Utkala Mirror I Odisha News, Latest Odia News

ସମ୍ପତ୍ତି ତାଲିକା ଦେଇ ନଥିଲେ ପଦୋନ୍ନତି ବନ୍ଦ

ସମ୍ପତ୍ତି ତାଲିକା ଦେଇ ନଥିଲେ ସରକାରୀ ଅଧିକାରୀଙ୍କର ପଦୋନ୍ନତି ବନ୍ଦ ରହିବ । ୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମ୍ପତ୍ତି ତାଲିକା ଦଖଲ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ସାରିଛି, ଏଚଆରଏମ ପୋର୍ଟାଲ ଆଉ ଖୋଲିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୫ର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ଚଳିତମାସ ୨୩ରେ ଏକ ନିଦେର୍ଶନାମା ଜାରି କରିଛନ୍ତି। କର୍ମଚାରୀମାନେ ଯେପରି ସମୟ ଭିତରେ ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେନେଇ ବିଭାଗୀୟ ମୁଖ୍ୟମାନେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ମାନବସମ୍ବଳ ପରିଚାଳନା ପଦ୍ଧତି(ଏଚ୍ଆର୍ଏମ୍ଏସ୍) ପୋର୍ଟାଲରେ ପ୍ରତିବର୍ଷ ସରକାରୀ କର୍ମଚାରୀମାନେ ତାଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଅପ୍ଲୋଡ କରିବାକୁ ସ୍ପଷ୍ଟ ନିଦେର୍ଶ ରହିଛି। ହେଲେ ଏହାକୁ ବହୁ କର୍ମଚାରୀ ମାନୁ ନାହାନ୍ତି। ଏପରିକି ବିଭାଗ ପକ୍ଷରୁ ବାରମ୍ବାର ଅବଗତ କରାଗଲେ ମଧ୍ୟ ତାହାକୁ ପାଳନ କରୁ ନାହାନ୍ତି। ଫଳରେ କର୍ମଚାରୀମାନଙ୍କ ପଦୋନ୍ନତି ଓ ଅନ୍ୟାନ୍ୟ ସରକାରୀ ପଦକେ୍ଷପ ବେଳେ ସମସ୍ୟା ସୃଷ୍ଟି ହେଉଛି। ଏହି ପରିପେ୍ରକ୍ଷୀରେ ୨୦୨୪ ବର୍ଷ ପାଇଁ ଅାଉ ଅବଧି ବୃଦ୍ଧି କରାଯିବ ନାହିଁ କି ଏଚ୍ଆର୍ଏମ୍ଏସ୍ ପୋର୍ଟାଲ ଖୋଲାଯିବ ନାହିଁ। ସେ କହିଛନ୍ତି ଯେ, ବାର୍ଷିକ ସମ୍ପତ୍ତି ବିବରଣୀ ଦେବା କର୍ମଚାରୀମାନଙ୍କ ପାଇଁ ବାଧ୍ୟତାମୂଳକ। ଏହାକୁ ଜାଣି ମଧ୍ୟ ଯେଉଁ କର୍ମଚାରୀମାନେ ସମ୍ପତ୍ତି ବିବରଣୀ ପ୍ରଦାନ କରିନାହାନ୍ତି ସେମାନଙ୍କୁ ପଦୋନ୍ନତି ଦିଆଯିବ ନାହିଁ। ବିଭାଗୀୟ ମୁଖ୍ୟମାନେ ଡିପାର୍ଟମେଣ୍ଟାଲ ପ୍ରମୋସନ କମିଟି(ଡିପିସି) ବୈଠକ କଲାବେଳେ ସଂପୃକ୍ତ କର୍ମଚାରୀଙ୍କୁ ପଦୋନ୍ନତି ଲାଗି ବିବେଚନା କରିବେନାହିଁ ବୋଲି ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି। ସୁରେନ୍ଦ୍ର କୁମାର ପୁନର୍ବାର ଅବଗତ କରାଇଛନ୍ତି ଯେ, ୨୦୨୫ ବର୍ଷ ପାଇଁ ୩୧ ଜାନୁଆରୀ-୨୦୨୬ ସୁଦ୍ଧା ସମସ୍ତ କର୍ମଚାରୀ ଯେପରି ତାଙ୍କର ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେଦିଗରେ ପଦକେ୍ଷପ ନେବାକୁ ହେବ। ଏହି ଅବଧିକୁ ସରକାର ଏଥର କଡାକଡ଼ି ଭାବେ ପାଳନ କରିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ମୁଖ୍ୟମାନେ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଯେପରି ୧୦୦% ମିଳିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ଦର୍ଶାଇଛନ୍ତି।

Exit mobile version