Utkala Mirror I Odisha News, Latest Odia News

ସରକାରୀ ଅଫିସରେ ଗିଫ୍ଟ ଦିଆନିଆ ମନା

ପର୍ବପର୍ବାଣୀ ଋତୁରେ କେନ୍ଦ୍ର ସରକାର ‘ନୋ ଗିଫ୍ଟ’ ନୀତି ଆପଣାଇଛନ୍ତି। ଏହି ନୀତି ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବ ନାହିଁ। ରାଜ୍ୟ ସରକାର ମଧ୍ୟ ‘ନୋ ଗିଫ୍ଟ’ ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ପିଏସୟୁଗୁଡ଼ିକରେ ଉପହାର ପାଇଁ କୌଣସି ଖର୍ଚ୍ଚ ହେବନାହିଁ। ଦୀପାବଳିରେ ଉପହାର ଆଣିବାକୁ ବାରଣ କରାଯାଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଦୀପାବଳୀ ସହ ଅନ୍ୟାନ୍ୟ ପାର୍ବଣ ଅବସରରେ ସରକାରୀ କର୍ମଚାରୀମାନେ ଅଫିସରେ ଗିଫ୍ଟ ଆଣିବାକୁ ବାରଣ କରାଯାଇଛି। ଓଡ଼ିଶା ସରକାର କେନ୍ଦ୍ରର ‘ନୋ ଗିଫ୍ଟ୍ ପଲିସି’କୁ ଗ୍ରହଣ କରି ସମସ୍ତ ବିଭାଗକୁ ଏହାର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ପାର୍ବଣ ଅବସରରେ ‘ନୋ ଗିଫ୍ଟ୍ ପଲିସି’କୁ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ରାଜ୍ୟ ସରକାରୀ ସମସ୍ତ ଅଫିସ୍ ସହ ପିଏସୟୁ ଗୁଡ଼ିକୁ ଦୀପାବଳୀ ସହ ଅନ୍ୟ ପାର୍ବଣରେ ଗିଫ୍ଟ ଓ ତାହା ସମ୍ପର୍କିତ ବସ୍ତୁ ପାଇଁ କୌଣସି ଖର୍ଚ୍ଚ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version