୦୩୬କୁ ଦୃଷ୍ଟିରେ ରଖି ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ବିମାନ ସମ୍ପତି ଏବଂ ନେଟ୍ୱାର୍କ ନିର୍ମାଣ ଏବଂ ପରିଚାଳନା(ବି-ଏମ୍ଏଏଏନ୍)ଏକୀକୃତ ଯୋଜନାରେ ୨୦୨୫ ରୁ ୨୦୩୦ ବର୍ଷ... - [୪୨୧୯ କନଷ୍ଟେବଲ ପଦବୀ ପୂରଣ ହେବ](https://utkalamirror.com/4219-constable-recruitment-very-soon/): ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ୍ ପଦବୀ ପୂରଣ ହେବ । ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୋଲିସ୍ କନଷ୍ଟେବଲ୍ ସିଧାସଳଖ ନିଯୁକ୍ତ ହେବେ । ରାଜ୍ୟ ପୋଲିସ୍ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ପୋଲିସ୍ ଡିଜିଙ୍କୁ ଚିଠି ଲେଖାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗ ଅତିରିକ୍ତ ସଚିବ ତରୁଣ କୁମାର ପଣ୍ଡା ଡିଜି ଓ ଆଇଜି ଅଫ୍ ପୋଲିସଙ୍କୁ ଚିଠିରେ ଲେଖିଛନ୍ତି ଯେ, ଓଡ଼ିଶା ପୋଲିସରେ କନଷ୍ଟେବଲ୍ ପଦବୀରେ ୪୨୧୯ଟି ଖାଲି ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ସରକାର ବିଚାର ବିମର୍ଶ ପରେ ରାଜ୍ୟ ପୋଲିସ୍ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଓଡ଼ିଶା ପୋଲିସ୍ରେ କନଷ୍ଟେବଲ୍ ପଦବୀରେ ୪୨୧୯ଟି ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ, ଯେଉଁଥିରେ ଆଇନଗତ... - [ସରକାରୀ ଅଫିସରେ ଗିଫ୍ଟ ଦିଆନିଆ ମନା](https://utkalamirror.com/odisha-government-bans-gifts-in-offices-psus-during-festivals/): ପର୍ବପର୍ବାଣୀ ଋତୁରେ କେନ୍ଦ୍ର ସରକାର ‘ନୋ ଗିଫ୍ଟ’ ନୀତି ଆପଣାଇଛନ୍ତି। ଏହି ନୀତି ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବ ନାହିଁ। ରାଜ୍ୟ ସରକାର ମଧ୍ୟ ‘ନୋ ଗିଫ୍ଟ’ ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ପିଏସୟୁଗୁଡ଼ିକରେ ଉପହାର ପାଇଁ କୌଣସି ଖର୍ଚ୍ଚ ହେବନାହିଁ। ଦୀପାବଳିରେ ଉପହାର ଆଣିବାକୁ ବାରଣ କରାଯାଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଦୀପାବଳୀ ସହ ଅନ୍ୟାନ୍ୟ ପାର୍ବଣ ଅବସରରେ ସରକାରୀ କର୍ମଚାରୀମାନେ ଅଫିସରେ ଗିଫ୍ଟ ଆଣିବାକୁ ବାରଣ କରାଯାଇଛି। ଓଡ଼ିଶା ସରକାର କେନ୍ଦ୍ରର ‘ନୋ ଗିଫ୍ଟ୍ ପଲିସି’କୁ ଗ୍ରହଣ କରି ସମସ୍ତ ବିଭାଗକୁ ଏହାର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠିରେ କୁହାଯାଇଛି... - [ନିଶାମୁକ୍ତ କ୍ୟାମ୍ପସକୁ ରାଜ୍ୟପାଳଙ୍କ ଗୁରୁତ୍ବ](https://utkalamirror.com/odisha-governor-press-meet-on-vacant-vc-posts-women-violence-and-development/):  ନିଶାମୁକ୍ତ କ୍ୟାମ୍ପସ ଗଠନ ଦିଗରେ ପଦକ୍ଷେପ ନେବା ଓ କ୍ୟାମ୍ପସରେ ସୁରକ୍ଷା ଦିଗ ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିବା ସହ ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ରାଜ୍ୟପାଳ ଗୁରୁତ୍ବ ଦେଇଛନ୍ତି । ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ଅପରାଧୀ ପଛାଇବେ । ତେଣୁ କଡା କାର୍ଯ୍ୟାନୁଷ୍ଠାନ ହେଲେ ଅପରାଧ ହ୍ରାସ ପାଇବ ବୋଲି ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ସମ୍ପର୍କିତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ପ୍ରଶ୍ନର ଉତ୍ତର ଦେଇ ରାଜ୍ୟପାଳ କହିଛନ୍ତି । ରାଜଭବନରେ ଶୁକ୍ରବାର ରାଜ୍ୟପାଳ ହରିବାବୁ କମ୍ଭମପାଟି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଚର୍ଚ୍ଚା କରିଥିବା ବେଳେ ଅନେକ ଦିଗକୁ ନେଇ ଗୁରୁତ୍ତ୍ୱପୂର୍ଣ ମନ୍ତବ୍ୟ ରଖିଛନ୍ତି। ରାଜ୍ୟର ସୀମା ବିବାଦଠାରୁ ଆରମ୍ଭ କରି ମହାନଦୀର... - [ମନମୋହନଙ୍କ ନୂଆ ଟିମ](https://utkalamirror.com/manmohan-samal-announces-new-26-member-bjp-odisha-team-dropping-senior-leaders/): ବିଜେପି ସଭାପତି ମନମୋହନ ସାମଲ ଆଜି ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି । ରାଜ୍ୟ କର୍ମକର୍ତ୍ତା ଟିମରେ ସେ ୨୬ଜଣଙ୍କୁ ସାମିଲ କରିଥିବାବେଳେ ତାଙ୍କ ପୁରୁଣା ଟିମରୁ ଦଳର ବରିଷ୍ଠ ନେତା ନାଉରୀ ନାଏକ, ଗୋଲକ ମହାପାତ୍ର, ଓ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତାମାନଙ୍କୁ ବାଦ୍ ଦେଇଛନ୍ତି । ଏହି ନୂଆ କମିଟିରେ ୧୦ଜଣ ଉପସଭାପତି, ୪ଜଣ ସାଧାରଣ ସମ୍ପାଦକ(ପୂର୍ବରୁ ୫ଜଣ ଥିଲେ), ୧୦ଜଣ ସମ୍ପାଦକ ଓ ୨ଜଣ କୋଷାଧ୍ୟକ୍ଷ ରହିଛନ୍ତି । ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତିଙ୍କ ଦ୍ୱାରା ଜାରି ନୂଆ କର୍ମକର୍ତ୍ତା ତାଲିକାରେ ମନମୋହନ ଯେଉଁ ୧୦ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସେଥିରେ ଯତୀନ ମହାନ୍ତି (ଖୋର୍ଦ୍ଧା), ଅଶୋକ ମିଶ୍ର (ନୟାଗଡ଼), କୁସୁମ ଟେଟେ (ସୁନ୍ଦରଗଡ଼), ରମେଶ ଚନ୍ଦ୍ର ସାହୁ (ନବରଙ୍ଗପୁର), କେ.ନାରାୟଣ ରାଓ (ଗଜପତି), ଶିବାଜୀ ମହାନ୍ତି (ବଲାଙ୍ଗୀର), ଭବେନ୍ଦ୍ର କୁମାର ପଣ୍ଡା (କଳାହାଣ୍ଡି), ସିପ୍ରା ବାଜପେୟୀ (ବାଲେଶ୍ୱର), ସୁଦର୍ଶନ... - [ନୂଆପଡ଼ା ଉପନିର୍ବାଚନ, ବିଜେଡିର ୫୨ଜଣିଆ ପ୍ରଚାରକ କମିଟି](https://utkalamirror.com/biju-janata-dal-forms-52-member-committee-for-nuapada-by-election-with-coastal-leaders/): ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ଚଳିତମାସ ୮ତାରିଖରେ ୩ଟି କମିଟି ଗଠନ କରି ୧୯ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲା । ଏଥିରେ ଜଣେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର ନେତାଙ୍କୁ ସାମିଲ କରାଯାଇ ନଥିଲା । ମାତ୍ର ଆଜି ପ୍ରକାଶିତ ତାଲିକାରେ ମୋଟ ୫୨ଜଣ ନେତାଙ୍କୁ ଦଳ ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛି । ସେଥିରେ ୨୫ରୁ ଅଧିକ ଉପକୂଳ ଓଡ଼ିଶାର ଆଗଧାଡ଼ିର ନେତାମାନେ ସାମିଲ ଅଛନ୍ତି । ନୂଆପଡ଼ା ବ୍ଲକ(୧୮ଜଣ): ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସଞ୍ଜୟ ଦାସବର୍ମା ,ଅରୁଣ ସାହୁ , ପ୍ରତାପ ଜେନା , ଦିବ୍ୟଶଙ୍କର ମିଶ୍ର , ପ୍ରୀତିରଞ୍ଜନ ଘଡ଼ାଇ,ଧ୍ରୁବ ସାହୁ,ମନୋହର ରନ୍ଧାରୀ ,ପ୍ରଦୀପ ଦିଶାରୀ,ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା,ଶାରଦା ପ୍ରସନ୍ନ ଜେନା,ରୋମାଂଚ ରଞ୍ଜନ ବିଶ୍ୱାଳ,ସୁଦର୍ଶନ ହରିପାଲ,ପ୍ରଶାନ୍ତ କୁମାର ବେହେରା,ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି ।ନୂଆପଡ଼ା... ## Pages - [Advertise](https://utkalamirror.com/advertise/) - [Home](https://utkalamirror.com/home/) - [About Us](https://utkalamirror.com/about-us/) - [Home](https://utkalamirror.com/home-2/) - [Privacy Policy](https://utkalamirror.com/privacy-policy/): Who we are Our website address is: https://utkalamirror.com/ What personal data we collect and why we collect it Comments When visitors leave comments on the site we collect the data shown in the comments form, and also the visitor’s IP address and browser user agent string to help spam detection. An anonymized string created from your email address (also called a hash) may be provided to the Gravatar service to see if you are using it. The Gravatar service privacy policy is available here: https://automattic.com/privacy/. After approval of your comment, your profile picture is visible to the public in the... [comment]: # (Generated by Hostinger Tools Plugin)