Utkala Mirror I Odisha News, Latest Odia News

୨୦୨୬ରେ ୨୯ଟି ସରକାରୀ ଛୁଟି

୨୦୨୬ରେ ୨୯ଟି ସରକାରୀ ଛୁଟି, ୬ଟି ଛୁଟିଦିନରେ ପଡ଼ିଛି କର୍ମଚାରୀଙ୍କ ଲାଗି ୯ଟି ଇଚ୍ଛାଧୀନ ଛୁଟି ଭୁବନେଶ୍ବର, ତା ୧୧୤୧୧ (ପିଏନଏସ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଙ୍ଗଳବାର ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ମ୍ୟାଜିଷ୍ଟ୍ରେଟ୍ କୋର୍ଟ (ଏକ୍ସିକ୍ୟୁଟିଭ୍)ରେ ମୋଟ୍ ୨୯ଟି ସାଧାରଣ ଛୁଟି ରହିଥିବା ଘୋଷଣା କରାଯାଇଛି । ଏହାଛଡା ୨୦୨୬ ବର୍ଷ କ୍ୟାଲେଣ୍ଡରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ୯ଟି ଇଚ୍ଛାଧୀନ ଛୁଟିର ବ୍ୟବସ୍ଥା ରହିଛି ଏବଂ ନୂଆଖାଇ ପରେ ଅତିରିକ୍ତ ଛୁଟି ମଧ୍ୟ ରହିଛି। ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ପର୍ବ ଓ ସ୍ମରଣୀୟ ଦିବସଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଓ କୋର୍ଟଗୁଡ଼ିକ ବନ୍ଦ ରହିବ। ଏହି ତାଲିକାରେ ମକର ସଂକ୍ରାନ୍ତି (୧୪ ଜାନୁଆରୀ), ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ/ବସନ୍ତ ପଞ୍ଚମୀ (୨୩ ଜାନୁଆରୀ), ଗଣତନ୍ତ୍ର ଦିବସ (୨୬ ଜାନୁଆରୀ), ଦୋଳ ପୂର୍ଣ୍ଣିମା (୩ ମାର୍ଚ୍ଚ), ହୋଲି (୪ ମାର୍ଚ୍ଚ), ଈଦ-ଉଲ-ଫିତର (୨୧ ମାର୍ଚ୍ଚ), ଶ୍ରୀରାମ ନବମୀ (୨୭ ମାର୍ଚ୍ଚ), ଉତ୍କଳ ଦିବସ (୧ ଏପ୍ରିଲ୍), ଗୁଡ୍ ଫ୍ରାଇଡେ (୩ ଏପ୍ରିଲ୍), ଡ଼. ବି.ଆର୍. ଆମ୍ବେଡ଼କର ଜୟନ୍ତୀ/ମହା ବିଶୁବ ସଂକ୍ରାନ୍ତି (୧୪ ଏପ୍ରିଲ୍), ବୁଦ୍ଧ ପୂର୍ଣ୍ଣିମା (୧ ମଇ), ସାବିତ୍ରୀ ଅମାବାସ୍ୟା (୧୬ ମଇ), ଈଦ-ଉଲ-ଜୁହା (୨୭ ମଇ), ରଜ ସଂକ୍ରାନ୍ତି (୧୫ ଜୁନ୍), ମହରମ (୨୬ ଜୁନ୍), ରଥଯାତ୍ରା (୧୬ ଜୁଲାଇ), ସ୍ୱାଧୀନତା ଦିବସ (୧୫ ଅଗଷ୍ଟ), ପ୍ରୋଫେଟ୍ ମହମ୍ମଦଙ୍କ ଜନ୍ମଦିବସ (୨୬ ଅଗଷ୍ଟ), ଝୁଲନ ପୂର୍ଣ୍ଣିମା (୨୭ ଅଗଷ୍ଟ), ଜନ୍ମାଷ୍ଟମୀ (୪ ସେପ୍ଟେମ୍ବର), ଗଣେଶ ପୂଜା (୧୪ ସେପ୍ଟେମ୍ବର), ନୂଆଖାଇ (୧୫ ସେପ୍ଟେମ୍ବର), ନୂଆଖାଇ ପରଦିନ (୧୬ ସେପ୍ଟେମ୍ବର), ଗାନ୍ଧୀ ଜୟନ୍ତୀ (୨ ଅକ୍ଟୋବର), ମହାସପ୍ତମୀ (୧୭ ଅକ୍ଟୋବର), ମହାନବମୀ (୧୯ ଅକ୍ଟୋବର), ବିଜୟା ଦଶମୀ (୨୦ ଅକ୍ଟୋବର), ରାସ ପୂର୍ଣ୍ଣିମା (୨୪ ନଭେମ୍ବର) ଏବଂ ବଡ଼ଦିନ (୨୫ ଡିସେମ୍ବର) ଅନ୍ତର୍ଭୁକ୍ତ। ଆନେକ୍ସର-୨ରେ ଇଚ୍ଛାଧୀନ ଛୁଟି ତାଲିକା ଦିଆଯାଇଛି, ଯେଉଁଥିରେ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିବସ (୬ ଜାନୁଆରୀ), ସବ-ଏ-କଦର (୧୭ ମାର୍ଚ୍ଚ), ଇଷ୍ଟର ସାଟରଡେ (୪ ଏପ୍ରିଲ୍), ରାଜା ରାମମୋହନ ରାୟଙ୍କ ଜନ୍ମଦିବସ (୨୨ ମଇ), ବହୁଡ଼ା ଯାତ୍ରା (୨୪ ଜୁଲାଇ), ବ୍ରହ୍ମ ସମାଜର ସ୍ଥାପନା ଦିବସ (୨୦ ଅଗଷ୍ଟ), ଅନଳା ନବମୀ (୧୮ ନଭେମ୍ବର), ପ୍ରଥମାଷ୍ଟମୀ (୧ ଡିସେମ୍ବର) ଏବଂ କ୍ରିସମସ୍ ଇଭ୍ (୨୪ ଡିସେମ୍ବର) ରହିଛି। କର୍ମଚାରୀମାନେ ଧର୍ମ ନିର୍ବିଶେଷରେ ଏହି ତାଲିକାରୁ ଯେକୌଣସି ଏକ ଦିନ ଇଚ୍ଛାଧୀନ ଛୁଟି ନେଇପାରିବେ, କ୍ୟାଜୁଆଲ୍ ଲିଭ୍ ଅନୁମୋଦନକାରୀ ଅଧିକାରୀଙ୍କ ଲିଖିତ ଅନୁମତି ସହ। ଆନେକ୍ସର-୩ରେ ଉଲ୍ଲେଖ କରାଯାଇଛି ଯେ, ମହା ଶିବରାତ୍ରି (୧୫ ଫେବୃଆରୀ), ପହିଲି ରଜ (୧୪ ଜୁନ୍), ମହାଳୟା (୧୦ ଅକ୍ଟୋବର), ମହାଷ୍ଟମୀ (୧୮ ଅକ୍ଟୋବର), କୁମାର ପୂର୍ଣ୍ଣିମା (୨୫ ଅକ୍ଟୋବର) ଏବଂ ଦୀପାବଳି (୮ ନଭେମ୍ବର) ଯଥାକ୍ରମେ ରବିବାର ଓ ଦ୍ୱିତୀୟ/ଚତୁର୍ଥ ଶନିବାରରେ ପଡ଼ୁଥିବାରୁ ଏଗୁଡ଼ିକୁ ପୃଥକ୍ ଭାବେ ଛୁଟି ଘୋଷଣା କରାଯାଇ ନାହିଁ। ଏହି ୬ଟି ଦିନ ସାଧାରଣ ଛୁଟିଦିନରେ ପଡ଼ିଛି। ଏହା ସହିତ ମହାଳୟା ଦ୍ୱିତୀୟ ଶନିବାରରେ ପଡ଼ୁଥିବା ଜଣାପଡ଼ିଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ଛୁଟି ତାଲିକା ଜାରି ହୋଇଛି।

Exit mobile version