Utkala Mirror I Odisha News, Latest Odia News

ନବୀନଙ୍କୁ ବିଜେପିର ଜବାବ, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି

 ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଉ ନୂଆପଡାରୁ ରାଜ୍ୟ ସରକାରଙ୍କୁ କଡା ନିଶାନା କରିଛନ୍ତି। ପ୍ରାର୍ଥୀ ଚୋରି ଅଭିଯୋଗ ଆଣି ବିଜେପି ବେଇମାନ ବୋଲି ନବୀନ କହିଥିବା ବେଳେ ନିର୍ବାଚନୀ ଇସ୍ତାହାର ପାଳନ କରିବାରେ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ କାଉଣ୍ଟର କରି ବିଜେପି କହିଛି, ଔଷଧ ବିକଳରେ ନବୀନ ତାଟିଆ କାମୁଡୁଛନ୍ତି । ବିଜେପି ନେତା ତଥା ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ମିଛୁଆ ରାଧୁଆ ଦଳ ହେଉଛି ବିଜେଡି। ଅସୁସ୍ଥ ରାଜୁ ଢୋଲକିଆଙ୍କୁ ବିଜେଡି ପଚାରିଲାନି, ଯେଉଁଥିପାଇଁ ଜୟ ଢୋଲକିଆ ନିଜ ଆଡୁ ଆସିଲେ। ନବୀନ ବାବୁ ବେଇମାନି କହିବା ଯାହା ଚାଲୁଣି , ଛୁଞ୍ଚିକୁ କହିବା ତାହା। ସୋମବାର ନବୀନ ନୂଆପଡାରେ ବିଜେପିକୁ କଡା ସମାଲୋଚନା କରିଛନ୍ତି । ଭୋଟ ପରେ ପ୍ରାର୍ଥୀ ଚୋରି। ମୋ ସହ ଆଉ ଆପଣଙ୍କ ସହ ବେଇମାନି କରିଛି ବିଜେପି। ଆଉ ଉପନିର୍ବାଚନରେ ଏହାର ବଦଲା ନେବାକୁ ନୂଆପଡାବାସୀଙ୍କୁ ବିରୋଧୀ ଦଳ ନେତା ଆହ୍ବାନ ଦେଇଛନ୍ତି । ନୂଆପଡ଼ା କୋମନା ବ୍ଲକରେ ନିର୍ବାଚନୀ ପ୍ରଚାର ସଭା କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ସରକାରୀ ଦଳକୁ ଆଟାକ୍ କରିଛନ୍ତି । ସେ କହିଛନ୍ତି, ନିର୍ବାଚନୀ ଇସ୍ତାହାର ପାଳନ କରିବାରେ ବିଫଳ ବିଜେପି ସରକାର। ଗେମ ଚେଞ୍ଜର ନୁହଁ ନେମ ଚେଞ୍ଜର ଓ ରଙ୍ଗ ବଦଳି ସରକାର ବୋଲି କହି କଟାକ୍ଷ କରିଛନ୍ତି ।

Exit mobile version