୨୩ ଓଏଏସ୍ ଅଧିକାରୀଙ୍କ ବଦଳି

ସରକାର ଓଏଏସ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବୁଧବାର ୨୩ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ,ମୋ-ସ୍କୁଲ ଅଭିଯାନର ଓଏସ୍ଡି କାବେରୀ ମୁଦୁଲିଙ୍କୁ ଯାଜପୁର ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡା ଡିଏସଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡା ଡିଏସଆର୍ ଭାବେ ବଦଳି କରାଯାଇଥିବାବେଳେ ଜ୍ୟୋସ୍ନାରାଣୀ ପାତ୍ର ଓ ଅନ୍ୟ ୧୯ଜଣ ଅଧିକାରୀଙ୍କୁ ତହସିଲଦାର, ଡେପୁଟୀ କଲେକ୍ଟର ଭାବେ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।