Utkala Mirror I Odisha News, Latest Odia News

ଏସକର୍ଟ ଗାଡିରେ ଆହତଙ୍କୁ ମେଡିକାଲ ପଠାଇଲେ ମନ୍ତ୍ରୀ ବିଭୂତି ଜେନା

ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତା ରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲ ର ଧକ୍କା ହୋଇ ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଆହତ ହୋଇ ରାସ୍ତା ରେ ପଡ଼ିଥିଲେ । ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିବା ବେଳେ ମାନ୍ୟବର ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ଅଟକିଥିଲେ।  ଆହତ ବ୍ୟକ୍ତିଙ୍କୁ  ଏସକର୍ଟ ଗାଡିରେ ମନ୍ତ୍ରୀ ପୁରୀ ମେଡିକାଲକୁ ପଠେଇଥିଲେ। ଏହା ସହ ସେଠାରେ ଲୋକଙ୍କୁ ବୁଝେଇ ରାସ୍ତାରୋକ ହଟେଇବାଥିଲେ ମନ୍ତ୍ରୀ ଏବଂ ଶେସରେ ବିନା ଏସକର୍ଟ ଗାଡିରେ ମନ୍ତ୍ରୀ ଗଞ୍ଜାମ ଅଭିମୂଖେ ଯାତ୍ରା କଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ଏପରି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି।

Exit mobile version