Utkala Mirror I Odisha News, Latest Odia News

ଜଙ୍କ ଫୁଡକୁ ଡ଼ର, ସର୍ବସାଧାରଣରେ ଲାଗିବ ତେଲ ବୋର୍ଡ

ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଏବଂ ଅଣ ସଂକ୍ରାମକ ରୋଗରୁ ଦୂରେଇ ରହିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଶିଶୁ, କିଶୋରୀଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟ ସମ୍ବନ୍ଧୀୟ ଅଭ୍ୟାସକୁ ପ୍ରାଥମିକତା ଦେବାର ଆବଶ୍ୟକତା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସର୍ବସାଧାରଣ ଫୋରମରେ ତେଲ ବୋର୍ଡ ପ୍ରଦର୍ଶନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ଯତ୍ନ କେନ୍ଦ୍ର, ୱାନ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଶକ୍ତି ନିବାସ ଏବଂ ଅନ୍ୟ ଆବାସିକ ସଂସ୍ଥାଗୁଡ଼ିକରେ ଏହି ବୋର୍ଡ ଲାଗିବ। ଏଥିରେ ପ୍ରତିଦିନ ଖାଦ୍ୟରେ ଲୁଚି ରହିଥିବା ଫ୍ୟାଟ୍ ଏବଂ ତେଲ ସମ୍ପର୍କରେ ସୂଚନା ଦିଆଯିବ। ଏହା ବଢ଼ୁଥିବା ମେଦବହୁଳତା ଏବଂ ଅଣ ସଂକ୍ରାମକ ରୋଗଗୁଡ଼ିକର ମୁକାବିଲା କରିବାରେ ସହାୟକ ହେବ। ଏହି ତେଲ ବୋର୍ଡ ଲଗାଇବାକୁ ସମସ୍ତ ଜିଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
   ଜନସାଧାରଣଙ୍କ ମଧ୍ୟରେ ସ୍ବାସ୍ଥ୍ୟକର ଖାଦ୍ୟ ପସନ୍ଦକୁ ଉତ୍ସାହିତ କରିବାକୁ ଗୁରୁତ୍ବ ଦିଆଯିବ। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ବୋର୍ଡ ଲଗାଇବା ପାଇଁ ନିର୍ଦେଶ ରହିଥିବାବେଳେ ଛଣା ଖାଦ୍ୟରେ କେତେ ତେଲ ବ୍ୟବହାର ହୋଇଛି, ତାହା ଦର୍ଶାଇବାକୁ କୁହାଯାଇଛି। ଅତ୍ୟଧିକ ତେଲ ଖାଇବା ଯୋଗୁଁ ହୃଦରୋଗ, ମୋଟାପଣ, ଯକୃତ ରୋଗ, ଉଚ୍ଚ ରକ୍ତଚାପ ଆଦି ବିପଦ ରହିଥିବା କୁହାଯାଇଛି। ଦୈନିକ ଜଣେ କେବଳ ୨୭-୩୦ ଗ୍ରାମ ତେଲ ଖାଇବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି।

Exit mobile version