• Home
  • ରାଜ୍ୟ
  • ମହିଳା ଏବଂ ବରିଷ୍ଠଙ୍କୁ ବସ୍ ଭଡ଼ାରେ ୫୦ ପ୍ରତିଶତ ଛାଡ
Image

ମହିଳା ଏବଂ ବରିଷ୍ଠଙ୍କୁ ବସ୍ ଭଡ଼ାରେ ୫୦ ପ୍ରତିଶତ ଛାଡ

ମୁଖ୍ୟମନ୍ତ୍ରୀ ବସସେବା ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟବସାୟ ସ୍ଥଳ, ଶିକ୍ଷା ଓ ସ୍ବାସ୍ଥ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନକୁ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଏବଂ ଦକ୍ଷ ସାର୍ବଜନୀନ ପରିବହନ ବସ୍ ସେବାର ସଂଯୋଗ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବସ୍ ଚଳାଚଳରେ ଦକ୍ଷତା ଓ ସଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବସସେବାର ସମ୍ପୂର୍ଣ ନବୀକରଣ ନିଷ୍ପତ୍ତି ନିଆଯାଇଛି । ଏହାର ତଦାରଖ ଓ ନିୟନ୍ତ୍ରଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)କୁ ଦାୟିତ୍ବ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ଏହି ପ୍ରସ୍ତାବକୁ ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନବୀନକରଣ କରାଯାଇ ବସଗୁଡ଼ିକରେ ସିସିଟିଭି କ୍ୟାମେରା, ଲାଇଭ୍ ଭ୍ୟାନ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ଓ ପାନିକ୍ ବଟନ୍‌ ଇତ୍ୟାଦି ପରି ଅଧୁନିକ ବନ୍ଦୋବସ୍ତ କରାଯିବ । ବସରେ ମହିଳା ତଥା ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ । ଅଭିନବ ସଡକ ସୁରକ୍ଷା ବ୍ୟବସ୍ଥା ଭାବରେ ସମସ୍ତ ଏମବିଏସ ବସରେ ଉନ୍ନତ ଡ୍ରାଇଭର ସହାୟତା ପ୍ରଣାଳୀ ରହିବ । ମହିଳା, ଟ୍ରାନ୍ସଜେଣ୍ଡର, ଛାତ୍ର, ଭିନ୍ନକ୍ଷମ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଏସି ଓ ନନ୍-ଏସି ବସ୍ ଭଡ଼ାରେ ୫୦% ରିହାତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଏକ ସୁରକ୍ଷିତ, ନିର୍ଭରଯୋଗ୍ୟ, ସୁଲଭ ଏବଂ ଅଧିକ ଦକ୍ଷ ପରିବହନ ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଗ୍ରାମୀଣ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ସେବା ରାଜ୍ୟର ପ୍ରତ୍ୟେକ ବ୍ୟବସାୟ କେନ୍ଦ୍ର, ଶିକ୍ଷା ଏବଂ ସ୍ବାସ୍ଥ୍ୟନୁଷ୍ଠାନ ତଥା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସହିତ ସଂଯୁକ୍ତ ହେବ । ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ସରକାର ଅଧିକ ସଂଖ୍ୟକ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ସାଙ୍ଗକୁ ସୁସମନ୍ବିତ ପରିବହନ ବ୍ୟବସ୍ଥା ମାଧ୍ୟମରେ କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛନ୍ତି । ଭାରତ ସରକାରଙ୍କ ନୀତି ଆୟୋଗର ମାର୍ଗଦର୍ଶିକା ତଥା ଭାରତ ସରକାରଙ୍କ ସଡ଼କ ପରିବହନ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବସ୍ ସେବା ମୋଟ ମୂଲ୍ୟ ଚୁକ୍ତିନାମା ମଡେଲ ଅଧୀନରେ କାର୍ଯ୍ୟକ୍ଷମ ହେବ I ସାର୍ବଜନୀନ ପରିବହନ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ ସହ ରାଜ୍ୟବାସୀଙ୍କ ଉନ୍ନତିରେ ମୁଖ୍ୟମନ୍ତ୍ରୀ ବସସେବା ସହାୟକ ହେବା ଲକ୍ଷ୍ୟରେ ଏହାକୁ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ସେହିଭଳି କ୍ୟାବିନେଟ ବୈଠକରେ ଅନ୍ୟାନ୍ୟ ନିଷ୍ପତ୍ତି କ୍ରମେ ପ୍ରାଣୀ ଚିକିତ୍ସା ବୈଷୟିକ ସେବା( ନିଯୁକ୍ତି ଓ ସର୍ତ୍ତାବଳୀ) ନିୟମ ,୨୦୨୪ ଏବଂ ଓଡିଶା ବେସାମରିକ ସେବା (ପେନସନ) ନିୟମାବଳୀ ୧୯୯୨ରେ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025