• Home
  • ରାଜନୀତି
  • ମନମୋହନଙ୍କ ଉପରେ ଆସ୍ଥା ଅତୁଟ ; ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ
Image

ମନମୋହନଙ୍କ ଉପରେ ଆସ୍ଥା ଅତୁଟ ; ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପରେ ବିଜେପି ପୁଣିଥରେ ଆସ୍ଥାପ୍ରକଟ କରିଛି । ସେ ୪ର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ପଦ ନିର୍ବାଚନ ନିମନ୍ତେ ଶ୍ରୀ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ସ୍ପଷ୍ଟ ହୋଇଛି, ମାତ୍ର ଆସନ୍ତାକାଲି (ମଙ୍ଗଳବାର) ଏନେଇ ବିଧିବଦ୍ଧ ଘୋଷଣା ହେବ ।

ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ। ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷଣ ସଞ୍ଜୟ ଜୟସ୍ଵାଲ ଏବଂ ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ  ସମ୍ବର୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାରୁ ୧୫ ହଜାର ବିଜେପି କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ୟପଟେ ୩୨ ଜଣ ରାଷ୍ଟ୍ରୀୟ ପରିଷଦର ସଦସ୍ୟତା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା କାଲି ସାଢେ ୯ ଟା ରୁ ୧୦ ଟା ୩୦ ଭିତରେ ସ୍କୁଟିନି ସରିବ। ସାଢେ ଦଶଟା ପରେ ଘୋଷଣା ହେବ। ବୋଲି ରାଜ୍ୟ ସଭାପତି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଦିନ ଥିଲା । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ବିଭିନ୍ନ ସୂତ୍ରରୁ ସୂଚନା ମିଳୁଥିଲା । ତେବେ କିଛି ବ୍ୟତିକ୍ରମ ହୋଇପାରେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ପୂର୍ବରୁ ସଭାପତି ରେସରେ ଗୋଲକ ମହାପାତ୍ରଙ୍କ ନାଁ ବହୁ ଆଗରୁ ଚର୍ଚ୍ଚା ହେଉଥିଲା ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ନାମକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ସେମାନଙ୍କ ଭିତରୁ କେହି ସଭାପତି ହୋଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ଶୁଣିବାକୁ ମିଳିଥିଲା ।

ପ୍ରାର୍ଥୀପତ୍ର ଦାଖଲ ଥିବାରୁ ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଲୟ ଚଳଚଞ୍ଚଳ ରହିଥିଲା । ସମୟ ଗଡ଼ିବା ସହିତ ନେତାମାନଙ୍କର ଭିଡ଼ ବଢ଼ିଥିଲା ।  ନୂଆ ସଭାପତିଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବା ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ୍ ଦିଲ୍ଲୀରୁ ଆସି ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପହଞ୍ଚିଥିଲେ । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।  ସେହିଭଳି ଜାତୀୟ ପରିଷଦର ସଦସ୍ୟ ଭାବେ ୩୨ ଜଣ ନାମାଙ୍କନ ଭରିଥିଲେ ।

ମଙ୍ଗଳବାର ୯ଟାରୁ ୧୧ଟା ଯାଏଁ ମତଦାନ ସମୟ ଅଛି । ତେବେ ସଭାପତି ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ଆଉ ନିର୍ବାଚନର ଆବଶ୍ୟକତା ନାହିଁ । ମନମୋହନ ସାମଲଙ୍କୁ ନିଦ୍ୱର୍ନ୍ଦରେ ସଭାପତି ଘୋଷଣା କରାଯିବ । ସେହିଭଳି ୩୨ ଜଣ ଜାତୀୟ ପରିଷଦ ସଦସ୍ୟଙ୍କର ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଔପଚାରିକତା ପୂରଣ ହେବ । ମଙ୍ଗଳବାର ଦିନ ୧୧ଟାରେ ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟଙ୍କ ନାଁ ବିଧିବଦ୍ଧ ଘୋଷଣା ହେବ ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Releated Posts

ଦିଲ୍ଲୀରେ ମନମୋହନ,ମନ୍ତ୍ରୀମଣ୍ଡଳ ଚୂଡ଼ାନ୍ତ ହେବା ଚର୍ଚ୍ଚା

ସୋମବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ପାୱାର କରିଡରରେ ବଡ ହଲଚଲ ହେଉଥିବାର ଶଙ୍କେତ ଦେଇଥିବା ବେଳେ ବିଜେପି…

ByByutkalamirror.comJul 23, 2025

ଏମ୍ସରେ ଉତ୍ତେଜନା, ୧୬୩ ଧାରା ଲାଗୁ, ବିଜେଡି- କଂଗ୍ରେସ ସହ ବିଜେପି କର୍ମୀ ମୁହାଁମୁହିଁ

ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୋଡ଼ି ଦିଆଯାଇଥିବା ଘଟଣାକୁ ନେଇ ଭୁବନେଶ୍ୱର ଏମ୍ସ ପରିସର ରାଜନୈତିକ ସଂଘର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି। ଏମ୍ସର…

ByByutkalamirror.comJul 19, 2025

ରାହୁଲ ଗାନ୍ଧୀ ତାଙ୍କ କଳା ଚସମାରେ ଦେଖି ଏଭଳି ମନ୍ତବ୍ୟ ଦେଇଛନ୍ତି : ମନମୋହନ

କଂଗ୍ରେସ ରାଜ୍ୟରେ ବିଜେଡିର ବି-ଟିମ ହୋଇ କାମ କରୁଥିଲେ । ୧୯ ବର୍ଷ ଧରି ବିରୋଧୀ ଦଳ ଆସନରେ ରହିଲେ, ତାହାର ଫାଇଦା ନେଇପାରିଲେ…

ByByutkalamirror.comJul 11, 2025

ଓଡ଼ିଶାର ସମ୍ପତ୍ତିକୁ ପୂର୍ବରୁ ବିଜେଡି ଲୁଟୁଥିଲା ଏବେ ବିଜେପି ସରକାର ଲୁଟୁଛି : ରାହୁଲ ଗାନ୍ଧୀ

ସମ୍ବିଧାନ ବଞ୍ଚାଅ ସମାବେଶ : ଡବଲ ଇଞ୍ଜିନ ସରକାର ଉପରେ ରାହୁଲଙ୍କ ଆକ୍ରମଣ, ଅଦାନୀଙ୍କ ପାଇଁ ରୋକାଗଲା ରଥ! ଓଡ଼ିଶା ସରକାର କେବଳ ଗରିବଙ୍କୁ…

ByByutkalamirror.comJul 11, 2025