ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେଇଛି।
Thank the people of #Odisha for the good wishes. I would like to thank the doctors and medical staff for taking wonderful care of me. I am recovering well and will meet the people soon. #JaiJagannatha 🙏🏻 pic.twitter.com/JSgb7Oqxdr
— Naveen Patnaik (@Naveen_Odisha) August 18, 2025
ଗତକାଲି ସନ୍ଧ୍ୟାରୁ ଡିହାଇଡ୍ରେସନ ହେତୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଜାରି ରହିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଜାରି କରିଥିବା ମେଡିକାଲ ବୁଲେଟିନ ଅନୁସାରେ, ନବୀନଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର ଅଛି। ସୋମବାର ଅପରାହ୍ନରେ ତାଙ୍କୁ ଅବଜରଭେସନ ରୁମ୍ରୁ କ୍ୟାବିନକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ନବୀନ ଧୀରେ ଧୀରେ ସୁସ୍ଥ ହେଉଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବରସ୍ଥିତ ସମ୍ ଅଲ୍ଟିମେଟ ମେଡିକେୟାରରେ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ହସ୍ପିଟାଲ ଶଯ୍ୟାରୁ ନବୀନ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ମୁଁ ସମ୍ ହସ୍ପିଟାଲରେ ଅଛି। ଏଠାକାର ଡାକ୍ତର ଏବଂ କର୍ମଚାରୀ ମୋର ଭଲ ଯତ୍ନ ନେଉଛନ୍ତି। ସମସ୍ତଙ୍କୁ ଧନ୍ୟବାଦ। ମୋତେ ଯଦି ଭେଟିବାକୁ ଚାହୁଁଛନ୍ତି, ତା’ହେଲେ ନବୀନ ନିବାସ ଆସନ୍ତୁ। ପରୋକ୍ଷରେ ନବୀନ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ନବୀନଙ୍କ ଏହି ଭିଡିଓ ବାର୍ତ୍ତା ସୂଚାଉଛି ଯେ, ସେ ଖୁବ୍ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି। ଗତକାଲି ମଧ୍ୟ ସେ ଏକ ଭିଡିଓ ମାଧ୍ୟମରେ କହିଥିଲେ, “ମୁଁ ସୁସ୍ଥ ଅଛି।”
ଲୋକପ୍ରିୟ ନେତା ତଥା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସକାଳେ ଜଳଖିଆ ଖାଇଛନ୍ତି। ଡାକ୍ତରଙ୍କ ନିରିକ୍ଷଣରେ ରହିଛନ୍ତି । ଡିସଚାର୍ଯ ନେଇ ଡାକ୍ତର ନିଷ୍ପତ୍ତି ନେଲେ। ଆମେ ଆଶା କରୁଛୁ ସେ ସମ୍ପୂର୍ଣ ସୁସ୍ଥ ହୋଇ ଖୁବ୍ ଶିଘ୍ର ଫେରନ୍ତୁ ବୋଲି ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।” ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।