• Home
  • ରାଜ୍ୟ
  • ଓଡିଶାର ବିକାଶ ମଡେଲ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Image

ଓଡିଶାର ବିକାଶ ମଡେଲ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଏନଡିଏ ‘ମୁଖ୍ୟମନ୍ତ୍ରୀ ସମ୍ମିଳନୀ’

ଓଡିଶା ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗଦେଲେ

ଅନ୍ୟ ରାଜ୍ୟର ବିକାଶ ମଡେଲ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଲା : ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ‘ମୁଖ୍ୟମନ୍ତ୍ରୀ ସମ୍ମିଳନୀ’ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ଯୋଗଦେଇ ରାଜ୍ୟର ବିକାଶ ପାଇଁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ବିଷୟରେ ଅନ୍ୟମାନଙ୍କୁ ଅବଗତ କରାଇବା ସହ ଅନ୍ୟ ରାଜ୍ୟଗୁଡିକର ବିକାଶ ମଡେଲ ବିଷୟରେ ଜାଣିବାର ସୁଯୋଗ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

ଏହି ସମ୍ମିଳନୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ପ୍ଲାଟଫର୍ମ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଏହି ଅବସରରେ ସୁଶାସନ, ସମାବେଶୀ ବିକାଶ ଏବଂ ରାଜ୍ୟଗୁଡ଼ିକର ଉଲ୍ଲେଖନୀୟ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଓଡ଼ିଶାର ପ୍ରଭାବଶାଳୀ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିବା ବେଳେ ଅନ୍ୟ ଏନଡିଏ ଶାସିତ ରାଜ୍ୟମାନଙ୍କର ସଫଳତାର କାହାଣୀରୁ ପ୍ରେରଣା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ସମ୍ମିଳନୀ ଏକ ଉଚ୍ଚ ଉତ୍ସାହପୂର୍ଣ୍ଣ ଆଲୋଚନାର ମଞ୍ଚ ଥିଲା, ଯେଉଁଠାରେ ସୁଶାସନ, ଜାତୀୟ ସୁରକ୍ଷା ଏବଂ ସମାବେଶୀ ବିକାଶ ପାଇଁ ନୂତନ ପ୍ରସ୍ତାବ ଓ କାର୍ଯ୍ୟକାରୀ ପଦକ୍ଷେପ ଉପରେ ବିଚାରବିମର୍ଶ କରାଯାଇଛି । ଶ୍ରୀ ମାଝୀ କହିଛନ୍ତି, “ଏକ ସମୃଦ୍ଧ ଏବଂ ସଶକ୍ତ ଭାରତ ଗଠନ ଦିଗରେ ଆମେ ସମସ୍ତେ ସହଭାଗୀ ହୋଇ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।”

ଓଡ଼ିଶା ସରକାରଙ୍କ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ଏହି ସମ୍ମିଳନୀରେ ଗୁରୁତ୍ୱ ପାଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟକୁ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ଭାବେ ପ୍ରତିଷ୍ଠିତ କରିବା ସହ ପର୍ଯ୍ୟଟନ, କୃଷି, ଶକ୍ତି ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସମ୍ମିଳନୀ ଏନଡିଏ ଶାସିତ ରାଜ୍ୟମାନଙ୍କ ମଧ୍ୟରେ ପରସ୍ପର ସହଯୋଗ ଓ ଅଭିଜ୍ଞତା ବିନିମୟର ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଛି। ଏକ ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଏହି ସମ୍ମିଳନୀ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତବ୍ୟକ୍ତ କରିଛନ୍ତି।

Releated Posts

ରଥଯାତ୍ରା ପାଇଁ ପୁରୀକୁ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ବୀମା

ରଥଯାତ୍ରାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ଚଳିତ ରଥଯାତ୍ରାର ଦ୍ବିତୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ByByutkalamirror.comJun 10, 2025

ଶ୍ରୀମନ୍ଦିରର ୨ କିଲୋମିଟର ପରିସରରେ ମଦ ଓ ଆମିଷ ବିକ୍ରି ବନ୍ଦ

ବିଶ୍ୱ ପ୍ରସିଦ୍ଧ ପୁରୀକୁ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଆସୁଛନ୍ତି । ଏହା ଏକ ଆନ୍ତର୍ଜାତୀୟ ତୀର୍ଥସ୍ଥଳୀ । ଏହାକୁ ଦୃଷ୍ଟିରେ…

ByByutkalamirror.comJun 9, 2025

ଡବଲ ଇଞ୍ଜିନ ସରକାରଙ୍କୁ ଶ୍ରେୟ, ୩ କେନ୍ଦ୍ରମନ୍ତ୍ରୀଙ୍କୁ ମୋହନଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କନଭେନସନ୍ ସେଣ୍ଟରରେ ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ଓଡ଼ିଶାର ଡବଲ ଇଞ୍ଜିନ ସରକାରର ପ୍ରଥମ…

ByByutkalamirror.comJun 9, 2025

୧୦ ଲକ୍ଷ ଲାଞ୍ଚ ନେଉଥିଲେ, ଆଇଏଏସଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ଧୀମନ ଚକ୍ମାଙ୍କୁ ଭିଜିଲାନ୍ସ ଲା଼ଚ ନେବା ବେଳେ ଧରିଛି । ସୂଚନା ଅନୁସାରେ,…

ByByutkalamirror.comJun 8, 2025