Utkala Mirror I Odisha News, Latest Odia News

ବିନା ଉଦ୍ୟମରେ ଭାଷା ଉତଥାନ ସମ୍ଭବ ନୁହେଁ: ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଭାଷା ଭିତ୍ତିକ ସ୍ବତନ୍ତ୍ର ପତ୍ରିକା ‘ଓଡ଼ିଶା ବିଭବ’ର ପ୍ରଥମ ସଂସ୍କରଣ ପାଠକାର୍ପିତ ହୋଇଯାଇଛି ।ପାଠକାର୍ପଣ ଉତ୍ସବ ଅବସରରେ ଉପସ୍ଥିତ ଅତିଥି ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର କମ୍ ଓ ଅନ୍ୟ ଭାଷାର ବ୍ୟବହାର ଅଧିକ ହେଉଛି। ମାତୃଭାଷା ପ୍ରତି ଓଡ଼ିଆଙ୍କ ଆଦର ବଢ଼ିଲେ, ଓଡ଼ିଆ ଭାଷା ଆହୁରି ସମୃଦ୍ଧ ଓ ସଶକ୍ତ ହେବ ବୋଲି ଉପସ୍ଥିତ ଅତିଥି ବୃନ୍ଦ ମତପ୍ରକାଶ କରିଛନ୍ତି।
ଏହି ଅବସସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଓଡ଼ିଆ ଭାଷାର ବାସ୍ତବିକ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଥଲେ। ପ୍ରତ୍ୟେକ ଓଡ଼ିଆଙ୍କ ପାଟିରେ ମାତୃଭାଷାର ବ୍ୟବହାର ବଢ଼ିବା ଜରୁରୀ। ଅନ୍ୟ ଭାଷାର ବ୍ୟବହାର କିଛି ଖରାପ କଥା ନୁହେଁ କିନ୍ତୁ ମାତୃଭାଷାର ନିୟମିତ ବ୍ୟବହାର ମଧ୍ୟ ହେବମା ଜରୁରୀ। ଆମ ମାତୃଭାଷା ଆମ ଲାଗି ଅସ୍କିତା ଓ ଏହି ଅସ୍ମିତା ସଶକ୍ତ ହେଲେ ଆମ ଐତିହ୍ୟ ଆହୁରି ଗୌରବାନ୍ୟିତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ତଥା କବି, ଗାଳ୍ପିକ ଓ ଲେଖକ ରକ୍ଷକ ନାୟକଙ୍କ ସଭାପତିତ୍ବରେ ଗୁରୁବାର ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ପଦ୍ମଶ୍ରୀ ପଟ୍ଟନାୟକ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭାଷାବିତ୍ ଡକ୍ଟର ବସନ୍ତ ପଣ୍ଡା, ଲେଖÒକା ପ୍ରଫେସର ସଂଘମିତ୍ରା ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ବରିଷ୍ଠ ସାମ୍ବାଦିକ ତଥା ସମ୍ଭକାର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟ ଧୀରେନ୍ଦ୍ର ନାଥ ଦାସ ଓ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦାୟଦ ପ୍ରଭୁ କଲ୍ୟାଣ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ବରେଣ୍ୟ ଅତିଥିଙ୍କ ସହ ପୂର୍ବତନ ବିଧାୟିକା ତଥା ଲେଖିକା ସିପ୍ରା ମଲ୍ଲିକ୍, ବିଶ୍ବ ଓଡ଼ିଆ ପରିବାର ଅଧ୍ୟକ୍ଷ ସଜ୍ଜନ ଶର୍ମା, ଓଡ଼ିଆ ଭାଷା ଲାଗି ଯୁଦ୍ଧ କରିଥିବା ପବିତ୍ର ମହାରଥା, ସାମ୍ବାଦିକ ପ୍ରଦୀପ ପଟ୍ଟନାୟକ, ଅଧ୍ୟାପକ ଦେବୀଲାଲ ମିଶ୍ର, ଡକ୍ଟର ସତ୍ୟନାରାୟଣ ମିଶ୍ର ପ୍ରମୁଖଙ୍କୁ ଭାଷା ଲାଗି ନିରନ୍ତର ଜାରି ରଖÒଥÒବାରୁ ସମ୍ୱରଦ୍ଧିତ କରାଯାଇଥିଲା। ଭାଷା ବଞ୍ଚିଲେ ଆମ ଅସ୍ତିତ୍ବ ବଞ୍ଚିବ। ତେଣୁ ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଜରୁରୀ ଓ ନିଜ ଆଗରେ ନିଜ ମାତୃଭାଷାର ଉଚିତ୍ ସଂଶୋଧନ କରିବା ଆମ ଦାୟିତ୍ବ ବୋଲି ଅତିଥିମାନେ ଉପସସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ନିବେଦନ କରିଥିଲେ। ସାମ୍ବାଦିକ ସ୍ବପ୍ନକୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

Exit mobile version