ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ହଠାତ୍ ତିକ୍ତ ହୋଇଛି। ପୂର୍ବରୁ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ମସ୍କ ତାଙ୍କର ଅତି ନିକଟ ସାଥୀ ଭାବରେ କାମ କରିଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଗଭୀର ବିବାଦ ମୁଣ୍ଡ ଟେକିଛି କରିଛି। ମସ୍କ ଏବଂ ସ୍ପେସଏକ୍ସର ସିଇଓ, ଟ୍ରମ୍ପଙ୍କ ‘ବିଗ ବ୍ୟୁଟିଫୁଲ ବିଲ’ ଉପରେ ଆଲୋଚନାକୁ ନେଇ ସମାଲୋଚନା କରିଥିବାରୁ ଏହି ବିବାଦ ଆରମ୍ଭ ହୋଇଛି।

ମସ୍କ ସୋସିଆଲ ମିଡିଆ ‘X’ରେ ଏକ ପୋଲ କରି ପଚାରିଥିଲେ ଯେ ଆମେରିକାକୁ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ଅଛି କି? ୮୦% ଲୋକ ‘ହଁ’ ଉତ୍ତର ଦେଇଥିବାରୁ ସେ ‘ଦି ଆମେରିକା ପାର୍ଟି’ ନାମରେ ଏକ ନୂତନ ଦଳ ଗଠନ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି। ଟ୍ରମ୍ପ ମସ୍କଙ୍କ ସମାଲୋଚନାକୁ ନେଇ କଠୋର ପ୍ରତିକ୍ରିୟା ଦେଇଥିବା ବେଳେ, ମସ୍କ କହିଛନ୍ତି ଯେ ତାଙ୍କ ବିନା ଟ୍ରମ୍ପ ନିର୍ବାଚନ ଜିତିପାରିନଥିଲେ।
ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଥିବା ଏହି ତିକ୍ତତା ଆମେରିକୀୟ ରାଜନୈତିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ମଧ୍ୟରେ ବାକଯୁଦ୍ଧ ଥମୁନାହିଁ । ବଢ଼ି ବଢ଼ି ଚାଲିଛି । ଏହା ଭିତରେ ଟ୍ରମ୍ପ କହିଛନ୍ତି, ଏଲନ ମସ୍କଙ୍କ ମୁଣ୍ଡ ଠିକ୍ ନାହିଁ । ମୁଁ ଏବେ ତାଙ୍କ ସହ କଥା ହେବାକୁ ଚାହୁଁନାହିଁ । କଥା ହେବାକୁ ଇଚ୍ଛା ବି ନାହିଁ । ଗଣମାଧ୍ୟମର ଜଣେ ପ୍ରତିନିଧି ତାଙ୍କୁ ପଚାରିଥିଲେ, ଆପଣଙ୍କର ମସ୍କଙ୍କ ସହ କଥାବାର୍ତ୍ତା ପାଇଁ ସମୟ ସ୍ଥିର ହୋଇଛି । ଚଟାପଟ୍ ଉତ୍ତର ଦେଇଥିଲେ ଟ୍ରମ୍ପ, ନା ନା ସେମିତି କିଛି ହୋଇନାହିଁ । ମୁଁ ତାଙ୍କ ସହ ଏବେ କଥା ହେବିନି ।
ପ୍ରଶାସନର ସେଣ୍ଟରପିସ୍ ଟ୍ୟାକ୍ସ ଓ ସ୍ପେଣ୍ଡିଂ ବିଲକୁ ମସ୍କଙ୍କ ସମାଲୋଚନାରେ ସେ ବ୍ୟଥିତ ବୋଲି କହିଥିଲେ ଟ୍ରମ୍ପ । ଏଇଥିରୁ ସଂପର୍କ ତୁଟିଯାଇପାରେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।ଏହାର ଜବାବରେ ଏଲନ୍ ମସ୍କ କହିଥିଲେ, ସେ ଜଣେ କୃତଘ୍ନ । ମୋ ବିନା ସେ ନିର୍ବାଚନ ହାରି ଯାଇଥାଆନ୍ତେ ।ଆମେରିକା ହାଉସରେ ସ୍ପେଣ୍ଡିଂ ବିଲ୍ ଗୃହୀତ ହୋଇଛି । ଏହି ବିଲକୁ ବିରୋଧ କରିଛନ୍ତି ମସ୍କ । ଏହା ଏବେ ସିନେଟରେ ଭୋଟଗ୍ରହଣ କରାଯିବାର ଅଛି ।ଗଭର୍ଣ୍ଣମେଣ୍ଟ ଅଫ୍ ଏଫିସିଏନସି ( DOGE ) ରେ ୧୨୯ ଦିନ କାମ କରିବା ପରେ ପଦ ଛାଡିଥିଲେ ମସ୍କ । ଏହା ପରେ ସେ ତାଙ୍କ ‘x’ ରେ ଲେଖିଥିଲେ, ଏହା ଅତ୍ୟନ୍ତ ଘୃଣିତ । ଯେଉଁମାନେ ଭୋଟ ଦେଇଛନ୍ତି, ଏହା ସେମାନଙ୍କ ପାଇଁ ଲଜ୍ଜା । ତୁମେ ଜାଣିଛ, ତୁମେ ଭୁଲ୍ କରିଛ । ଏହି ବିଲ୍ ଦ୍ୱାରା ଦେଶର ଋଣ ବଢ଼ିବ ଲୋଲି ଯୁକ୍ତି କରିଛନ୍ତି ମସ୍କ । ଏହାକୁ ବିରୋଧ କରିବାକୁ ସେ ତାଙ୍କ ଫଲୋୟର୍ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ।