Utkala Mirror I Odisha News, Latest Odia News

ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ଗସ୍ତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ୧୦ ତାରିଖରେ ହେବାକୁ ଥିବା ୨୭ତମ ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ବୈଠକରେ ଯୋଗଦେବା ପାଇଁ ରାଞ୍ଚି ଗସ୍ତରେ ଯାଇଛନ୍ତି । ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଦୁଇ ଦିନିଆ ରାଞ୍ଚି ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୁରୁବାର ହେବାକୁ ଥିବା ୨୭ତମ ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ବୈଠକରେ ଯୋଗଦେବେ।

ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡାଙ୍କ ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ବୈଠକରେ ଯୋଗଦେବେ। ସୂଚନା ଅନୁସାରେ, ଏହି ବୈଠକରେ ପୂର୍ବାଞ୍ଚଳୀୟ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷା, ସୀମା ବିବାଦ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।

ରାଷ୍ଟ୍ରପତି ୧୪ ତାରିଖ ଭୁବନେଶ୍ୱରରେ ପହଞ୍ଚିବେ

ଏମ୍ସର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠି

 

Exit mobile version