ସୌମ୍ୟାଶ୍ରୀ ବିଶି ଆତ୍ମଦାହ ଘଟଣା ବିଜେପି ସରକାରଙ୍କ ଅଡୁଆ ବଢ଼ାଇ ଦେଇଛି। ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମାନଙ୍କ ଆନ୍ଦୋଳନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏପରି ଅବସ୍ଥାରେ ନିଜ ଦଳ ଓ ସରକାରଙ୍କ ଭାବମୂର୍ତ୍ତୀ ସଜାଡିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ସାଜିଛି। ଗତକାଲି ପ୍ରଥମେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଏବଂ ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ ଓ ଦଳର ତୁଙ୍ଗ ନେତାମାନଙ୍କୁ ବୈଠକ ବସିଥିବା ବେଳେ ଆଜି ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାନସ ମନ୍ଥନ ହୋଇଛି। ସୌମ୍ୟାଶ୍ରୀ ବିଶି ମୃତ୍ୟୁ ପରିପ୍ରେକ୍ଷୀରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ସରକାର କିମ୍ବା ଦଳ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ପୋଲିସ ମହାନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି। ବିଳମ୍ବିତ ସମୟ ଯାଏ ଏହି ବୈଠକ ଚାଲିଥିଲା। ସେହିପରି ଦୁଇ ଦିନ ତଳେ ବିଳମ୍ବିତ ରାତିରେ ରାଜ୍ୟ ଅତିଥି ଭବନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଡକାଯଇଥିଲା। ସୌମ୍ୟାଶ୍ରୀଙ୍କ ଉପରେ ଯୌନ ନିର୍ଯ୍ୟାତନା ଓ ତାଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ବିରୋଧୀ ଦଳ ଏବଂ ଅନ୍ୟ ଦଳ ତଥା ସଂଗଠନ ରାଜ୍ୟ ସରକାର, ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି। ଆଜି ଭୁବନେଶ୍ବର ଓ ବାଲେଶ୍ବରରେ ବିଜେଡି ଆେନ୍ଦାଳନ ଚଳାଇ ଥିବା ବେଳେ ଗୁରୁବାର କଂଗ୍ରେସ ଓ ବାମଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କାଲି ଓଡ଼ିଶା ବନ୍ଦ ସମୟରେ ହିଂସାକାଣ୍ଡ ଘଟିବା ଆଶଙ୍କା ମଧ୍ୟ ରହିଛି। ସେଥିପାଇଁ ସରକାର ଓ ପୁଲିସ ପ୍ରଶାସନ ସଜାଗ ଅଛନ୍ତି। ଏହା ଛଡ଼ା ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ଉପାୟରେ ସରକାର ଓ ବିଜେପିକୁ ଘେରି ଚାଲିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଚାପ ବଢ଼ୁଛି। ଏଭଳି ସ୍ଥିତିରେ କ’ଣ କରାଯିବା ଆବଶ୍ୟକ ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଚାର ବିମର୍ଶ କରାଯାଇଥିବା ଜଣାପ