• Home
  • ରାଜ୍ୟ
  • ୧୩ ପ୍ରସ୍ତାବକୁ ମଞ୍ଜୁରୀ : ସମୃଦ୍ଧ ସହର ନୂଆ ଯୋଜନା
Image

୧୩ ପ୍ରସ୍ତାବକୁ ମଞ୍ଜୁରୀ : ସମୃଦ୍ଧ ସହର ନୂଆ ଯୋଜନା

ରାଜ୍ୟର ସମସ୍ତ ସହରାଞ୍ଚଳଗୁଡ଼ିକୁ ବିକାଶର ଶୀର୍ଷରେ ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଯେପରି ସମ୍ଭବ ହୋଇପାରିବ ତାକୁ ଦୃଷ୍ଟିରେ ରଖି ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୃଦ୍ଧ ସହର ଯୋଜନା ସହିତ ମୋଟ ୧୩ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଖବରଦାତା ସମ୍ମିଳନୀରେ କହିଥିଲେ ଯେ,‘ସମୃଦ୍ଧ ସହର’ଯୋଜନାକୁ ସଫଳ କରିବାପାଇଁ ରାଜ୍ୟ କ୍ୟାବିନେଟରେ ୪,୮୭୯.୩୦ କୋଟି ଟଙ୍କା ଅନୁମୋଦନ ଦିଆଯାଇଛି।
ଏହା ମାଧ୍ୟମରେ ଯୋଜନାବଦ୍ଧ ସହରୀକରଣ ଏବଂ ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପେ୍ରାତ୍ସାହନ କରାଯାଇ ପାରିବ। ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟର ଅଂଶ ଭାବରେ, ଏହି ଯୋଜନା ସହରଗୁଡ଼ିକୁ ବିକାଶର କେନ୍ଦ୍ର ଓ ଅର୍ଥନୀତିର ମୁଖ୍ୟ ଶକ୍ତି ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ସହର ପାର୍ଶ୍ବବର୍ତ୍ତୀ ସହରାଞ୍ଚଳର ଜମିକୁ ଏକତ୍ରିତ କରି ପୁନର୍ଗଠନ କରିବା ଏବଂ ଯୋଜନାବଦ୍ଧ ସହରୀ ବିକାଶକୁ ତ୍ୱାରାନ୍ୱିତ କରାଯିବ। ରାସ୍ତା, ଜଳ ଯୋଗାଣ, ସେ୍ୱରେଜ ବ୍ୟବସ୍ଥା ଏବଂ କଠିନ ବର୍ଜ୍ୟ ପରିଚାଳନା ଭଳି ଅତ୍ୟାବଶ୍ୟକ ସହରୀ ଭିତ୍ତିଭୂମି ସୁଦୃଢ଼ କରାଯିବ। ଏଥିପାଇଁ ୪,୧୧୪ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ସହିତ ଜମି ଏବଂ ସମ୍ପତ୍ତି ପରିଚାଳନାକୁ ଉଲ୍ଲେଖନୀୟ ଭାବେ ଉନ୍ନତ କରିବ ଏବଂ ସ୍ଥାୟୀ ବିକାଶକୁ ପେ୍ରାତ୍ସାହନ ଦେବ। ସେହିପରି ସହରଗୁଡ଼ିକୁ ବିକାଶ କେନ୍ଦ୍ର ଭାବେ ଗଢ଼ିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ୭୬୫.୩୦ କୋଟି ଟଙ୍କାର ନିବେଶ କରାଯିବ। ଏଥିରେ ସହରୀ ଅଞ୍ଚଳଗୁଡ଼ିକୁ ଅର୍ଥନୈତିକ ପରିବର୍ତ୍ତନର କେନ୍ଦ୍ର ଭାବେ ପ୍ରତିଷ୍ଠା ହେବ। ଏହା ଏକୀକୃତ ଅର୍ଥନୈତିକ କ୍ଲଷ୍ଟର, ଶିଳ୍ପ ନଗର ଏବଂ ବୃହତ୍ ସହର କରିଡର ନିର୍ମାଣ ହେବ। ଏହି ଯୋଜନା କେବଳ ଭିତ୍ତିଭୂମି ଏବଂ ସହରୀ ପରିଚାଳନାକୁ ଉନ୍ନତ କରିବ ତାହା ନୁହେଁ, ବରଂ ରୋଜଗାର,ଘରୋଇ କ୍ଷେତ୍ର ନିବେଶ ଏବଂ ଶିଳ୍ପ ବିସ୍ତାର ପାଇଁ ନୂଆ ପଥ ସୃଷ୍ଟି କରିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ସେହିଭଳି ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା ଡାଏଲ-୧୧୨ ଯୋଜମାକୁ ଆଉ ୫ ବର୍ଷ ପାଇଁ ସମ୍ପ୍ରସାରଣ କରାଯାଇଛି । ମୁଖ୍ୟ ସଚିବ ଏହି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ନେଇ କହିଥିଲେ ଯେ, ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା ଡାଏଲ-୧୧୨କୁ ତ୍ୱରାନ୍ୱିତ କରାଯିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ଯୋଜନାକୁ ୨୦୨୫-୨୬ ଆଥିକବର୍ଷରୁ ୨୦୨୯-୩୦ ବର୍ଷ ପାଇଁ ଡାଏଲ-୧୧୨ ଯୋଜନାରେ ୨୨୬୦.୮୯କୋଟି ଟଙ୍କାର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହା ଜରିଆରେ ଜାତୀୟ ଜରୁରୀକାଳୀନ ପ୍ଲାଟଫର୍ମ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ସେବାଗୁଡିକୁ ଏକୀକୃତ କରି ନାଗରିକଙ୍କୁ ତ୍ୱରିତ ସହାୟତା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ୪୧୯୫ଟି ନୂତନ ପଦ ସୃଷ୍ଟି କରାଯିବ। ଏହାସହିତ ୬୪୫ଟି ଜରୁରୀକାଳୀନ ଯାନ(ଇଆରଭି) କିଣାଯିବାକୁ ରହିଛି। ଯାହାଫଳରେ ଲୋକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ।

Releated Posts

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟର ସ୍ଥିତି ନେଇ ମାନସ ମନ୍ଥନ

ସୌମ୍ୟାଶ୍ରୀ ବିଶି ଆତ୍ମଦାହ ଘଟଣା ବିଜେପି ସରକାରଙ୍କ ଅଡୁଆ ବଢ଼ାଇ ଦେଇଛି। ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମାନଙ୍କ ଆନ୍ଦୋଳନ…

ByByutkalamirror.comJul 17, 2025

ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା : ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିବ

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ…

ByByutkalamirror.comJul 16, 2025

ଛାତ୍ରୀଙ୍କ ମୃତ୍ୟୁ ଦଫା ପରିବର୍ତ୍ତନ : ଆତ୍ମହତ୍ୟା ପାଇଁ ଉସୁକାଇବା ଦଫା ଲାଗିଲା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ…

ByByutkalamirror.comJul 16, 2025

ରାଷ୍ଟ୍ରପତି ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କଲେ

ଜାତୀୟ କଂଗ୍ରେସର ମହିଳା ୱିଙ୍ଗ ଅଧ୍ୟକ୍ଷା ଅଲକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ସୋମବାର ପୂର୍ବାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି…

ByByutkalamirror.comJul 15, 2025

ଡ୍ରାଇଭର ଆନ୍ଦୋଳନ ଜାରି, କିନ୍ତୁ କାଲିଠୁ ଗଡିବ ଘରୋଇ ବସ

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦିଆଗଲା ସୂଚନା। ପୁରୀରେ ବସିଥିବା ବସ୍ ମାଲିକ…

ByByutkalamirror.comJul 12, 2025

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ, କୁଳପତିଙ୍କ ନିକଟରେ ଅଭିଯୋଗ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶୈଖିକ ବାତାବରଣ ପାଇଁ ବାଧା…

ByByutkalamirror.comJul 11, 2025

୨୦୩୫ ସୁଦ୍ଧା ଉଚ୍ଚଶିକ୍ଷାରେ ନାମଲେଖାକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ

୨୦୩୫ ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ଏଥିପାଇଁ ପାଠ୍ୟକ୍ରମକୁ…

ByByutkalamirror.comJul 11, 2025

ବରମୁଣ୍ଡା ପଡ଼ିଆରେ ରାହୁଲଙ୍କ ସମ୍ବିଧାନ ବଞ୍ଚାଅ ସମାବେଶ : କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ତାଙ୍କ ସହ ଆସୁଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦକ(ସଂଗଠନ) କେ.ସି.ଭେନୁଗୋପାଳ ।…

ByByutkalamirror.comJul 10, 2025

ଇଣ୍ଚରନେଟ୍ ଓ ବ୍ୟାଙ୍କିଂ ସେବା ବଢାଇବାକୁ କେନ୍ଦ୍ର ନିକଟରେ ଦାବି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୭ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ…

ByByutkalamirror.comJul 10, 2025