• Home
  • ରାଜ୍ୟ
  • ଜୁଲାଇ ୧ ରେ ବିଜେପି ସଭାପତି ନାମ ଘୋଷଣା
Image

ଜୁଲାଇ ୧ ରେ ବିଜେପି ସଭାପତି ନାମ ଘୋଷଣା

ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଦଳ ପକ୍ଷରୁ ପ୍ରକାଶ କରାଯାଇଛି । ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । କାର୍ଯ୍ୟସୂଚୀ ଅନୁସାରେ, ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ପାଇଁ ସୋମବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକର ଯାଞ୍ଚ କରାଯିବା ପରେ ଅପରାହ୍ନ ୪ଟାରେ ଅନ୍ତିମ ନାମାଙ୍କନ ତାଲିକା ପ୍ରକାଶ ପାଇବ ।       ଜୁଲାଇ ୧ ତାରିଖରେ ମତଦାନ ଓ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ।

ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ, ସାଙ୍ଗଠନିକ ନିର୍ବାଚନ ଭାରତୀୟ ଜନତା ପାର୍ଟିର ଡିଏନ୍‌ଏରେ ଅଛି । ଏନେଇ ବୁଥ୍‌ସ୍ତରରୁ ଆରମ୍ଭ କରି କେନ୍ଦ୍ରୀୟସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ । ଏଥିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି ଦିନ ୧୧ଟାରେ ନୋଟିସ ଜାରି କରାଯାଇ ଅନ୍ତରୀଣ ମତଦାତାଙ୍କ ସୂଚୀ ଦିଆଯାଇଥିଲା । ବିଭିନ୍ନ ଆପତି ଅଭିଯୋଗର ଯାଂଚ କରାଯିବା ପରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି । ଏହି ମତାଦାତାମାନେ ହିଁ ରାଜ୍ୟ ସଭାପତି ଚୟନ କରିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ବିଜେପିର ସମ୍ବିଧାନ ଅନୁସାରେ ଏହି ମତଦାତାଙ୍କ ମଧ୍ୟରେ ସାଙ୍ଗଠାନିକ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ରହିଥିବାବେଳେ ୧୦ ପ୍ରତିଶତ ବିଧାୟକ ଓ ସାଂସଦ ରହିଛନ୍ତି । ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ପାଇଁ ସୋମବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଆପତି ଅଭିଯୋଗଗୁଡ଼ିକର ଯାଂଚ କରାଯିବା ପରେ ଅପରାହ୍ନ ୪ଟାରେ ଅନ୍ତିମ ନାମାଙ୍କନ ତାଲିକା ପ୍ରକାଶ ପାଇବ । ଜୁଲାଇ ୧ରେ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହେବ । ୧୨ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ  ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ସେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ପହଂଚିବେ । ୨ ଦିନ ପର୍ଯ୍ୟନ୍ତ ତାଙ୍କ ତତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ଓ ରାଜ୍ୟ ସମ୍ପାଦକ ସରୋଜ କର ଉପସ୍ଥିତ ଥିଲେ ।

Releated Posts

ଦିଲ୍ଲୀରେ ମନମୋହନ,ମନ୍ତ୍ରୀମଣ୍ଡଳ ଚୂଡ଼ାନ୍ତ ହେବା ଚର୍ଚ୍ଚା

ସୋମବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ପାୱାର କରିଡରରେ ବଡ ହଲଚଲ ହେଉଥିବାର ଶଙ୍କେତ ଦେଇଥିବା ବେଳେ ବିଜେପି…

ByByutkalamirror.comJul 23, 2025

ଆଇଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ: ଚଞ୍ଚଲ ରାଣା ବିଏମ୍‌ସି କମିସନର

ଆଇଏଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିଳ୍ପ…

ByByutkalamirror.comJul 22, 2025

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ ; ଏଫଏମ-ବଳଙ୍ଗା ପ୍ରସଙ୍ଗ ଏବଂ ଶକ୍ତିଶ୍ରୀ ଯୋଜନା ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତକାରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ…

ByByutkalamirror.comJul 21, 2025

ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ…

ByByutkalamirror.comJul 21, 2025