ସରକାର ଓଏଏସ ଅଧିକାରୀଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ଭିନ୍ନ ଭିନ୍ନ ବିଜ୍ଞପ୍ତି ଅନୁସାରେ ମୋଟ ୪୪ ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଛି । ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୩୮ ଜଣ ଓଏଏସ-ଏ (ଜୁନିୟର ବ୍ରାଞ୍ଚ) ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ତହସିଲଦାର, ଡେପୁଟି କଲେକ୍ଟର ଏବଂ ଅନ୍ୟାନ୍ୟ ପଦରେ ନିଯୁକ୍ତ କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୬ ଜଣ ଓଏଏସ ଅଧିକାରୀଙ୍କୁ ବ୍ଲକ ଡେଭଲପମେଣ୍ଟ ଅଫିସର (ବିଡିଓ) ଭାବେ ବିଭିନ୍ନ ବ୍ଲକରେ ନିଯୁକ୍ତ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁସାରେ, ନିରୋଜ କୁମାର ଭତ୍ରାଙ୍କୁ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ ଆକାଶ ରଞ୍ଜନ ସାହୁଙ୍କୁ ପଞ୍ଚାୟତିରାଜ ବିଭାଗରେ ବିଡିଓ, ଟିକୁନୁ ପୁଟାଙ୍କୁ ଲୋଇସିଂହା ତହସିଲଦାର, ତିଲୋତ୍ତମା ପୃଷ୍ଟିଙ୍କୁ ଯାଜପୁର ପଞ୍ଚାୟତିରାଜ ବିଭାଗରେ ବିଡିଓ, ହରପ୍ରିୟା ପୃଷ୍ଟିଙ୍କୁ ଯାଜପୁର ଡିଏସଆ, ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ମୀନାକ୍ଷୀ ଦାସଙ୍କୁ ବାରଙ୍ଗ ତହସିଲଦାର, ତୁଷାର ଜ୍ୟୋତି ରଞ୍ଜନଙ୍କୁ କେନ୍ଦ୍ରାପଡ଼ା ତହସିଲଦାର, ପ୍ରୀତିବାଳା ରଣାଙ୍କୁ ବିଡିଓ, ଚନ୍ଦ୍ରଜିତ ବେହେରାଙ୍କୁ ବେତନଟି ତହସିଲଦାର, ସୁଶ୍ରୀ ପ୍ରଧାନଙ୍କୁ ପାନପୋଷ ତହସିଲଦାର, ଶରତ କୁମାର ବାଗଙ୍କୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ସ୍ପେଶାଲ ଏଲଏଓ ପଦରୁ ପଞ୍ଚାୟତିରାଜ ବିଭାଗରେ ବିଡିଓ ଭାବେ ନିଯୁକ୍ତ କରାଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଜୟଜଗତ ସାହୁଙ୍କୁ ଭୁବନେଶ୍ୱର ଓଏସଡିଏମଏର ଡେପୁଟି ଜେନେରାଲ ମ୍ୟାନେଜର ପଦରୁ ବଦଳି କରାଯାଇ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି। ସାର୍ଥକ ସୌରଭ ମହାପାତ୍ରଙ୍କୁ ରେମୁଣା ବିଡିଓ, ସୁଭଙ୍କରୀ ସୁଦେଶନା ଦାଶଙ୍କୁ ଦେରାବିଶ ବିଡିଓ, ବିବେକାନନ୍ଦ ମିଶ୍ରଙ୍କୁ ଚିକିଟି ବ୍ଲକ ବିଡିଓ, ନମିତା ବାରିକଙ୍କୁ ଜି. ଉଦୟଗିରି ବ୍ଲକ ବିଡିଓ ଓ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଦଶପଲ୍ଲା ବ୍ଲକ ବିଡିଓ ଭାବେ ନିଯୁକ୍ତ କରାଯାଇଛି ।