ପାକିସ୍ଥାନ ଓ ତାଙ୍କ ଆତଙ୍କବାଦୀଙ୍କୁ ଭାରତର ଜବାବ- ଅପରେସନ ସିନ୍ଦୂର୍ : ସୋଫିଆ ଫିର୍ଦ୍ଦୋଷ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ମଙ୍ଗଳବାର ରାତିରେ ଅପରେସନ ସିନ୍ଦୂର ଅଭିଯାନ କରିଥିଲା । ଏହି ସମ୍ପର୍କରେ ପ୍ରତିକ୍ରୀୟବ୍ରଖି ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି ଯେ, ଆମେ ଆମ ସେନାକୁ ନେଇ ଗର୍ବିତ । ଏକ ସମୟରେ ଦେଶର ସ୍ଥଳ, ଜଳ ଓ ବାୟୁ ସେନା ମିଳିତ ଭାବେ ଆକ୍ରମଣ କରିଛନ୍ତି । କେବଳ ଆତଙ୍କବାଦୀଙ୍କ ରହଣି ସ୍ଥଳକୁ ଟାର୍ଗେଟ କରି ଅତି ସତର୍କତାର ସହ ଏହି ଆକ୍ରମଣ କରାଯାଇଛି । ପାକିସ୍ତାନ ସେନାକୁ କୌଣସି କ୍ଷତି ହୋଇନାହିଁ । ଏହି ଆକ୍ରମଣ ଭାରତ ପକ୍ଷରୁ ପାକିସ୍ଥାନ ଓ ତାଙ୍କ ଆତଙ୍କବାଦୀ ଗୋଷ୍ଠୀଙ୍କ ପାଇଁ ଏକ ବଡ ମେସେଜ । ଏହି ଆକ୍ରମଣକୁ ଆମର ସେନା ମିଶନ ସିନ୍ଦୁର ଭାବେ ନାମିତ କରି ସଫଳତାର ସହ ଆତଙ୍କବାଦୀ ବର୍ବରତାର ପ୍ରତିଶୋଧ ନେଇଛନ୍ତି । ପହଲଗାମରେ ଯେଉଁ ମହିଳାମାନଙ୍କର ସିନ୍ଦୁର ଆତଙ୍କବାଦୀ ଛଡାଇନେଇଥିଲେ, ନିଶ୍ଚିତ ଭାବେ ତାଙ୍କର କ୍ଷତି ପୂରଣ ହୋଇପାରିବ ନାହିଁ, କିନ୍ତୁ ସହିଦଙ୍କ ଆତ୍ମାକୁ ଶାନ୍ତି ମିଳିଥିବ । ତାଙ୍କ ପାଇଁ ଆମ ଦେଶ ଏକଜୁଟ ହୋଇ ଲଢେଇ କରୁଛି । ସଫଳ ଆକ୍ରମଣ ପରେ ଦେଶର ସେନାବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ବ୍ୟୋମିକା ସିଂହ ସୂଚନା ଦେଇଛନ୍ତି। ଗଣମାଧ୍ୟମ ବ୍ରିଫିଂର ନେତୃତ୍ୱ ନେଇ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବ୍ୟୋମିକା ସିଂହ। ସେ ତାଙ୍କ ନାମକୁ ସାର୍ଥକତା କରିଛନ୍ତି।